ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦେଶକୁ ଗୃହବିଭାଗର ବେଖାତିରି!
ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ସବୁ ସମୟରେ ଦୃଢତାର ସହିତ ସ୍ପଷ୍ଟ ଭାବରେ ନିର୍ଦେଶ ଦେଇ ଆସୁଛନ୍ତି ଯେ ରାଜ୍ୟର ଅସହାୟ,ଗରିବ ଶ୍ରେଣୀର ଲୋକମାନଙ୍କ ଉନ୍ନତିପାଇଁ ସଦାସର୍ବଦା କାର୍ଯ୍ୟ କରିବା ଏବଂ ପ୍ରଶାସନ କ୍ଷେତ୍ରରେ ଆଇନର ସ୍ଵଛତା ଅବଲମ୍ବନ କରିବା କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକିଯେ ଖୋଦ ଗୃହବିଭାଗ ଗୃହରକ୍ଷୀଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦେଶକୁ ପାଳନ କରିବାରେ ବେଖାତିର କରୁଛନ୍ତି | ଏହି ପରିପେକ୍ଷୀରେ ରାଜ୍ୟ ଗୃହରକ୍ଷୀ ମହାସଂଘ, ଓଡିଶା, ତରଫରୁ ଆଗମୀଦିନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହରକ୍ଷୀମାନେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ମହାସଂଘ ଚେତାବନୀ ଦେଇଛି |
ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟର ୧୭୬୭୫ ଗୃହରକ୍ଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏବଂ ନ୍ୟାର୍ଯ୍ୟ ଦାବିକୁ ନେଇ ଗତ ତା ୦୮.୧୨.୨୦୧୬ ରିଖରୁ ମହାସଂଘ ଅହରହ ଆନ୍ଦୋଳନର ସ୍ୱର ଉତ୍ତୋଳନ କରିଆସୁଅଛି | ଏହି ପରିପେକ୍ଷୀରେ ଗତ ତା୧୫.୦୧.୨୦୧୮ରିଖରେ ଉଚ୍ଚନ୍ୟାଳୟର ଆଦେଶ ମୁତାବକ ସରକାରଙ୍କୁ ପୂର୍ଵସୂଚନା ଦେଇ, ଦଶହଜାରରୁ ଉର୍ଦ୍ଧ୍ଵ ଗୃହରକ୍ଷୀମାନେ ଭୁବନେଶ୍ୱର ସ୍ଥିତ ଧାରଣାସ୍ଥଳରେ ଏକାଠି ହୋଇଥିଲେ ଏବଂ ସେହିଦିନ ଅପରାହ୍ନ ୪ଘଟିକା ସମୟରେ ଗୃହସଚିବଙ୍କ ସହ ଆଲୋଚନା ବିଫଳ ହେବାରୁ ଧାରଣାସ୍ଥଳରେ ବସିରହିଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ ଗତ ତା୧୭/୧୮.୦୧.୨୦୧୮ରିଖ ରାତ୍ର ୪ଘଟିକାରେ, ଗୃହରକ୍ଷୀମାନେ ଶାନ୍ତିପୂର୍ଣ୍ଣଭାବେ ଗଭୀର ନିଦରେ ଶୋଇ ରହିଥିବାବେଳେ ଗୃହବିଭାଗର ନିର୍ଦେଶରେ ପୋଲିସ ଫୋର୍ସ ଲଗାଇ ଅତର୍କିତ ମରଣାତ୍ମକ ଆକ୍ରମଣକରି ଧାରଣାସ୍ଥଳରୁ ଭଗାଇ ଦେଇଥିଲେ ଏବଂ କିଛି ଗୃହରକ୍ଷୀଙ୍କୁ ପିଛିଲା ତାରିଖ ପକାଇ ମିଥ୍ୟା ମକଦ୍ଧମାରେ ଫସାଇ କ୍ୟାପିଟାଲ ଥାନା ଅଧୀନରେ ଦୁଇ ଦୁଇଟି ମିଥ୍ୟା ମକଦ୍ଧମା ଥାନା କେସ ନଂ-୨୧/୨୦୧୮ ଓ ୨୫/୨୦୧୮ ରୁଜୁ କରି ହାଜତକୁ ପଠାଇ ଦେବା ଗୃହବିଭାଗର କେତେ ଆଇନର ସ୍ୱଛତା ଅବଲମ୍ବନ କରୁଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏହି ରାତ୍ରି ଅଧିଆ ମାଡମାରିବା ଅନ୍ୟାୟକୁ ବିରୋଧକରି ମହାସଂଘ ତରଫରୁ ମାନବାଧିକାର କମିଶନଙ୍କ ନିକଟରେ ଏକ କେସ ନଂ-୨୯୭/୨୦୧୮ ଦାଖଲ କରିଥିଲେ ଏବଂ କମିଶନ ତାଙ୍କ ପ୍ରଥମ ଶୁଣାଣୀରେ ଗତ ତା୦୨.