ଅନଲାଇନ୍ ସାଇବର ଠକେଇ ସମ୍ବନ୍ଧରେ ପାରାଦ୍ୱୀପ ପୋଲିସର ସଚ୍ଚେତନତା
ପାରାଦ୍ୱୀପ, (ଆଇଏନ୍ଏସ୍): ବର୍ତ୍ତମାନ ଅନଲାଇନ୍ ଓ ସାଇବର ମାଧ୍ୟମରେ ଠକେଇ ବା ଅପରାଧ ଦୃତ ଗତିରେ ବଢିବାରେ ଲାଗିଛି । ସାଧାରଣରେ ସଚ୍ଚେତନତା ଅଭାବ ଯୋଗୁଁ ଲୋକମାନେ ଏହି ଠକାମୀର ଶିକାର ହୋଇ ପୋଲିସର ସହାୟତା ନେଇଥାନ୍ତି । ତେବେ ଜନସାଧାରଣ ସତର୍କ ରହିଲେ ଏହି ଅପରାଧ ବହୁ ମାତ୍ରାରେ ହ୍ରାସ ପାଇବ । ଏହି ପରିପ୍ରେକ୍ଷୀରେ ବନ୍ଦର ଓ ଶିଳ୍ପ ସହରରେ ପାରାଦ୍ୱୀପ ଆଦର୍ଶ ଥାନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କ ମାନଙ୍କରେ ବ୍ୟାଙ୍କ ହିତାଧିକାରୀଙ୍କୁ ନିଜ ଓଟିପି କିମ୍ବା ବ୍ୟାଙ୍କ ଆକାଉଣ୍ଟର କୌଣସି ବିବରଣୀ କାହାକୁ ନଦେବା ପାଇଁ ସଚ୍ଚେତନ କରାଯାଇଥିଲା । ବ୍ୟାଙ୍କରୁ ଅଧିକ ଅର୍ଥ ଉଠାଣ କିମ୍ବା ପଇଠ ସମୟରେ ଆବଶ୍ୟକ ପଡିଲେ ଯେ କୌଣସି ବ୍ୟକ୍ତି ପୋଲିସର ସହାୟତା ନେଇ ପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସହରରେ ଥିବା ବ୍ୟାଙ୍କଷ୍ଟି୍ରଟ୍ରେ ବ୍ୟାଙ୍କ ହିତାଧିକାରୀଙ୍କ ସୁରକ୍ଷା ପାଇଁ ପୋଲିସ ମୃତୟନ ହେବା ସଙ୍ଗେ ସଙ୍ଗେ ୨୪ ଘଣ୍ଟିଆ ପ୍ୟାଟ୍ରୋଲିଂ ର ବ୍ୟବସ୍ଥା କରାଯାଇଛି ବୋଲି ଆଦର୍ଶ ଥାନା ଅଧିକାରୀର ରଜନୀକାନ୍ତ ସାମଲଙ୍କ ଠାରୁ ସୂଚନା ମିଳିଛି । ସୂଚନା ଥାଉକି, ରାଜ୍ୟରେ ସୁନାେ·ର ମାତିଥିବା ବେଳେ ପୋଲିସ ପକ୍ଷରୁ ସୁନାଦୋକାନୀ ମାନଙ୍କୁ ଏ ବାବଦରେ ସଚ୍ଚେତନ କରାଯିବା ସହ ସତର୍କ କରାଯାଇଥିଲା । ତେବେ ଦକ୍ଷ ଥାନାଧିକାରୀ ଶ୍ରୀ ସାମଲଙ୍କ ନେତୃତ୍ୱରେ ପାରାଦ୍ୱୀପ ଆଦର୍ଶ ପୋଲିସର ନିଷ୍ଠାପର ପରିଶ୍ରମ ଓ ଉଦ୍ୟମ ଫଳରେ ପାରାଦ୍ୱୀପରେ ଅପରାଧ ନିୟନ୍ତ୍ରଣ ହେବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତ ଠିକ୍ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।