aò]û^ibû Kû~ðý\lZû CZe aò]ûdKuê @ûù_ eûRý eûR^úZò cõPùe QòWÿû Keò ù\AQò!

ଶରତ କୁମାର ରାଉତ
ରାଜନୀତି କ୍ଷେତ୍ରରେ ରାଜନେତାଙ୍କ ମିଥ୍ୟା ପ୍ରଲୋଭନ ବା ପ୍ରତିଶ୍ରୂତି ଓ କପୋଳକଳ୍ପିତ କଥାରେ ସାଧାରଣ ଲୋକଙ୍କ ସମର୍ଥନ ମିଳେନାହିଁ । ବରଂ ଲୋକେ ରାଜନେତାଙ୍କ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ଲୋକେ ସାମ୍ନାରେ କିଛି ପ୍ରତିବାଦ୍ ସିନା କରନ୍ତିନି, ହେଲେ ଭିତରେ ଭିତରେ ପ୍ରତିଶ୍ରୂତି ପାଳନ କରିନଥିବା ନେତାଙ୍କୁ ଅବିଶ୍ୱାସ ଓ ଘୃଣା ଦୃଷ୍ଟିରେ ଦେଖନ୍ତି । ବିକାଶ ମୂଳକ କାର୍ଯ୍ୟ ଏବଂ ସାଧାରଣ ଲୋକ ମାନଙ୍କର ମଙ୍ଗଳ ପାଇଁ ନିଷ୍ଠାପର କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ । ସାଧାରଣତଃ କୁହାଯାଇଥାଏ, ଭାରତୀୟ ଗଣତନ୍ତ୍ରର ମନ୍ଦିର ଗୁଡ଼ିକୁ ଆମେ ଗଣତାନ୍ତ୍ରିକ ସଂସ୍କାର ଥିବା ଓ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣକୁ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ କରି ପାରୁଥିବା ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଇବା ଉଚିତ । କାରଣ ସେମାନେ ଆମର ପ୍ରତିନିଧି, ପ୍ରବକ୍ତା ଓ ସୁଖ-ଦୁଃଖର ସାଥୀ ମଧ୍ୟ । ଯେତେବେଳେ ସୁଯୋଗ୍ୟ ନେତା ମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେତେବେଳେ ସଂପୃକ୍ତ ଅଂଚଳ ତଥା ସାଧାରଣ ଲୋକଙ୍କ ଉନ୍ନତି ହେବା ସହ ସେହି ନେତା ମାନେ ନିଜ ନିର୍ବାଚନ କ୍ଷେତ୍ରରେ ଅପରାଜେୟ ହୋଇ ଯାଆନ୍ତି । ସମସ୍ତ ରେକର୍ଡ଼ ଭାଙ୍ଗି ରାଜ୍ୟ ଓ ଦେଶରେ ଇତିହାସ ସୃଷ୍ଟି କରନ୍ତି! ଚିରଦିନ ପାଇଁ ଲୋକମାନଙ୍କ ମନରେ ସେମାନେ ସ୍ମରଣୀୟ ହେଇ ରହନ୍ତି । ସେହିଭଳି ଜଣେ ନେତା ହେଲେ ବିଧାୟକ ପି୍ରୟଦର୍ଶି ମିଶ୍ର,ଭୁବନେଶ୍ୱର ଉତର ବିଧାନସଭା କ୍ଷେତ୍ରର ବିଧାୟକ ତଥା ଓଡ଼ିଶାର ଜଣେ ତୁଙ୍ଗ ଯୁବନେତା । ଆଇନ୍ରେ ମାଷ୍ଟର ଡ଼ିଗ୍ରୀ ହାସଲ ପରେ ପି୍ରୟଦର୍ଶି ବାବୁ ସମାଜସେବା ସହ ଆଇନ୍ ପରାମର୍ଶଦାତା ଭାବେ ନିଜର ଜୀବନ ଆରମ୍ଭ କରିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟ ଆଇନ କଲେଜରେ ଛାତ୍ର ଥିବାବେଳେ ପି୍ରୟଦର୍ଶି ବାବୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସକି୍ରୟ ରାଜନୀତିରେ ପାଦ ଦେଇଥିଲେ ଓ ଛାତ୍ର ଜନତା ଦଳର ସଂପାଦକ ପଦରେ ରହି ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଥିଲେ । ପରେ ବିଜୁ ପଟ୍ଟନାୟକ ତାଙ୍କୁ ଯୁବ ଜନତା ଦଳର ସଂପାଦକ ପଦରେ ନିଯୁକ୍ତି ଦେଇଥିଲେ । ସେହିପରି ୨୦୦୦ ମସିହାରୁ ୨୦୧୦ ପର୍ଯ୍ୟନ୍ତ ପି୍ରୟଦର୍ଶି ବାବୁ ବିଜେଡ଼ିର ସାଧାରଣ ସଂପାଦକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିବା ବେଳେ ଦଳୀୟ ବିଭିନ୍ନ କମିଟିର ସଦସ୍ୟ ତଥା ବିଭିନ୍ନ ନିଗମର ଅଧ୍ୟକ୍ଷ ଥିଲେ ଓ ବିଭିନ୍ନ ନିର୍ବାଚନ ବେଳେ ସେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଏପରିକି ୨୦୦୦ ବିଧାନସଭା ନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ୱ ପି୍ରୟଦର୍ଶି ବାବୁ ସଫଳତାର ସହ ତୁଲାଇଥିଲେ । ବହୁପ୍ରତିଭାର ଅଧିକାରୀ ପି୍ରୟଦର୍ଶି ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବାବେଳେ ଓଡ଼ିଶା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏପରିକି ଜଣେ ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ତଥା ଅଭିଜ୍ଞ ବିଧାୟକ ଭାବେ ତାଙ୍କର ରାଜନୀତିକ ଓ ବିଧାନସଭା କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ରାଜ୍ୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ୨୦୧୪ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଉତର ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇ ଆସୁଛନ୍ତି ।
ବିଧାନସଭା ଅଧିବେଶନରେ ପି୍ରୟଦର୍ଶି ବାବୁଙ୍କର କାର୍ଯ୍ୟଶୈଳୀ ଓ ରାଜ୍ୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ଉଲ୍ଲେଖନୀୟ । ରାଜ୍ୟରେ ଦାରିଦ୍ର୍ୟ, ଅନାହାର, ପୃଷ୍ଟିହୀନତା, ମାତୃ ଓ ଶିଶୁମୃତୁ୍ୟ, ଦାଦନ ଭଳି ବିଭିନ୍ନ ସାମାଜିକ ଓ ପ୍ରଶାସନିକ ସମସ୍ୟା ସମାଧାନ ପାଇଁ ସେ ନିୟମିତ କାର୍ଯ୍ୟ କରି ଆସିଛନ୍ତି । ଏଥିପାଇଁ ବିଧାନସଭା ଭିତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିବାବେଳେ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକଙ୍କ ସହିତ ତାଙ୍କର ଘନିଷ୍ଟ ସଂପର୍କ ରହିଛି ।