୦୨.୨୦୧୮ରିଖରେ ସହ ମୁଖ୍ୟସଚିବ ଗୃହବିଭାଗ ଏବଂ ପୋଲିସ କମିଶନରଙ୍କୁ ପୃଥକ ପୃଥକ ଭାବରେ ଏହାର ଜବାବ ରଖିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଆଜିକୁ ୪-୫ଟି ତାରିଖ ଗଲାପରେ ମଧ୍ୟ ଗୃହବିଭୀଗ ତାର କୌଣସି ଜବାବ ଦେଉନାହିଁ, ଏଣୁ ଗୃହବିଭାଗର ଏଭଳି କାର୍ଯ୍ୟ ଆଇନର ସ୍ୱଛତା ଉପରେ ପରିବାର ପାଣିଆକୁ ସ୍ପଷ୍ଟ କରିଦେଇଛି, ବୋଲି ମହାସଂଘର ସମ୍ପାଦକ ନିରଞ୍ଜନ ସେନାପତି କହିଛନ୍ତି |
ଏଠାରେ ପୁନଶ୍ଚ ସୂଚନାଯୋଗ୍ୟ ଯେ ଗୃହବିଭାଗ ୨୦୧୩ ମସିହାରେ ଦେଇଥିବା ମିଥ୍ୟା ମକଦ୍ଦମା ଏବଂ ପୁନର୍ବାର ୨୦୧୮ରେ ଉପରୋକ୍ତ ମିଥ୍ୟା ମକଦ୍ଦମାକୁ ଆଳକରି ମିଥ୍ୟା ସମ୍ପୃକ୍ତି ଦେଖାଇ ଗୃହରକ୍ଷୀଙ୍କୁ ଚାକିରିରୁ ବହିଷ୍କାରକରି, ପୁନର୍ବାର ତାଙ୍କ ଭିତରୁ ଅର୍ଦ୍ଧେକରୁ ଉର୍ଦ୍ଧ୍ଵଙ୍କୁ ପୁନଃନିଯୁକ୍ତି ଦେଇ ସମାନ ପରିସ୍ଥିତିରେ ମଧ୍ୟ ଅନ୍ୟମାନଙ୍କୁ ଚାକିରୀ କରାଇ ନ ଦେଇ ହଇରାଣ ହରକତ କରିବାର କାର୍ଯ୍ୟପନ୍ଥା ଆପଣେଇଛି ଏବଂ ଗୃହରକ୍ଷୀଙ୍କ ଦରମା କ୍ଷେତ୍ରରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶକୁ ଜାଣିଶୁଣି ଅବମାନନା କରିବା, ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ବିଧାନକୁ ଅବମାନନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦେଶକୁ ଗୃହବିଭାଗର ବେଖାତିରି ଏକ ବିପଦଜନକ ପରିସ୍ଥିତି ବୋଲି ମହାସଂଘର ଆଇନ ପରାମର୍ଶଦାତା ତଥା ଆଇନଜୀବୀ ଶ୍ରୀ ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି | ପୁନଶ୍ଚ ଗୃହବିଭାଗ ଏକ ସମ୍ମାନସ୍ପଦ ଏବଂ ଗୁରୁତ୍ୱପୂର୍ଣ ବିଭାଗ ହୋଇଥିଲେ ମଧ୍ୟ କିଛି ଅଧିକାରୀଙ୍କ ଏଭଳି ବେଆଇନ କାର୍ଯ୍ୟକଳାପ ଗୃହବିଭାଗକୁ ନିନ୍ଦିତ କରିବା ସଙ୍ଗେ ସଙ୍ଗେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁସମୟରେ ଅପମାନଜନକ ଏବଂ ଅପଦସ୍ତ ପରିସ୍ଥିତିରେ ପକାଉଛି ବୋଲି ସର୍ବସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ବୋଲି ମହାସଂଘର ସଭାପତି ଉପେନ୍ଦ୍ର ମହାପାତ୍ର ଜଣାଇବା ସହିତ, ଗୃହବିଭାଗର ଏଭଳି ଅବମାନନା ଏବଂ ବେଆଇନ କାର୍ଯ୍ୟକଳାପକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚାରକୁ ନ ଆଣିବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ ବୋଲି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି |