ଲିଭିଗଲା ସମାଜବାଦର ଶେଷ ଆଲୋକ ଶିଖା!
ଡ଼. ସୁରେନ୍ଦ୍ରନାଥ ଦାଶ
୨୯ ଜାନୁୟାରୀ ୨୦୧୯ ଦିନ ପ୍ରଖ୍ୟାତ ସମାଜବାଦି ନେତା ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ମୃତୁ୍ୟ ପରେ ଭାରତରେ ସମାଜବାଦ ଯୁଗର ଅବସାନ ଘଟିଲା ବୋଲି ଭାବିବାକୁ ପଡିବ । କଥାରେ ଅଛି, ମସସ୍ତେ ଛାତ୍ର ଅବସ୍ଥାରେ କମୁ୍ୟନିଷ୍ଟ ହୁଅନ୍ତି । ଜୀବନର ମଧ୍ୟାହ୍ନରେ ସମାଜବାଦ ବାଖ୍ୟା କରନ୍ତି । ଅପରାହ୍ନରେ ଗାନ୍ଧିବାଦକୁ ଆଶ୍ରା କରନ୍ତି । ଯୁବ ଅବସ୍ତାରେ ଯେଉଁ ଜର୍ଜ ଫର୍ଣ୍ଣାଣ୍ଡିଜ ପ୍ରଚଣ୍ଡ ଦାବା ନଳ ଭଳି ବିପ୍ଲବର ଲେଲିହାନ ଶିଖା ଢାଳୁଥିଲେ, ଜୀବନର ଅପରାହ୍ନରେ ସେ ହୋଇ ଯାଇଥିଲେ ଗୋଟିକ ଶିତଳ ମୃତ ଆଗ୍ନେୟ ଗିରି । ଜଣେ ଚିର ବିପ୍ଲବି ଯେତେବେଳେ କ୍ଷମତାର ବନ୍ଧନରେ ବାନ୍ଧି ହୋଇଯାଏ ସେ ଆଉ ବିପ୍ଲବ ସଙ୍ଗିତ ଗାଇ ପାରେନା । ତାହା ହିଁ ଘଟିଥିଲା ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ଜୀବନରେ, ତାଙ୍କର ସାଥି ସୁରେନ୍ଦ୍ର ଦ୍ୱିବେଦିଙ୍କ କାର୍ଯ୍ୟ କାଳରେ । ନିଜ ଦ୍ୱାରା ପ୍ରତିଷ୍ଠିତ ସମତା ପାର୍ଟିରୁ ଅନୁଗାମିଙ୍କ ଦ୍ୱାରା ସେ ବହିସ୍କୃତ ହୋଇଥିଲେ ଓ ବାରାକ୍ ମିଜାଇଲ୍, କାରଗିଲ ଯୁଦ୍ଧର କଫମ କିଣା ଓ ତେହେଲ୍କା ଦୃନିତିରେ ଛନ୍ଦି ହୋଇ ସେ ଏକ ବିତସ୍ପୃହ ଜୀବନ କଟାଉଥିଲେ । ସମାଜବାଦର ଇତିହାସ ଯଥେଷ୍ଟ ପୁରୁଣା । ଆମ ପୁରାଣରେ ଲିଖିତ ବସୁନେ୍ଧ÷ବ ସକୁଟୁମ୍ବକମ, ସର୍ବେଭବନ୍ତୁ ସୁଖିନଃ, ଏ ବିଶ୍ୱରେ ସମାଜବାଦର ଆଦ୍ୟବାଣି । ସୋସିଆଲିଜିମ ଲାଟିନ ଶବ୍ଦ ସୋସିଆରେରୁ ଆନିତ । ଯାହା କହିଲେ ମିଶ୍ରଣ ବା ସହଭାଗିତା ବୁଝାଏ ।
