ପାରାଦୀପରେ ଡ.ମହତାବଙ୍କ ୧୨୧ ତମ ଜୟନ୍ତୀ ପାଳିତ
ପାରାଦ୍ୱୀପ, (ଆଇଏନ୍ଏସ୍): ପ୍ରାଚୀନ ନୌବାଣିଜ୍ୟ ସୁଭାରମ୍ଭରେ ଡ.ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପାରାଦୀପରେ ନଦୀ ବନ୍ଦର ଆରମ୍ଭ କରି ତାଳ ଦଣ୍ଡା କେନାଲରେ ଡଙ୍ଗାରେ ଲୁହା ପଥର ପରିବହନ ସୁଭାରମ୍ଭ କରିଥିଲେ ବୋଲି ପାରାଦୀପ ଗଡ ଶୈଶବ ବିଦ୍ୟାଳୟରେ କୋଭିଡ ନିୟମ ପାଳନ କରାଯାଇ ଆୟୋଜିତ ଡ.ମହତାବଙ୍କ ୧୨୧ ତମ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଉକ୍ରଳ କେଶରୀ ଡ.ହରେକୃଷ୍ଣ ମହତାବ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସାଂସଦ ବିଭୂପ୍ରଶାଦ ତରାଇ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଯୋଗ ଦେଇ ପାରାଦୀପ ଲକ୍ ଥାନା ନଦୀ ବନ୍ଦରର ମୁକ ସାକ୍ଷୀ ବୋଲି ଐତିହାସିକ ତଥ୍ୟ ପ୍ରଦାନ କରିଥିଲେ । ସ୍ତମ୍ବକାର ତଥା ସ୍ମୃତି ସଂସଦ କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ସଂସଦର ସମ୍ପାଦକ ନୃସିଂହ ନାରାୟଣ ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ସହ ସଂପାଦକ ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂସଦ ଉପ ସଭାପତି ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବର୍ଷିଆନ ସାମ୍ବାଦିକ ଶଶିଭୂଷଣ ଷଢଙ୍ଗୀ, ମତ୍ସ୍ୟଚାଷୀ ବିଷ୍ଣୁ ଚରଣ ପାତ୍ର, ପାଲା ଗାୟୀକା ନିଳିମା ଖୁଣ୍ଟିଆ, ଶିଳ୍ପଦ୍ୟୋଗୀ ଭୈରବ ଚରଣ ଦାସ, କୃଷକ ସୁଧିର ନାୟକ, ସ୍ତମ୍ବକାର ହିଂମାନସୁ ଆଚାର୍ଯ୍ୟ, କବୟିତ୍ରୀ ଗୀତା ଦାସ, ଶିକ୍ଷକ ମଥୁରା ନନ୍ଦ ପରିଡା, କଣ୍ଠ ଶିଳ୍ପୀ ରୋହନ ବିଶ୍ୱାଳ, ବରିଷ୍ଠ ନାଗରିକ ସାରଙ୍ଗଧର ନାୟକ, କ୍ରଡାବିତ ଅମରଜିତ ନାୟକ, ସାହିତ୍ୟ ପୃଷ୍ଟ ପୋଷକ ବସନ୍ତ ମଞ୍ଜରୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ତମ୍ବକାର ଅକ୍ଷୟ ରାଉତଙ୍କ ସଭା ପତିତ୍ୱରେ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ରରେ କବି କୈଳାସ ଚନ୍ଦ୍ର ପ୍ରଧାନ, ହରିଗୁରୁ ଦାସ, ସୁଧାଂସୁ ସତପଥି, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମିନର୍ଭା ସ୍ୱାଇଁ, ଗୋଲାପ ରାଣି ସାହୁ, ରବିନ୍ଦ୍ର ଚୈାଧୁରୀ, ସ୍ୟାମ ସୁନ୍ଦର ବେହେରା ପ୍ରମୁଖ କବିତା ପାଠ କରିଥିଲେ । କବି ସବିତା ନାୟକ ସଂଯୋଜନା କରିଥିଲେ । ଏହି ଉତ୍ସବକୁ ବାମଦେବ ସାହୁ, ନିମାଇଁ ଦାସ, ପ୍ରଦୀପ ଜେନା ପ୍ରମୁଖ ପରିଚାଳନା କରିଥିଲେ ।
Thanks for shening. I read many of your blog posts, cool, your blog is very good.
Thanks for sharing. I read many of your blog posts, cool, your blog is very good.
Your article helped me a lot, is there any more related content? Thanks!
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me? https://www.binance.info/en-IN/join?ref=UM6SMJM3
Your article helped me a lot, is there any more related content? Thanks!
Can you be more specific about the content of your article? After reading it, I still have some doubts. Hope you can help me.