ପାରାଦ୍ୱୀପ ବନ୍ଦରକୁ ଆସୁଥିବା ପଣ୍ୟବାହୀ ଟ୍ରକ୍ ରେ ଥର୍ମାଲ୍ ସ୍କିନିଙ୍ଗ ବ୍ୟବସ୍ଥା ଲାଗୁହେଲା

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ବନ୍ଦର ମଧ୍ୟକୁ ପଣ୍ୟ ନେଇ ଆସୁଥିବା ସମସ୍ତ ଟ୍ରକ୍ ଚାଳକ ଓ ହେଲପର ମାନଙ୍କ ନିମନ୍ତେ ବନ୍ଦର ପ୍ରଶାସନ ପକ୍ଷ୍ୟରୁ ଶନିବାର ଦିନ ଆରମ୍ଭ ହୋଇଛି ଥର୍ମାଲ ସ୍କି୍ରନିଙ୍ଗ କାର୍ଯ୍ୟକ୍ରମ । ପ୍ରକାଶ ଯେ ସମଗ୍ର ବିଶ୍ୱ ମହାମାରୀ କରୋନାର ଆତଙ୍କରେ ଆତଙ୍କିତ । ପ୍ରତିଦିନ ବିଶ୍ୱେରେ ଗଡୁଛି ଶତାଧିକ ମୁଣ୍ଡ । ବିଭିନ୍ନ ଦେଶ ସେମାନଙ୍କ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି । ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ ପାରାଦ୍ୱୀପ ବନ୍ଦରକୁ ପ୍ରତ୍ୟହ ଶହଶହ ପଣ୍ୟବାହୀ ଟ୍ରକ୍ ଆସିଥାନ୍ତି । କୋଭିଡ୍-୧୯ ସଂକ୍ରମଣକୁ ଆଖି ଆଗରେ ରଖି ପାରାଦ୍ୱୀପ ବନ୍ଦରାଂଚଳକୁ ପ୍ରବେଶ କରୁଥିବା ଟ୍ରକ୍ ଚାଳାକ ଓ ହେଲପର ମାନଙ୍କର ଅଠରବାଙ୍କୀ ଗେଟ୍ ଠରେ ଥର୍ମାଲ ସ୍କିନିଙ୍ଗ କରିବାକୁ ପାରାଦ୍ୱୀପ ଟ୍ରକ୍ ମାଳିକ ସଂଘ ମାନଙ୍କୁ ନେଇ ଗଠିତ ମିଳିତ ସମନ୍ୱୟ କମିଟି ପାରାଦ୍ୱୀପ ବନ୍ଦର କର୍ତୃପକ୍ଷଙ୍କୁ ଏକ ସ୍ମାରକ ପତ୍ର ଗତ ୧ତାରିଖ ଦିନ ପ୍ରଦାନ କରାଯାଇଥିଲା । ଘଟଣାର ଗୁରୁତ୍ୱ କୁ ଦେଖି ପାରାଦ୍ୱୀପ ବନ୍ଦର କର୍ତୃପକ୍ଷ ଅଠରବାଙ୍କୀ ସ୍ଥିତ ଦୁଇ ନମ୍ବର ଗେଟ୍ ଠାରେ ଶନିବାର ଠାରୁ ଥର୍ମାଲ ସ୍କିନିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଦୁଇନମ୍ବର ଗେଟ୍ ଦେଇ ଯାଉଥିବା ସମସ୍ତ ପଣ୍ୟବାହୀ ଟ୍ରକ୍ରେ ଚାଳକ ଓ ହେଲପରଙ୍କର ଥର୍ମାଲ ସ୍କିନିଙ୍ଗ ହେବା ପରେ ସେମାନଙ୍କୁ ବନ୍ଦର ମଧ୍ୟକୁ ପଣ୍ୟ ଖଲାସ ପାଇଁ ଛଡାଯିବ । ଯଦି କୌଣସି ବ୍ୟକ୍ତିଙ୍କର କୌଣସି ଲକ୍ଷ୍ୟଣ ଦେଖାଦିଏ ତେବେ ତାଙ୍କୁ ବନ୍ଦର ମଧ୍ୟକୁ ଛଡାଯିବ ନାହିଁ । ପ୍ରକାଶ ଥାଉକି, ପାରାଦ୍ୱୀପ ବନ୍ଦର ପ୍ରଥମେ ଚାରି ନମ୍ବର ଗେଟ୍, ବନ୍ଦର ଚିକିସôାଳୟ ଓ ବନ୍ଦର ପ୍ରଶାସନିକ ଭବନରେ ବହୁ ପୂର୍ବରୁ ଥର୍ମାଲ ସ୍କିନିଙ୍ଗ ବ୍ୟବସ୍ଥା ଲାଗୁ କରିସାରିଛି ।

Leave a Reply

Your email address will not be published.