ଝକ୍ଟମସବକ୍ଷସଗ୍ଦଜ୍ଞ ସଗ୍ଦ ବ କ୍ସବଦ୍ଭଶର କ୍ଟଲ ରମକ୍ଟଦ୍ଭକ୍ଟଜ୍ଞସମ ଌ ଗ୍ଦକ୍ଟମସବକ୍ଷ ଗ୍ଦଚ୍ଚଗ୍ଦଗ୍ଧରଜ୍ଞ ଙ୍ଗସଗ୍ଧଷ ଗ୍ଦକ୍ଟମସବକ୍ଷ କ୍ଟଙ୍ଗଦ୍ଭରକ୍ସଗ୍ଦଷସକ୍ଟ୍ର ଌ ଙ୍ଗକ୍ଟକ୍ସଳରକ୍ସଗ୍ଦ ଗ୍ଦରକ୍ଷଲ ଜ୍ଞବଦ୍ଭବଶରଜ୍ଞରଦ୍ଭଗ୍ଧ କ୍ଟଲ ଗ୍ଧଷର ଜ୍ଞକ୍ଟୟର କ୍ଟଲ କ୍ଟ୍ରକ୍ସକ୍ଟୟଙ୍କମଗ୍ଧସକ୍ଟଦ୍ଭ ଌ ୟସଗ୍ଦଗ୍ଧକ୍ସସଭଙ୍କଗ୍ଧସକ୍ଟଦ୍ଭ ରସଗ୍ଧଷରକ୍ସ ଭଚ୍ଚ କ୍ଟ୍ରଙ୍କଭକ୍ଷସମ ମକ୍ଟକ୍ଷକ୍ଷରମଗ୍ଧସଙ୍ଖରକ୍ଷଚ୍ଚ, ମକ୍ଟକ୍ଟକ୍ଟ୍ରରକ୍ସବଗ୍ଧସଙ୍ଖର କ୍ଟଙ୍ଗଦ୍ଭରକ୍ସଗ୍ଦଷସକ୍ଟ୍ର କ୍ଟକ୍ସ ମସଗ୍ଧସଚ୍ଛରଦ୍ଭ କ୍ଟଙ୍ଗଦ୍ଭରକ୍ସଗ୍ଦଷସକ୍ଟ୍ର କ୍ଟଲ ରକ୍ତଙ୍କସଗ୍ଧଚ୍ଚ.
ଗ୍ରିକ ଦାର୍ଶନିକ ପ୍ଲୁଟୋ ଓ ତାଙ୍କ ଛାତ୍ର ଆରିଷ୍ଟଟଲ ତାଙ୍କ ପୁସ୍ତକ ଦି ରିପ୍ଲବିକରେ ସମାଜବାଦର ଆଭାସ ଦେଇଛନ୍ତି । ଇସଲାମ ଧର୍ମର ପ୍ରଚାରକ ହଜରତ ମହମ୍ମଦ ଇସଲାମ ଧର୍ମକୁ ସାମ୍ୟ ଓ ସମାଜବାଦ ଦର୍ଶନରେ ପ୍ରଚାର କରିଥିଲେ । ପ୍ରତ୍ୟେକ ଗୃହସ୍ତ ନିଜ ଅର୍ଜନର କିଛି ଅଂଶ ସମାଜ ପାଇଁ ଦେବାକୁ ବାଧ୍ୟ । ଏହିଭଳି ଖ୍ରୀଷ୍ଟ ଧର୍ମରେ କନଭେଂଟ ମାନଙ୍କରେ ସମାଜବାଦ ଢାଂଚାରେ ସମସ୍ତ ପରିଚାଳନା ହୋଇଥାଏ । ଇଂଲଣ୍ଡର ହେନେରି ସେଂଟସାଇମନ ଯେଉଁ ସମାଜବାଦ ପରିକଳ୍ପନା କରିଥିଲେ ୧୫୧୬ ଖ୍ରୀଷ୍ଟାବ୍ଦରେ ସାର ଥମାସମୋରେ ତାକୁ ଅଟୋପିଆ ବୋଲି ନାମିତ କରିଥିଲେ । ଅଟୋପିଆର ସ୍ୱପ୍ନ ଥିଲା ସମାଜରେ ସମସ୍ତେ ସୁଖରେ ରହିବେ । ସବୁ ସମ୍ପତି ବାଂଟି କରି ଉପଭୋଗ କରିବେ । ସେଥିପାଇଁ ଲକ୍ଷ ଲକ୍ଷ ଲୋକ ଏବେ ବି ସ୍ୱପ୍ନକୁ ଅଟୋପିଆ ସହିତ ତୁଳନା କରିଥାନ୍ତି ।
