ଇମ୍ଫା ମାଇନ୍ସ ଦ୍ୱାରା ରୁଫ୍ଟପ୍ ସୋଲାର୍ ପ୍ଲାଣ୍ଟ୍ ସ୍ଥାପନ

ଭୁବନେଶ୍ୱର/ସୁକିନ୍ଦା, ୨୦ ମାର୍ଚ୍ଚ, ୨୦୨୧: ସୌର ଶକ୍ତିର ଉପଯୋଗ ପାଇଁ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା) ଏହାର ସୁକିନ୍ଦା ମାଇନ୍ସ (କ୍ରୋମାଇଟ୍) ଏବଂ ମହାଗିରି ମାଇନ୍ସ (କ୍ରୋମାଇଟ୍)ଠାରେ ଅଫ୍-ଗ୍ରିଡ୍ ରୁଫ୍ଟପ୍ ସୋଲାର୍ ପ୍ଲାଣ୍ଟ୍ ସ୍ଥାପନ କରି “ଗ୍ରୀନ୍ ଇଣ୍ଡିଆ ମିସନ୍” ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି ।
ସୁକିନ୍ଦା ମାଇନ୍ସ ପରିସରକୁ ଆଲୋକିତ କରିବା, ଲାବୋରେଟୋରୀ ମଫଲ୍ ଫର୍ଣ୍ଣାସ୍ ତଥା ଓଭେନ୍ ଇତ୍ୟାଦି ଚଳାଇବା ପାଇଁ ଏହାର କ୍ୱାଲିଟି କଣ୍ଟ୍ରୋଲ୍ ତଥା ଲାବୋରେଟେରୀ ବିଲ୍ଡିଙ୍ଗ୍ ଛାତରେ ୩୦ କ.ଡ. ବିଶିଷ୍ଟ ଏକ ସୋଲାର୍ ପ୍ଲାଣ୍ଟଣ୍ଟ୍ ସ୍ଥାପନ କରାଯାଇଛି । ସେହିଭଳି ମହାଗିରି ମାଇନ୍ସ ପରିସରକୁ ଆଲୋକିତ କରିବା ପାଇଁ ଏହାର ଆଡ୍ମିନିଷ୍ଟ୍ରେସନ୍ ତଥା ପିଟ୍ ହେଡ୍ କମ୍ପ୍ଲେକ୍ସର ଛାତ ଉପରେ ୪୦ କ.ଡ. ବିଶିଷ୍ଟ ଅନ୍ୟ ଏକ ସୋଲାର ପ୍ଲାଣ୍ଟ୍ ସ୍ଥାପନ କରାଯାଇଛି ।
ଇମ୍ଫା ଦ୍ୱାରା ଏହାର ଖଣି ଅଞ୍ଚଳରେ ଗ୍ରହଣ କରାଯାଇଥିବା ଏଭଳି ସବୁଜ ପ୍ରୟାସ ହେଉଛି ପରିବେଶାନୁକୂଳ ଖନନ ଉଦ୍ୟମ ଦିଗରେ ଏକ ନିରନ୍ତର ପ୍ରକ୍ରିୟା ଏବଂ ଅକ୍ଷୟ ଶକ୍ତିର ଉପଯୋଗ କ୍ଷେତ୍ରରେ ଅଗ୍ରଣୀ ହେବା ଦିଗରେ ଏକ ସଂସ୍କାର ପ୍ରକି୍ରୟା ମଧ୍ୟ । ((ଆଇଏନ୍ଏସ୍)

Leave a Reply

Your email address will not be published.