ଜଣେ ଅଭିଜ୍ଞ ବିଧାୟକ ଭାବେ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ସାମଗ୍ରୀକ ବିକାଶ ଓ ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ଓଡ଼ିଆ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ପି୍ରୟଦର୍ଶି ବାବୁ । ଭୁବନେଶ୍ୱର ଉତର ବିଧାନସଭା ନିର୍ବାଚନମଣ୍ଡଳୀକୁ ଓଡ଼ିଶାରେ ସବୁଠୁ ସ୍ମାର୍ଟ ତଥା ପୂର୍ଣ୍ଣ ବିକଶିତ କରାଇବା ଲକ୍ଷ୍ୟରେ ସେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଜନସ୍ୱାସ୍ଥ୍ୟ, ବିଜୁଳି, ରାସ୍ତାଘାଟ ଓ ଗ୍ରାମାଂଚଳ ଉନ୍ନୟନକୁ ସେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ୨୦୧୫-୧୬ ଆର୍ଥିକ ବର୍ଷରେ ନହରକଂଟାରେ ୮୪୩.୭୯ ଲକ୍ଷ ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ, ଶ୍ରୀବିହାର ଠାରେ ୧୩୫ ଲକ୍ଷ ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ,ଶାଶ୍ୱତ ବିହାର ଠାରେ ପାଣି ପମ୍ପସେଟ୍ ସ୍ଥାପନ ଓ ଡମÿଣା ଗାଁରେ ୯୯ଲକ୍ଷ ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବିଜୁନଗର, ମହାବିନାୟକ ନଗର ଅଂଚଳରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧୀନ ରହିଛି । ଚଳିତ ବର୍ଷ ୩୮.୫୨ କୋଟି ବ୍ୟୟ ବରାଦରେ ବିପିସିଏଲ୍ ପେଟ୍ରୋଲ୍ ପମ୍ପ-ଫାୟାର ଷ୍ଟେସନ୍ ଛକ ରାସ୍ତା, ଗଣିତ ପ୍ରତିଷ୍ଠାନ-ଇନ୍ଫୋସିଟି-ଏକାମ୍ର କାନନ ରାସ୍ତା, ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର ରାସ୍ତା, ଡ଼ମଣା-ଶୈଳଶ୍ରୀ ବିହାର ରାସ୍ତା, ନିଳାଦ୍ରୀ ବିହାର-କନ୍ୟାଶ୍ରମ ରାସ୍ତା, ସିଆରପିି-ଜୟଦେବ ବିହାର ରାସ୍ତା ଓ ନନ୍ଦନକାନନ-ଜୟଦେବ ବିହାର ୪ ଥାକିଆ ରାସ୍ତାର ପ୍ରଶସ୍ତିକରଣ, ଉନ୍ନତି କରଣ ଓ ମରାମତି କାର୍ଯ୍ୟ ଚାଲୁ ରହିଛି । ସେହିପରି ବଜୁଳି ସେବା କ୍ଷେତ୍ରରେ ଉନ୍ନତି ପାଇଁ କଳାରାହାଙ୍ଗ ହାଉସିଂବୋର୍ଡ଼, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଜାଭିୟର୍ ଆଦି ଅଂଚଳରେ ଏମ୍ଭିଏର ଉନ୍ନତିକରଣ କରାଯାଇ ଉଚ୍ଚ କ୍ଷମତା ସଂପନ୍ନ ସବ୍ଷ୍ଟେସନ୍ ଓ ଟ୍ରାନ୍ସଫରମର ପ୍ରତିଷ୍ଠା କରାଯାଇଛି । ଅନ୍ୟପକ୍ଷରେ ଗ୍ରାମାଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିଛି । ସେଥିମଧ୍ୟରେ ୨୫୩.୫୩ କୋଟି ଟଙ୍କା ବ୍ୟୟରେ ମଂଚେଶ୍ୱର, ବରିମୁଣ୍ଡ, ଝିଙ୍କିଡ଼ିହି ସନ୍ନିକଟସ୍ତ କୁଆଖାଇ ନଦୀବନ୍ଧର ମରାମତି କାର୍ଯ୍ୟ ଶେଷ ହୋଇଥିବା ବେଳେ ଲିଙ୍ଗିପୁର ଗ୍ରାମ୍ୟ ରାସ୍ତା, ନନ୍ଦନକାନନ-ଜରିପାଟଣା, ପଦାସାହି-ଭୋଟପଡ଼ା କେନାଲ୍ ରାସ୍ତା, କୃଷ୍ଣଶରଣପୁର ଗ୍ରାମ ରାସ୍ତା, ପ୍ରତାପନଗରୀ-ଝିଙ୍କରଡ଼ିହ ସେତୁ ଓ ବରିମୁଣ୍ଡ-କାନପୁର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଛି ।
