ମା’ ମଙ୍ଗଳା ଗୌରୀ ଶକ୍ତିପୀଠ, ଗୟା

ଶରତ କୁମାର ରାଉତ
ପଦ୍ମ ପୁରାଣ, ବାୟୁ ପୁରାଣ ଓ ଅଗ୍ନି ପୁରାଣରେ ଯେଉଁ ଗୋଟିଏ ମନ୍ଦିରର ଉଲ୍ଲେଖ ରହିଛି, ସେ ହେଲା ବିହାରର ସବୁଠୁ ପ୍ରସିଦ୍ଧ ମଙ୍ଗଳା ଗୌରୀ ମନ୍ଦିର । ଏହି ମନ୍ଦିର ବିହାରର ଗୟା ସହରରେ ଅବସ୍ଥିତ । ଏହି ମନ୍ଦିର ୧୫ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏହି ମନ୍ଦିର ମା’ ସତୀଙ୍କୁ ସମର୍ପିତ ହୋଇଥିଲା । ଗୟାର ଏହି ମନ୍ଦିର ବିଶେଷ ଭାବେ ବୈଷ୍ଣବ ପନ୍ଥିୟ ଅଟେ । କୃପା ଓ କରୁଣାର ଦେବୀ ରୂପରେ ମଙ୍ଗଳା ଗୌରୀଙ୍କର ପୂଜାର୍ଚ୍ଚନା କରାଯାଏ । ଏହି ମନ୍ଦିରକୁ ଉପ ଶକ୍ତିପୀଠରେ ସାମିଲ୍ କରା ଯାଇଛି । ଯେଉଁ ଭକ୍ତ ମା’ମଙ୍ଗଳା ଗୌରୀଙ୍କୁ ଦର୍ଶନ ପାଇଁ ଏଠାକୁ ଆସନ୍ତି, ସେମାନଙ୍କର ସବୁ ପ୍ରାର୍ଥନା ଓ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ଏଥିଯୋଗୁ ମା’ମଙ୍ଗଳା ଗୌରୀ ପ୍ରତ୍ୟକ୍ଷ ଦେବୀ ବୋଲି ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।
ଏହି ମନ୍ଦିରକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥ୍ôବାରୁ ଅତି ଦୁଃଖରେ ମା’ସତୀ ଯଜ୍ଞକୁଣ୍ଣରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ସୁଦର୍ଶନ ଚକ୍ର ଦ୍ୱାରା ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ସେଗୁଡ଼ିକ ମଧ୍ୟରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ଆଦିଶକ୍ତି ପୀଠ ହେଲେ, (୧)ପୁରୀ ଶ୍ରୀମନ୍ଦିରରେ ପୂଜିତା ମା’ବିମଳା(ପାଦଖଣ୍ଡ), (୨) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ନିକଟସ୍ଥ ଋଷିକୂଲ୍ୟା ନଦୀ ଉପକଣ୍ଠରେ କୁମାରୀ ପାହାଡ଼ ଉପରେ ବିରାଜିତ ମା’ତାରା ତାରିଣୀ(ସ୍ତନଖଣ୍ଡ), ୩) ଆସାମର ଗୌହାଟୀ ସ୍ଥିତ କାମାକ୍ଷା ଦେବୀ(ଜୋନିଖଣ୍ଡ) ଓ ୪) କୋଲକତାର ଦକ୍ଷିଣ କାଳୀ(ମୁଖଖଣ୍ଡ) । ଓଡ଼ିଶାରେ ମଧ୍ୟ ଗୋଟିଏ ମହା ଶକ୍ତିପୀଠ ମା’ “ବିରଜା” ରହିଛନ୍ତି ।
ତେବେ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ବିହାର ପ୍ରଦେଶ ଗୟାର ଭଷ୍ମକୁଟ ପର୍ବତ ଉପରେ ମା’ ସତୀଙ୍କ ସ୍ତନଖଣ୍ଡ ପଡ଼ିଥିଲା । ଏଥିଯୋଗୁ ଏହି ସ୍ଥାନରେ ମା’ମଙ୍ଗଳା ଗୌରୀଙ୍କର ଭବ୍ୟ ମନ୍ଦିର ନିର୍ମାଣ ହୋଇଥିଲା । ଏହି ମନ୍ଦିର ପୂର୍ବ ଦିଗରେ ଥିବା ମଙ୍ଗଳା ଗୌରୀ ପାହାଡ଼ ଉପରେ ତିଆରି କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିର ପର୍ଯ୍ୟନ୍ତ ପହଂଚିବାକୁ ପାହାଚ ଗୁଡ଼ିକ ତିଆରି ହୋଇଛି ଓ ମୋଟର ଗାଡ଼ିରେ ଯିବା ପାଇଁ ରାସ୍ତାର ମଧ୍ୟ ବ୍ୟବସ୍ଥା ହୋଇଛି ।
