ଓଡ଼ିଶାରେ ପ୍ରଥମ କରୋନା ମୃତୁ୍ୟ!

ଭୁବନେଶ୍ୱର,(ଆଇଏନ୍ଏସ୍): ରାଜ୍ୟରେ ପ୍ରଥମ କରୋନା ରୋଗୀଙ୍କ ମୃତୁ୍ୟ ଖବର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ କୁହାଯାଇଛି । ୭୨ ବର୍ଷିୟ ଏହି କରୋନା ଆକ୍ରାନ୍ତ ଏମ୍ସରେ ଚିକିତ୍ସିତ ହେଉଥିଲୋ । ସେ ଚିକିତ୍ସାଧୀନ ଥିଲାବେଳେ ତାଙ୍କର କରୋନା ବଜିଟିଭ୍ ବୋଲି ସୂଚନା ଦିଆଯାଇଥିଲା । ତେବେ ତାଙ୍କର କ୍ରୋନିକ୍ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ବି ଥିଲା ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଉକ୍ତ କରୋନା ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଂଚଳରେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.