ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ନନେ୍ଦାତ୍ସବ ଓ ଜନ୍ମାଷ୍ଟମୀ ପାଳିତ
ନୟହାଟ, (ଆଇଏନ୍ଏସ୍): ନୟାହାଟସ୍ଥିତ ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ସାମାଜିକ ଦୂରତା ରକ୍ଷା କରି ନିରାଡମ୍ବରରେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଓ ନନେ୍ଦାତ୍ସବ ଦୁଇ ଦିନ ଧରି ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । କରୋନା ମହାମାରୀ ଯୋଗୁ ଭକ୍ତମାନଙ୍କ ମନରେ ନୈରାଶ୍ୟ ଜାତ ହୋଇଥିଲେ ସୁଦ୍ଧା ମହା ଆନନ୍ଦ ସହକାରେ ଶ୍ରୀକୃଷ୍ଣଙ୍କ ନାଟ ମନ୍ଦିରରୁ ଭଗବାନ ବାଳଗୋପାଳଙ୍କୁ ଅଳ୍ପ ଭକ୍ତଙ୍କ ଗହଣରେ ପ୍ରଥମେ କଦମ୍ବ ଗଛ ପରିକ୍ରମା କଲା ପରେ ସ୍ୱତନ୍ତ୍ର ଝୁଲଣ ମଣ୍ଡପକୁ ନିଆଯାଇଥିଲା । ପରେ ପରେ ଗୁରୁଦେବ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଆସନ ମନ୍ଦିରରୁ ଝୁଲଣ ମଣ୍ଡପକୁ ନିମନ୍ତ୍ରଣ କରାଯାଇ ସ୍ଥାପନ କରାଯାଇଥିଲା । ସେଠାରେ ଷୋଡଶ ଉପଚାରେ ପୂଜାର୍ଚ୍ଚନା, ମା’ମାନଙ୍କ ଦ୍ୱାରା ବନ୍ଦାପନା କରାଯିବା ପରେ ମଧୁ ଭାଗବତରୁ ପଂଚମ ଅଧ୍ୟାୟ କୃଷ୍ଣ ଜନ୍ମ ଉପରେ ପଠନ କଲାପରେ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ପରି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉସôବର ୫ ଦିନରେ ପଂଚୁଆତି, ଷଷ୍ଠ ଦିନରେ ଷଷ୍ଠୀ ପୂଜା ପାରମ୍ପରିକ ରୀତି ଅନୁଯାୟୀ ଅନୁଷ୍ଠିତ ହେବ । ଆସନ୍ତା ୩୧ ତାରିଖ ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ନାମକରଣ ଉତ୍ସବ ବା ଏକୋଇସିଆ ପୂଜା ନିରାଡମ୍ବରରେ ପାଳନ କରାଯିବ ବୋଲି ସେବକ ପ୍ରୀତି ରଂଜନ ଦାସ ସୂଚନା ଦେଇଛନ୍ତି ।