ଏହି ପବିତ୍ର ମନ୍ଦିରରେ ଦେବୀଙ୍କ ବହୁ ସୁନ୍ଦର ଓ ଧାତୁ ପଥର ଆଦିରେ କାରୁକାର୍ଯ୍ୟ କରାଯାଇଥିବା ମୁର୍ତି ଗୁଡ଼ିକ ସ୍ଥାପିତ ହୋଇଛି । ମନ୍ଦିରର ସାମ୍ନାରେ ହିଁ ଗୋଟିଏ ଛୋଟ ମଣ୍ଡପ ରହିଛି । ଏଠାରେ ମଧ୍ୟ ଭଗବାନ ଶିବଙ୍କର ଛୋଟ ଛୋଟ ଦୁଇଟି ମନ୍ଦିର ରହିଛି । ଏଥିସହ ମହିଷାସୁର ମର୍ଦ୍ଦିନୀ, ଦୁର୍ଗା ଓ ଦେବୀ କାଳୀଙ୍କର ମୂର୍ତି ମାନ ରହିଛି ।
ଏହି ମଙ୍ଗଳା ଗୌରୀଙ୍କ ମନ୍ଦିର ପରିସରରେ ମା’କାଳୀ, ଭଗବାନ ଗଣେଷ, ଭଗବାନ ହନୁମାନ ଓ ଭଗବାନ ଶିବଙ୍କ ମନ୍ଦିର ବି ରହିଛି ।
ଗୟା ଭଳି ପବିତ୍ର ସହର ଆମ ଦେଶରେ ଅନେକ ରହିଛି । ମାତ୍ର ପ୍ରତ୍ୟେକ ସହରର ନିଜ ନିଜର ସ୍ୱତନ୍ତ୍ର ପରିଚୟ ରହିଛି । ପ୍ରତି ସହରର ନିଜସ୍ୱ ଭିନ୍ନ ଭିନ୍ନ ଗୁରୁତ୍ୱ ରହିଛି । ସେହିଭଳି ଗୟା ସହରର ମଧ୍ୟ ନିଜର ଭିନ୍ନ ପରିଚୟ ରହିଛି ।
ଏହି ସହରର ପ୍ରମୁଖ ବିଶେଷତ୍ୱ ହେଲା, ଏହାର ନାମ ଗୟା ନାମକ ଏକ ରାକ୍ଷସ ନାଁ ରେ ରଖା ଯାଇଥିଲା । ଗୟା ସହରରେ ମଙ୍ଗଳା ଗୌରୀ ଦେବୀଙ୍କର ମନ୍ଦିର ଜାଗ୍ରତ ପ୍ରହରୀ ଭାବେ ବିରାଜମାନ । ଏହା ସହିତ ଏହି ସହରରେ ଭୀମଙ୍କର ମଧ୍ୟ ମନ୍ଦିର ରହିଛି । ସାରା ଦେଶରେ ଏଭଳି ବହୁ କମ୍ ସ୍ଥାନ ରହିଛି, ଯେଉଁଠି ଭୀମଙ୍କ ଭଳି ମହାଭାରତର ମହାନ୍ ଯୋଦ୍ଧାଙ୍କ ମନ୍ଦିର ଅଛି । ଭୀମଙ୍କ ସଂପର୍କରେ ମଧ୍ୟ କୁହାଯାଏ ଯେ, ସେ ଏହି ସ୍ଥାନରେ ଶ୍ରାଦ୍ଧ କର୍ମ କରିଥିଲେ ।
ବର୍ଷର ସବୁ ସମୟରେ ମା’ମଙ୍ଗଳା ଗୌରୀ ଦେବୀଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ମା’ମଙ୍ଗଳା ଗୌରୀ ଦେବୀଙ୍କରଙ୍କ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମା’ମଙ୍ଗଳା ଗୌରୀ ଦେବୀଙ୍କୁ ପୂଜା କରିବାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।

ମୋ: ୯୪୩୭୪୪୧୦୭୨/୯୩୩୭୩୬୯୪୪୮

ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

2 thoughts on “

  1. Some limitations of the present study should be discussed priligy 60 mg price Amelia Stanley is a metastatic breast cancer patient advocate who was diagnosed nearly two years ago at the age of 34 with breast cancermetastasis to the bone

Leave a Reply

Your email address will not be published.