ବିଏମଏସର ସାଧାରଣ ସଂପାଦକ ହେଲେ ଶ୍ରୀକାନ୍ତ ରାୟ

ପାରାଦୀପ, (ଆଇଏନ୍ଏସ୍): ବନ୍ଦର ନଗରୀ ପାରାଦୀପର ଅନ୍ୟତମ ପୁରାତନ ଶ୍ରମିକ ସଂଗଠନ ଭାରତୀୟ ବନ୍ଦର ମଜଦୁର୍ ସଂଘର ସାଧାରଣ ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀକାନ୍ତ ରାୟ । ଶୁକ୍ରବାର ଦିନ ସଂଗଠନର ନୂଆବଜାରସ୍ଥିତ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ରାକେଶ କୁମାର ପଟ୍ଟନାୟକ ଏହି ବୈଠକରେ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ସଂଗଠନର ସହ-ସଂପାଦକ ମହେନ୍ଦ୍ର କୁମାର ନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ । ସଂଗଠନର ସାଧାରଣ ସଂପାଦକ ଦୋଳଗୋବିନ୍ଦ ଦାଶ ଅସୁସ୍ଥ ଥିବାରୁ ଶ୍ରୀକାନ୍ତ ରାୟଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଉପସଭାପତି ପବିତ୍ର ମିଶ୍ର, ଭାରତୀୟ ବନ୍ଦର ମଜଦୁର୍ ସଂଘର ପର୍ଯ୍ୟବେକ୍ଷକ ଅକ୍ଷୟ ରାଉତ ଏହି ବୈଠକରେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ଶ୍ରୀକାନ୍ତ ରାୟ ପୂର୍ବରୁ ଙ୍କଗ୍ରେସ ନେତା ଅରିନ୍ଦମ ଓରଫ ବାପି ସର୍ଖେଲଙ୍କ ନେତୃତ୍ୱାଧିନ ପାରାଦୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ଥିଲେ । ଶ୍ରୀକାନ୍ତଙ୍କ ସହଯୋଗରେ ପରେଶ ଚନ୍ଦ୍ର ମୁର୍ମୁ ବନ୍ଦର ଟ୍ରଷ୍ଟି ଭାବେ ନିର୍ବାଚିତ ହୋଇଥିଲେ । ଶ୍ରମିକ ସଂଗଠନରେ ବାପି ସର୍ଖେଲଙ୍କ ଦୁଇହାତ ଭାବେ ପରେଶ ଓ ଶ୍ରୀକାନ୍ତ ଗଣା ହେଉଥିଲେ । କିନ୍ତୁ ପରେଶ ବାପିଙ୍କ ହାତ ଛାଡି ପ୍ରକାଶ ତ୍ରୀପାଠୀଙ୍କ ଶ୍ରମିକ ସଂଗଠନରେ ଯୋଗ ଦେଇଥିବା ବେଳେ ଏବେ ଅନ୍ୟ ଏକ ହାତ ଶ୍ରୀକାନ୍ତ ବିଏମଏସ୍ର ହାତ ଧରିଛନ୍ତି । ଆସନ୍ତା ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଶ୍ରୀକାନ୍ତ ଏହି ଦାୟିତ୍ୱରେ ରହିବେ ବୋଲି ଭାରତୀୟ ବନ୍ଦର ମଜଦୁର୍ ସଂଘ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.