ଇଂଲଣ୍ଡର ସାର ଷ୍ଟୁଆଟମିଲ, ଜର୍ଜବର୍ଣ୍ଣାଡସ ଓ ଏଚ୍ଜିୱେଲଙ୍କ ଭଳି ଚିନ୍ତାଶିଳ ବ୍ୟକ୍ତିମାନେ ଫେବିୟାନ ସମାଜବାଦ୍ ନାମରେ ଏକ ଚିନ୍ତାଧାରା ସୃଷ୍ଟି କରିଥିଲେ ଓ ରବର୍ଟ ୱେମ ସମବାୟ ଚିନ୍ତାଧାରା ଜନ୍ମ ଦେଇଥିଲେ । ଗିଲ୍ଡ ସୋସିୟାଲିଜିମ ଦ୍ୱାରା ଶ୍ରମିକ ମାନେ କାରଖାନାର ମାଲିକ ହେବାକୁ କୁହାଯାଉଥିଲା । ଉପର ବର୍ଣ୍ଣିତ ଚିନ୍ତାଧାରା ବୈଠକଖାନାର ମାନସ ମଂଥନ ଥିଲା । ୧୮୪୮ ମସିହାରେ କାର୍ଲମାର୍କ୍ସ ଓ ତାଙ୍କର ବନ୍ଧୁ ଫ୍ରେଡେରିକ ଏନ୍ଜେଲ୍ କମୁ୍ୟନିଷ୍ଟ ମାନିଫଷ୍ଟୋ ନାମକ ଏକ ପୁସ୍ତକ ରଚନା କରିଥିଲେ ଯାହା ହେଲା ପରବର୍ତି କାଳର ସାମ୍ୟବାଦ ଓ ସମାଜବାଦର ବାଇବେଲ ସ୍ୱରୁପ । ଏଥିରେ ପୁଞ୍ଜୀପତି ମାନଙ୍କୁ ବୁର୍ଜୁଆ ଓ ଶ୍ରମିକ ମାନଙ୍କୁ ସର୍ବହରା ବା ପ୍ରୋଲେ ଟେରିୟେଟ ବୋଲି କୁହାଗଲା । ତାଙ୍କ ମତରେ ପୁଞ୍ଜିବାଦି ମାନେ ପୁଞ୍ଜି ଠୁଳ କରି ଉତ୍ପାଦନ ଶକ୍ତିକୁ ଅକ୍ତିଆର କରି ନିଅନ୍ତି । ଶ୍ରମିକ ମାନେ ପରିଶ୍ରମ କରି ଉତ୍ପାଦନ କରନ୍ତି । ମାତ୍ର ତାହାର ଲାଭ ପାଆନ୍ତି ନାହିଁ । ଅର୍ଥ ନୈତିକ ବୈଷମ୍ୟ ବଢି ବଢି ସାମାଜିକ ସଂର୍ଘଷର ରୁପ ନିଏ । ପୁଞ୍ଜିବାଦ ଧ୍ୱଂସ ହୁଏ । ସର୍ବହରାର ଶ୍ରେଣୀ ବିହିନ ଓ ରାଷ୍ଟ୍ର ବିହିନ ଶାସନ ପ୍ରତିଷ୍ଠିତ ହୋଇଥାଏ । ଏହି ସଂଘର୍ଷରେ ହିଂସା ଓ ରକ୍ତପାତ ଅପରିହାର୍ଯ୍ୟ ହୋଇଥାଏ ।
ଏପର୍ଯ୍ୟନ୍ତ ସମାଜବାଦର ସୌଖିନ ଆଲୋଚନା କରୁଥିବା ଚିନ୍ତାଶିଳ ବ୍ୟକ୍ତି ମାନଙ୍କୁ ମାର୍କ୍ସଙ୍କ ବାଖ୍ୟା ତତôପର କରିଦେଲା । ମାର୍କ୍ସଙ୍କ ଡାକରାରେ ସମାଜରେ ଧର୍ମଘଟ ଓ ସଂଘର୍ଷ ମାନ ସୃଷ୍ଟିହେଲା । ୧୮୭୧ ମସିହାରେ ବିପ୍ଲ୍ଲବି ମାନେ ପ୍ୟାରିସ କମିନୁ୍ୟ ଗଠନକରି ୨୮ ମାର୍ଚ୍ଚରୁ ୨୮ ମେ ପର୍ଯ୍ୟନ୍ତ ଶାସନ ଚଲାଇଲେ ଓ ନୂଆ ଆଇନ ମାନ ପ୍ରଣୟନ କଲେ । ୧୯୧୭ ମସିହାରେ ଋଷିଆରେ ଭି.