Chasi O Madhyabita nku Khusi Karibaku Udyama

 ଚାଷୀ ଓ ମଧ୍ୟବିତଙ୍କୁ ଖୁସ କରିବାକୁ ଉଦ୍ୟମ

ସୁବାସ ଷଡଙ୍ଗୀ
ମଧ୍ୟବର୍ତୀ ବଜେଟରେ ମଧ୍ୟବିତ ଶ୍ରେଣୀର ଲୋକ ମନ ଜୟ କରିବାକୁ ମୋଦି ସରକାର ଭରପୁର ଉଦ୍ୟମ କରିଛନ୍ତି । ବଜେଟ ପ୍ରସ୍ତାବରେ ଆୟକର ସୀମା ବଢାଇ ୫ ଲକ୍ଷ କରାଯିବାର ଘୋଷଣା କରିଛନ୍ତି ପିୟୁଷ ଗୋଏଲ । ଏହଛହା କରଯୁକ୍ତ ଆୟ ଉପରେ ଯେଉଁ ଛାଡ ଦିଆଯାଏ, ତାହାକୁ ୪୦ ହଜାରରୁ ୫୦ ହଜାରକୁ ବଢାଇଦିଆଯାଇଛି । ଆଗରୁ ଦେଢଲକ୍ଷ ଟଙ୍କା ବିନିଯୋଗ ପାଇଁ କରଛାଡ ଥିଲା । ଏଣୁ ମୋଟ ହିସାବ କଲେ ଜଣେ ୭ ଲକ୍ଷ ଟଙ୍କା ଆୟ କରୁଥିଲେ ତାଙ୍କୁ କୌଣସି ଆୟକର ଦେବାକୁ ହେବ ନାହିଁ । ସେଇପରି ବ୍ୟାଙ୍କ ଏବଂ ପୋଷ୍ଟ ଅଫିସରେ ମିଳୁଥବା ସୁଧର ପରିମାଣ ୧୦ ହଜାର ଟଙ୍କାରୁ ଅଧିକ ହେଲେ ଟିଡିଏସ କଟାଯାଉଥିଲା । ବଜେଟରେ ଏହି ସୀମାକୁ ୫୦ ହଜାର ଟଙ୍କକୁ ବଢାଇ ଦିଆଯାଇଛି ।
ସେଇପରି ଭୋଟ ପୂର୍ବରୁ କୃଷକମାନଙ୍କ ମନଜିରିବା ପାଇଁ ମଧ୍ୟବର୍ତୀ ବଜେଟରେ ବିଭିନ୍ନ ନୂଆ ପ୍ରକଳ୍ପ କଥା ଘୋଷଣା କରାଯାଇଛି । ଏହି ଯୋଜନାରେ ୨ ହେକ୍ଟରରୁ କମ ଜମିଥିବା ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେବେ କେନ୍ଦ୍ର ସରକାର । ଏହାକୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଡିପୋଜିଟ କରାଯିବ । ଅଥମନନ୍ତ୍ରୀଙ୍କର ଦାବି ଏହା ଦ୍ୱରା ପ୍ରାୟ ୧୨ କୋଟି ଚାଷୀ ଉପକୃତ ହେବେ ।
ବଜେଟରେ ଗୋରକ୍ଷା ପାଇଁ ଏକ ଯୋଜନା ଘୋଷରା କରିଛନ୍ତି ଅର୍ଥମନ୍ତ୍ରୀ । ଗୋ ପ୍ରଜନନ ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରି କରାଯିବ । ଏହାର ନାମ ରଖାଯାଇଛି, ଜାତୀୟ ଗୋଧନ ଯୋଜନା । ଏଥିପାଇଁ ୭୫୦ କୋଟିର ବ୍ୟୟ ଅଟକଳ କରାଯାଇଚି । ମାଛ ଚାଷକୁ ପ୍ରୋସ୍ôାହିତ କରିବା ପାଇଁ ଏକ ନୂଆ ଅଫିସ ଖୋଲିବା ସଂପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
ସରକାରଙ୍କ ସଫଳତା ସଂପର୍କରେ ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଜିଡିପି ବୃଦ୍ଧିର ହାର ବଢିଛି । ବିଦେଶୀ ବିନିଯୋଗ ମଧ୍ୟ ବୃଦ୍ଧିପାଇଛି । ମୁଦା୍ରସ୍ପୀତିର ହାର କମିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହନିର୍ମାଣ ୩ ଗୁଣ ବଢିଥିଲା ବେଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ତିଆରି ମଧ୍ୟ ୩ ଗୁଣ ବଢିଛି ।

Leave a Reply

Your email address will not be published.