ବ୍ରାହ୍ମଣ ସମାଜ ପକ୍ଷରୁ ପିଏମଆରଏଫ୍ ଓ ସିଏମଆରଏଫ୍ କୁ ସହେଯାଗ ରାଶି ପ୍ରଦାନ

କଳାହାଣ୍ଡି, (ଆଇଏନ୍ଏସ୍): ସାଂପ୍ରତିକ ସ୍ଥିତିରେ ସମଗ୍ର ଦେଶ କୋଭିଦ-୧୯ ସହ ସଂଗ୍ରାମ ଜାରି ରଖିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ପାଣ୍ଠିରୁ ଅନେକ ଯୋଜନା ପ୍ରଣୟନ କରୁଥିବା ଜଣାପଡିଛି । ଏହି ଅବସରରେ ବିଭିନ୍ନ ସାମାଜିକ ସଂସ୍ଥା ତଥା ବ୍ୟକ୍ତି ବିଶେଷ ପିଏମ କେଆରସ ପାଣ୍ଠିକୁ ଏବଂ ସିଏମଆରଏଫ୍ ପାଣ୍ଠିକୁ ଅକୁଣ୍ଠିତ ଭାବରେ ସହଯୋଗ ରାଶି ଦାଖଲ କରୁଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାରେ ଜୟପାଟଣା ଅଂଚଳର ପ୍ରତ୍ୟେକ ବ୍ରାହ୍ମଣ ପରିବାର ରୁ ଯଥା ସମ୍ଭବ ସହଯୋଗ ରାଶି ସଂଗ୍ରହ କରାଯାଇ ଜୟପାଟଣା ଆଂଚଳିକ ବ୍ରାହ୍ମଣ ସମାଜ ପକ୍ଷରୁ ୨୨ ହଜାର ଟଙ୍କା ସିଏମଆରଏଫ୍ କୁ ସହଯୋଗ ରାଶି ଦାଖଲ କରାଯାଇଛି ।
ସେହିପରି କଳାହାଣ୍ଡି କୁଲତା ସମାଜ ପକ୍ଷରୁ ସବାପତି ହୁକୁମ ଭୋଇ, ସମ୍ଫାଦକ ଯତୀନ୍ଦ୍ର ଭୋଇ ପ୍ରମୂଖ କେସିଙ୍ଗା ବିଡିଓ ଙ୍କ ମାଧ୍ୟମରେ ସିଏମଆରଏଫ୍ କୁ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ପିଏମ କେଆର ପାଣ୍ଠିକୁ ୫୧ ହଜାର ଟଙ୍କାର ଚେକ ପ୍ରଦାନ କରିଥରବା ଜଣାପଡିଛି । ସମଗ୍ର ଜିଲ୍ଲାରୁ ସ୍ୱେଚ୍ଛାକୃତ ଭାବେ କୁଲତା ସମାଜର ଲୋକେ ବ୍ୟକ୍ତିଗତ ବାବେ ଏହି ମହତ କାର୍ଯ୍ୟ ପାଇଁ ଅର୍ଥ ରାଶି ପ୍ରଦାନ କରିଥିବା ଜିଲ୍ଲା ସଭାପତି ହୁକୁମ ଭୋଇଙ୍କ ସୂତ୍ରରୁ ପ୍ରକାଶ । କଳାହାଣ୍ଡିର ବହୁ ବ୍ୟକ୍ତି ବିଶେଷ ନିଜ ନିଜ ସାମର୍ଥ୍ୟ ଅନୁସାରେ ସିଏମଆରଏଫ୍ ଓ ପିଏମ କେଆର ପାଣ୍ଠିକୁ ସହେଯାଗ ରାଶି ପ୍ରଦାନ କରୁଥିବା ଜଣାପଡିଛି ।
ଜୁନାଗଡ ବ୍ଲକ ବ୍ରାହ୍ମଣ ସମାଜ ର ୧୦ ହଜାର ଟଙ୍କା ସହଯୋଗ ରାଶିକୁ ମିଶାଇ ଧର୍ମଗଡ ଉପଖଣ୍ଡ ବ୍ରାହ୍ମଣ ସମାଜ ପକ୍ଷରୁ ସିଏମଆରଏଫ୍ ଓ ପିଏମ କେଆରସ ପାଣ୍ଠିକୁ ୫୧ ହଜାର ଟଙ୍କା ଲେଖାଏଁ ସହେଯାଗ ରାଶି ସଭାପତି ଜନାର୍ଦନ ପଣ୍ଡାଙ୍କ ଦ୍ୱାରା ଭବାନୀପାଟଣା କଲେଜ ଛକସ୍ଥିତ ଏସବିଆଇ ଶାଖାରେ ଦାଖଲ କରାଯାଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କିଛି ପଦବୀ ଲାଲାୟୀତ ସଂକୀର୍ଣ୍ଣ ମନୋଭାବାପନ୍ନ ବ୍ୟକ୍ତି ବିଶେଷ ମାନେ ବ୍ରାହ୍ମଣ ସମାଜ ସଙ୍ଗଠନକୁ ନିଜ ହାତମୁଠାରେ ରଖିବା ଉଦେ୍ଦଶ୍ୟରେ ଅନ୍ୟାନ୍ୟ ଦକ୍ଷ ଓ ବିଜ୍ଞ ଲୋକ ମାନଙ୍କୁ ମଧ୍ୟ ସାମିଲ କରୁନଥିବା ଏବଂ କମ ଲୋକଙ୍କୁ ଡାକି କମିଟୀ ଗଠନ କରିଦେଉଥିବା ହେତୁ ପ୍ରତ୍ୟେକ ବ୍ରାହ୍ମଣ ପରିବାର ଏଥିରେ ସାମିଲ ହେଉନଥିବା ଚିତ୍ର ସ୍ପଷ୍ଟ ହୋଇଯାଇଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଯେହେତୁ ସାମୁହିକ ଭାବେ ସମସ୍ତ ପରିବାର ସାମିଲ ହୋଇ କମିଟୀ ଗଠିତ ହୋଇଥିଲେ ପ୍ରତ୍ୟେକ ସଭ୍ୟ ପରିବାରର ଯଥାଶକ୍ତି ସହଯୋଗ ରହୁଥାନ୍ତା କିନ୍ତୁ ସାର୍ବଜନୀନ ଭାବେ ହୋଇନଥିବାରୁ ସମସ୍ତଙ୍କ ସହଯୋଗ ରହୁନଥିବା ବିଷୟ ସ୍ପଷ୍ଟ ହୋଇଯାଇଥିବା ଆଲୋଚନା ହେଉଛି । ଏହାଛଡା ଅନ୍ୟ ବ୍ରାହ୍ମଣ ପରିବାର ପକ୍ଷରୁ ବ୍ୟକ୍ତିଗତ ଭାବେ ଯେଉଁ ରାଶି ସିଏମଆରଏଫ୍ ଓ ପିଏମ କେଆରସ ପାଣ୍ଠିକୁ ପ୍ରଦାନ କରୁଛନ୍ତି ସେସବୁ ଏଥିରେ ସାମିଲ ହୋଇନଥିବାରୁ ସମାଜର ପାଣ୍ଠି ପରିମାଣ କମ ହୋଇ ଯାଇଥିବା ଅସମର୍ଥôତ ଆକଳନରୁ ପ୍ରକାଶ ।

Leave a Reply

Your email address will not be published.