ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ ସ୍ଥାନୀୟ ସରପଂଚଙ୍କ ବୈଠକ
ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ରିଫାଇନାରୀ ସଂଲଗ୍ନ ଏଗାର ଗୋଟି ପଂଚାୟତର ସରପଂଚଞ୍ଚ ମାନଙ୍କୁ ନେଇ ଏକ ବୈଠକ ରିଫାଇନାରୀ ପରିସରରେ ଆୟୋଜିତ ହୋଇଯାଇଛି । ରିଫାଇନାରୀ ର ମାନବ ସମ୍ବଳ ବିଭାଗର ମୁଖ୍ୟ ପ୍ରବନ୍ଧକ ଏକେ ଭଗବତୀ ସରପଂଚ ମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ପାରାଦ୍ୱୀପ ରିଫାଇନାରୀ ସଟଡାଉନ୍ ସମୟରେ ଅସ୍ଥାୟୀ ମେଡିକାଲ ସେଂଟର ରେ ଆଠଶହରୁ ଉଦ୍ଧ୍ୱର୍ ସ୍ଥାନୀୟ ଶ୍ରମିକମାନଙ୍କୁ ରଖିଥିଲେ । ସେମାନେ ସେଠାରେ ରହି ସଟଡାଉନ୍ ସମୟରେ ପାରାଦ୍ୱୀପ ରିଫାଇନାରୀ ର ମେଂଟନାନ୍ସ କାର୍ଯ୍ୟ ସଫଳ ଭାବେ କରିଥିଲେ । ଜିଲ୍ଲା ପ୍ରଶାସନର ନିଦେ୍ର୍ଦଶ କ୍ରମେ ପାରାଦ୍ୱୀପ ରିଫାଇନାରୀ ଏହି ଟିଏମସି ଗୁଡିକରେ ସମସ୍ତ ସାହାର୍ଯ୍ୟ ସହଯୋଗ କରିଥିଲେ । ଏହି ବୈଠକରେ ପାରାଦ୍ୱୀ ରିଫାଇନାରୀ ପକ୍ଷରୁ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ସରପଞ୍ଚମାନଙ୍କୁ ସୂଚନା ଦିଆଯାଇଥିଲା ବୋଲି ପାରାଦ୍ୱୀପ ରିଫାଇନାରୀ ର କର୍ପୋରେଟ୍ ମ୍ୟାନେଜର ଏମ୍.ଏସ୍.ପାତ୍ର ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।