ମୋଟ ଉପରେ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ବ୍ୟାପକ ଉନ୍ନୟନ କାର୍ଯ୍ୟ ବିରୋଧୀ ନେତା ମାନଙ୍କ ପାଇଁ ଇର୍ଷାର କାରଣ ହୋଇଛି । ମାତ୍ର ପି୍ରୟଦର୍ଶି ବାବୁଙ୍କର ନିର୍ମଳ ଭାବମୂର୍ତି ତଥା ନିଷ୍ଠାପର କାର୍ଯ୍ୟ ଯୋଗୁ ସାରା ଭୁବନେଶ୍ୱର ଅଂଚଳରେ ତାଙ୍କର ଲୋକପି୍ରୟତା ସର୍ବୋଚ୍ଚ ଶିଖରରେ ପହଂଚି ଯାଇଛି । ରାଜନୀତି, ସଂସ୍କୃତି ଓ ସମାଜସେବାର ମୂର୍ତିମନ୍ତ ପ୍ରତୀକ ପି୍ରୟଦର୍ଶି ବାବୁଙ୍କର ବହୁମୁଖୀ ଜନସ୍ୱାର୍ଥ ମୂଳକ କାର୍ଯ୍ୟ ସାଧାରଣ ଲୋକଙ୍କୁ ଚକିତ କରିଛି । ତିନି ଦଶନ୍ଧିର ରାଜନୀତିକ ଜୀବନ ଭିତରେ ତାଙ୍କର ରାଜନୀତିକ କାର୍ଯ୍ୟ ରାଜନୀତିଜ୍ଞ ମାନଙ୍କ ପାଇଁ ଆଦର୍ଶ ହୋଇଥିବା ବେଳେ ସାଧାରଣ ମଣିଷ ମାନଙ୍କ ପାଇଁ ଆଶୀର୍ବାଦ ହୋଇଛି । ରାଜନୀତିରେ ତାଙ୍କର ସ୍ପଷ୍ଟବାଦିତା ଓ ନିଷ୍ଠାପର ସେବା ମନୋଭାବ ବାସ୍ତବରେ ତାଙ୍କୁ ସାଧାରଣ ଲୋକଙ୍କ ନିକଟତର କରାଇ ପାରିଛି । ନିଜ ରାଜନୀତିକ ଜୀବନର ପ୍ରତି ମୁହୂର୍ତକୁ ଓ ପ୍ରତି ଦାୟିତ୍ୱକୁ ଜନସେବାରେ ଓ ନିଷ୍ଠାର ସହ କିଛି ନୂଆ କରି ଦେଖାଇବାରେ ବିତାଉଛନ୍ତି ପି୍ରୟଦର୍ଶି ବାବୁ । ସବୁଠୁ ବଡ଼ କଥା ହେଲା, ସେ ଅଧିକାଂଶ ସମୟ ସାଧାରଣ ଲୋକଙ୍କ ଗହଣରେ ବିତାଇ ସେମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଛନ୍ତି । କାହାର ଡ଼ାକରା ପାଇଲେ, ସେ ତତ୍କ୍ଷଣାତ୍ ପହଂଚି ଯାଆନ୍ତି ତାଙ୍କ ପାଖରେ ଓ ନିଜକୁ ଏକାକାର କରି ଦିଅନ୍ତି ତାଙ୍କର ସୁଖ-ଦୁଃଖ ସହିତ । ପ୍ରତି ମଣିଷକୁ ଆପଣାର କରିବାର କଳାରେ ସେ ନିପୁଣ । ସମସ୍ତଙ୍କୁ ସେ ସହଯୋଗର ହାତ ବଢାନ୍ତି । ବାସ୍ତବରେ ତାଙ୍କର ଅମାୟିକ ବ୍ୟବହାର, ବନ୍ଧୁବତ୍ସଳତା, ସରଳତା,ମୂଲ୍ୟବୋଧରେ ବିଶ୍ୱାସ, ଅମାୟିକ ରାଜନୀତି, ଉତ୍ସର୍ଗୀକୃତ ଜନସେବା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ସମସ୍ତଙ୍କର ପି୍ରୟପାତ୍ର ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର,
ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.