ଆଗୁଆ ପଦକ୍ଷେପ ଯୋଗୁ ଗ୍ରୀନ୍ ଜୋନରେ ରାୟଗଡ଼ା!
ରାୟଗଡ଼ା, (ଅନୁବ୍ରତ ବାରାଙ୍କ ରିପୋର୍ଟ) : ମାରାତ୍ମକ କରୋନା ମୁକାବିଲାରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଦେଖାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଇନଥିଲେ ଜିଲ୍ଲାର ଅବସ୍ଥା କ’ଣ ହୋଇଥାନ୍ତା ତାହା କେବଳ ଭଗବାନଙ୍କୁ ଜଣା ବୋଲି ରାୟଗଡ଼ା ଜିଲ୍ଲାର କିଛି ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ମତ ଦେଉଛନ୍ତି । ସେମାନଙ୍କର କହିବା କଥା ଯେ, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କର ଦୂରଦୃଷ୍ଟି ଯୋଗୁ ରାୟଗଡ଼ା ଜିଲ୍ଲାର ସ୍ଥିତି ନିୟନ୍ତ୍ରଣାଧୀନ ରହିପାରିଛି । ଜିଲ୍ଲାରେ ପରୀକ୍ଷା ହୋଇଥିବା ସମସ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି । ଅନ୍ୟପକ୍ଷରେ ଘରୋଇ ହିଂସା, ଚୋରୀ ମାମଲା ଆଦି ବହୁ ମାତ୍ରାରେ ହ୍ରାସ ପାଇଥିବାବେଳେ ମାସକରେ କେବଳ ଗୋଟିଏ ଦୂର୍ଘଟଣା ଘଟିଛି । ପ୍ରଥମରୁ ଜିଲ୍ଲାପାଳ ଶ୍ରୀ ବେହେରା ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ଏପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା ଗ୍ରୀନ୍ ଜୋନ୍ରେ ରହିବାକୁ ସମର୍ଥ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଲକଡ଼ାଉନ ନିୟମ ମୁତାବକ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସବୁ ବର୍ଗର ଲୋକଙ୍କୁ ନିଜେ ଅନୁରୋଧ ଓ ସଚେତନ କରିଥିବାରୁ ଏହି ଜିଲ୍ଲାକୁ ମହାମାରୀ କରୋନା ସ୍ପର୍ଶ କରି ପାରିନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଜିଲ୍ଲାରେ ଭୋଜି, ସଭା, ପାର୍କ, ସପିଂ ମଲ୍ ଆଦି ଦେବୀ ଦେବତାଙ୍କ ପ୍ରମୁଖ ପର୍ବକୁ ମଧ୍ୟ ବନ୍ଦ ରଖାଯାଇଥିଲା । କରୋନାରୁ ସୁରକ୍ଷା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଓ ନିୟମିତ ହାତ ଧୋଇବା ଦିଗରେ ଜିଲ୍ଲା ପ୍ରଶାସନର ବ୍ୟାପକ ସଚେତନତା ସୃଷ୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା କରିଛି । ଏଠାରେ ଥିବା ପ୍ରମୁଖ କମ୍ପାନୀ ଇମ୍ଫା,ଉକ୍ରଳ ଆଲୁମିନା ଓ ଜେକେ କାଗଜ କଳକୁ ସର୍ବନିମ୍ନ କର୍ମଚାରୀରେ ଚଳାଇବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେବା ସହ ଅନ୍ୟାନ୍ୟ କ୍ଷୁଦ୍ର ଶିଳ୍ପ ଗୁଡ଼ିକୁ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହା ମଧ୍ୟ ଏକ ସ୍ୱାତଯୋଗ୍ୟ ପବକ୍ଷେପ ବୋଲି କୁହାଯାଉଛି । ଜିଲ୍ଲା ସୀମାନ୍ତରେ ଖୋଲିଥିବା ଆଶ୍ରୟସ୍ଥଳୀ ଗୁଡ଼ିକୁ ଜିଲ୍ଲାପାଳ ନିଜେ ବାରମ୍ବାର ଗସ୍ତରେ ଯାଇ ପରିସ୍ଥିତିକୁ ଯାଂଚ କରୁଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଅବସ୍ଥା ସମୀକ୍ଷା, ପରିବା ଓ ଆମିଷ ବଜାର ସ୍ତାନାନ୍ତର, ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ଏବଂ କଏଦୀଙ୍କୁ ପାରୋଲରେ ଛାଡ଼ିବା ଆଦି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ସଫଳ ପଦକ୍ଷେପ ନେଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ା.ସର୍ବଣା ବିବେକ ଙ୍କ ତତ୍ୱାବଧାନରେ ଲକଡ଼ାଉନ ସମୟରେ ଘରୋଇ ହିଂସା, ଚୋରୀ ଓ ଆଇନ ଶୃଖଳା ପରିସ୍ଥିତିରେ ବ୍ୟାପକ ସୁଧାର ଆସିଥିବା କୁହାଯାଇଛି ।