ମିରମ୍ବିକା ପକ୍ଷରୁ ଗରିବଙ୍କ ପାଇଁ “ବିପନ୍ନ ଅନ୍ନଦାନ-୨ଠ୨ଠ”

ଭୁବନେଶ୍ୱର, (ଆଇଏନ୍ଏସ୍): ସାମାଜିକ ଅନୁଷ୍ଠାନ ‘ମିରମ୍ବିକା’ ଦ୍ୱାରା ଭୁବନେଶ୍ୱର ସହରର ଗଳିକନ୍ଦି, ବସ୍ତି ଅଂଚଳରେ ବାସକରୁଥିବା ଦରିଦ୍ର ଓ ଦିନ ମଜୁରିଆଙ୍କ ଲକ୍ଡାଉନ୍ ଦ୍ୱାରା ଅନାହାର ପରିସ୍ଥିତି ଯୋଗୁ ସାପ୍ତାହିକ ରାସନ ପୁଡ଼ିଆ ବଂଟନ କାର୍ଯ୍ୟକ୍ରମ “ବିପନ୍ନଙ୍କୁ ଅନ୍ନଦାନ-୨୦୨୦” ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମିରମ୍ବିକାର ମୁଖ୍ୟ ପୁରଧା ଜୀବନଜ୍ୟୋତି ବାରିକ ନିଜର କର୍ମକର୍ତା ମାନଙ୍କ ସହିତ ଉପସ୍ଥିତ ରହି ପ୍ରାୟ ୫୦୦୦ ଦରିଦ୍ର ଓ ଦିନମଜୁରିଆଙ୍କୁ ସାପ୍ତାହିକ ରାସନ ପୁଡ଼ିଆ ପ୍ରଦାନ କରିଥିଲେ ।
ତେବେ କରୋନା ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଘଡ଼ି ସନ୍ଧି ମୁହୂର୍ତରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ତାଲାବନ୍ଦକୁ ମାନି ନିଜ ନିଜର ଘରେ ସୁରକ୍ଷିତ ରହିବାକୁ ସଂସ୍ଥା ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published.