କୋରୋନା ପ୍ରଭାବ: ହୋଇ ନପାରେ ଚଳିତ ବର୍ଷ ବିଶ୍ୱକର୍ମା ପୂଜା

ପାରାଦ୍ୱୀପ, (ଆଇଏନ୍ଏସ୍): ସମଗ୍ର ବିଶ୍ୱରେ କୋରୋନାର ପ୍ରଭାବ ଜାରୀ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଧାର୍ମୀକ କାର୍ଯ୍ୟ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ଧର୍ମସ୍ଥଳୀକୁ ରାଜ୍ୟ ସରକାର ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍ ଲଗେଇଛନ୍ତି । ଏହାକୁ ଦେଖି ପାରାଦ୍ୱୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସର୧୭ ତାରିଖରେ ପାଳିତ ହୋଇଥାଏ । ଜିଲ୍ଲା ତଥା ପଡୋଶୀ କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର ଭଳି ଜିଲ୍ଲାମାନଙ୍କରୁ ଦର୍ଶକମାନେ ପାରାଦ୍ୱୀପ ଆସିଥାନ୍ତି । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପୂଜାରେ ସାମିଲ ହୋଇଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବ୍ୟବସାୟୀମାନେ ବ୍ୟବସାୟ କରିବା ପାଇଁ ପାରାଦ୍ୱୀପ କୁ ଆସିଥାନ୍ତି । ପାରାଦ୍ୱୀପ ବାସିନ୍ଦା ତଥା ପଡୋଶୀ ଜିଲ୍ଲା ବାସିନ୍ଦା ମାନେ ନିଜର ଗୃହ ଉପକରଣ ପାଇଁ ଚାହିଁ ରହିଥାନ୍ତି ବର୍ଷକେଥରେ ପାଳିତ ହେଉଥିବା ଏହି ମହାନ ଗଣପର୍ବକୁ । ଶିଳ୍ପ ସହର ରେ ଦେବ ଶିଳ୍ପୀ ଙ୍କ ପୂଜା ଉସôବ ଧୂମ୍ଧାମରେ ସାତଦିନ ଧରି ପାଳିତ ହୋଇାଥାଏ । ବିଭିନ୍ନ ପୂଜା ମଣ୍ଡପରେ ବହୁ ନାମୀ ଦାମୀ କଳାକାର ମାନେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥାନ୍ତି । ହେଲେ କରୋନା ର ସ୍ଥିତି ଲୋକମାନଙ୍କର ସାମାଜିକ ତଥା ଅର୍ଥନୈତିକ ସ୍ଥିତି ବିଗାଡି ଦେଇଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ର୍ବେର ବିଶ୍ୱକର୍ମା ପୂଜା ବନ୍ଦ ହୋଇପାରେ । କାରଣ ସଂକ୍ରମଣର ଭୟକୁ ଦେଖି ପ୍ରଶାସନ ଏଥର ବିଶ୍ୱକର୍ମା ପୂଜାକୁ ଅନୁମତି ନ ଦେଇ ପାରନ୍ତି । ପ୍ରତ୍ୟେକ ବର୍ଷ ଅଗଷ୍ଟ ଦ୍ୱୀତୀୟ ସପ୍ତାହକୁ ବନ୍ଦର ସହରରେ ବିଭିନ୍ନ ପୂଜାମଣ୍ଡପରେ ବାଉଁଶ ପଡି ତୋରଣ ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିନି । ପାରିପାଶ୍ୱର୍ୀକ ସ୍ଥିତି କୁ ଦେଖି ଯାହା ଅନୁମାନ କରାଯାଉଛି ଚଳିତ ବର୍ଷର ବିଶ୍ୱକର୍ମା ପୂଜା ଆପାତତଃ ବନ୍ଦ ହେବ ବୋଲି ପୂର୍ବାନୁମାନ କରୁଛନ୍ତି ବନ୍ଦର ଅନ୍ତେବାସୀ ।

Leave a Reply

Your email address will not be published.