ମନ୍ଦିର ପୂଜକ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପନିପରିବା ବଂଟନ
ଭୁବନେଶ୍ୱର, (ଆଇଏନ୍ଏସ୍): ମଣିଷ ଦୁଃଖ କଷ୍ଟରେ ପଡିଲେ ଦୈାଡିଯାଏ ମନ୍ଦିରକୁ ଭଗବାନଙ୍କୁ ଗୁହାରୀ କରିବାକୁ । ସେଠାର ପୂଜକଟିଏ ମନ୍ତ୍ର ପଢ଼ି ମୁଣ୍ଡରେ ହାତ ଥୋଇ ଆଶୀର୍ବାଦ କରିଥାଏ । ଆମର ଦୁଃଖ ଲାଘବ ହୋଇଥାଏ । ଭକ୍ତମାନେ ଦେଉଥିବା ଦକ୍ଷିଣା ପୂଜକ ମାନଙ୍କର ସମ୍ପତି । ଆଜି କରୋନା ଭୟରେ ମନ୍ଦିର ଶୁନ୍ଶାନ୍ । ଭକ୍ତମାନେ ଆସୁନାହାଁନ୍ତି । ପୂଜକମାନଙ୍କର ପରିବାର ଘୋର ବିପତିରେ ପଡିଛନ୍ତି । ସେହି ଅବସରରେ ଆଜି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ୍.ପି.ଟିମ୍ ପକ୍ଷରୁ ·ଉଳ, ଚୁଡା, ଚିନି, ଡାଲି, ବିସ୍କୁଟ, ତଡକା, ଅଟା, ଆଳୁ ତଥା ଅନ୍ୟାନ୍ୟ ପନିପରିବା ଇତ୍ୟାଦି ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଂଚର ସଭାପତି ମଧୁମାଧବ ଜେନା, ଆଇନଜୀବି ସମରେନ୍ଦ୍ର ସାହୁ, ବିଜୟ ପାତ୍ର, ସମାଜସେବୀ ଇ. ଦିଲ୍ଲୀପ ସାହୁ, ରାଜକିଶୋର ବେହେର ପ୍ରମୁଖଙ୍କ ଉପସ୍ଥିତିରେ ଏଲ୍.ପି.ଟିମ୍ ର ସଭାପତି ରମାକାନ୍ତ ସ୍ୱାଇଁ, ଉପସଭାପତି ପ୍ରଦୀପ ଦାସ, ସଂପାଦକ ଅନିରୁଦ୍ଧ ଲେଙ୍କା, ବରୁଣ ପୋଥାଳ, ଅମିତ୍ ଚୌଧୁରୀ, ହିମାଂଶୁ ନାୟକ, ଶାନ୍ତନୁ କୁମାର ବିଶ୍ୱାଳ ଙ୍କ ସହଯୋଗରେ ବିଭିନ୍ନ ମନ୍ଦିର ବୁଲି ପୂଜକ ମାନଙ୍କୁ ବଂଟନ କରାଯାଇଥିଲା ।