ଆଇ ଲେଲିନ୍ଙ୍କ ଦ୍ୱାରା ବଲସେଭିକ୍ ବିପ୍ଲବ ହୋଇ ଶ୍ରମିକ ସରକାର ପ୍ରତିଷ୍ଠିତ ହେଲା । ସମସ୍ତ ସମ୍ପତି ବିନା କ୍ଷତି ପୁରଣରେ ରାଷ୍ଟ୍ର ଅଧିନକୁ ଗଲା । ଦେଶ ସାରା କମୁ୍ୟନୁ ମାନ ପ୍ରତିଷ୍ଠିତ ହୋଇ ତାଙ୍କ ହାତରେ ସମସ୍ତ କ୍ଷମତା ଦିଆଗଲା । ଏହା ଥିଲା କମୁ୍ୟନିଷ୍ଟ ଶାସନର ଆଦିପର୍ବ । କୁହାଗଲା ଧର୍ମ ଓ ଇଶ୍ୱର ଲୋକଙ୍କୁ ଠକିବା ପାଇଁ ପୁଞ୍ଜିବାଦର ପରିକଳ୍ପନା । ତେଣୁ ଧର୍ମକୁ ନିସିଦ୍ଧ କରାଗଲା । ରୁଷିଆ ପରେ ଜର୍ମାନି ଓ ଇଟାଲିରେ ସମାଜବାଦି ଦଳମାନ ଗଠିତ ହୋଇ ଉଗ୍ର ଜାତିୟ ବାଦି ନାଜିଜିମ୍ ଓ ଫାସିଜିମ୍ରେ ପରିଣତ ହୋଇଗଲେ ।
ସମାଜବାଦର ଏଭଳି ଧ୍ୱଂସକାର ଶକ୍ତି ଦେଖି ସ୍ୱପ୍ନ ଦେଖୁଥିବା ପଶ୍ଚିମ ୟୁରୋପିୟ ରାଷ୍ଟ୍ର ମାନେ ଚେଇଁ ଉଠିଲେ । ସମାଜବାଦକୁ ହିଂସା ମୁକ୍ତ କରିବା ପାଇଁ ସେମାନେ ସାମ୍ୟବାଦକୁ ସମାଜବାଦ ନୁହେଁ ବୋଲି ଘୋଷଣା କଲେ । ଇଂଲଣ୍ଡରେ ଶ୍ରମିକ ଦଳ ଗଠିତ ହେଲା । ଫ୍ରାନ୍ସ, ଇଟାଲି, ସ୍ୱିଡନ ଓ ଜର୍ମାନି ଦେଶରେ ମଧ୍ୟ ସମାଜବାଦି ଦଳ ଶାସନକୁ ଆସିଲେ । ସମାଜରୁ ବୈଶମ୍ୟ ଦୁର କରିବା ପାଇଁ ସେମାନେ ଲାଗି ପଡିଲେ । ବିଭିନ୍ନ ଉଦ୍ୟୋଗ ମାନଙ୍କୁ ରାଷ୍ଟ୍ରାୟତ କରାଗଲା । ସବୁ ଲୋକଙ୍କ ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ଓ ବାସଗୃହ ବ୍ୟବସ୍ତା କରାଗଲା । ଏହାକୁ କୁହାଗଲା ଜନ ମଙ୍ଗଳକାରି ଯୋଜନା । ବେକାରି ଓ ବୟସ୍କ ମାନଙ୍କ ପାଇଁ ଭତାର ବ୍ୟବସ୍ତା କରାଗଲା । ସେହି ଦେଶ ମାନେ ଦୃତ ପ୍ରଗତି ହାସଲ କଲେ । ଏଣେ ଋଷିଆ ପରେ ମାଓ ସେତୁଙ୍କ ନେତୃତ୍ୱରେ ଚିନରେ କୃଷକ ମାନଙ୍କର ସାମ୍ୟବାଦ ଶାସନ ପ୍ରତିଷ୍ଠିତ ହେଲା । ଉଭୟ ଋଷ ଓ ଚିନରେ ଭିନ୍ନ ମତାବଲମ୍ବି ମାନଙ୍କୁ ରାଷ୍ଟ୍ରର ଶତୃ ଆଖ୍ୟା ଦେଇ ସମ୍ପୁର୍ଣ୍ଣ ମୂଳପୋଛ କରିଦିଆଗଲା । ବ୍ୟକ୍ତି ସ୍ୱାଧିନତା ରହିଲା ନାହିଁ । ରାଷ୍ଟ୍ରାୟାତ ସଂସ୍ଥା ମାନ ଦକ୍ଷତା ହାସଲ କରିପାରିଲେ ନାହିଁ । ଆର୍ଥିକ ଅବନତି ଘଟିଲା । ଅନେକ ଲୋକ ରାଷ୍ଟ୍ର ଛାଡି ପଳାଇ ଗଲେ । ଶେଷରେ ୧୯୯୦ ମସିହାରେ ସୋଭିଏତ ରାଷ୍ଟ୍ରସଂଘ ଖଣ୍ଡ ଖଣ୍ଡ ହୋଇଗଲା । ଋଷ ବାଧ୍ୟ ହୋଇ ପୁଞ୍ଜିବାଦକୁ ଆହ୍ୱାନ କରି ବ୍ୟକ୍ତି ବିଶେଷଙ୍କୁ ସମ୍ପତି ଅଧିକାର ପ୍ରଦାନ କଲା । ଏଣେ ଚାଇନା ମଧ୍ୟ ୧୯୮୨ ମସିହାରୁ ସାମ୍ୟବାଦି ଅର୍ଥନିତିକୁ ପରିତ୍ୟାଗ କରି ମିକସ୍ଡ ଏକୋନମି ବା ମିଶ୍ରିତ ଅର୍ଥନିତି ଗ୍ରହଣ କରି ଦୃତ ଅଭିବୃଦ୍ଧି ହାସଲ କରି ବିଶ୍ୱର ଦ୍ୱୀତିୟ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇଗଲା ।
ଭାରତରେ ସମାଜବାଦି ଆନେ୍ଦାଳନ ବିଂଶ ଶତାଦ୍ଦିର ପ୍ରଥମ ଭାଗରେ ଆରମ୍ଭ ହୋଇଥିଲା । ପ୍ରଖ୍ୟାତ ସାମ୍ୟବାଦି ନେତା ଏମ.ଏନ. ରାୟ, ତାଙ୍କ ସ୍ତ୍ରୀ ଏଭାଲିନା ରାୟ, ଅବନି ମୁଖାର୍ଜି ଓ ମହମ୍ମଦ ଅଲ୍ଲୀଙ୍କ ଭଳି କିଛି ବ୍ୟକ୍ତିଙ୍କୁ ନେଇ ୧୭.୧୦.୧୯୨୦ ମସିହାରେ ଋଷର ତାସକେଂଟ ଠାରେ ଭାରତିୟ କମ୍ୟୁନିଷ୍ଟ ପାର୍ଟି ଗଠନ ହେଲା । ବିଶ୍ୱ ସମାଜବାଦରେ ଆକୃଷ୍ଟ ହୋଇ କଂଗ୍ରେସ ଦଳ ଭିତରେ ଏକ ସମାଜବାଦି ସଂଗଠନ ସୃଷ୍ଟି ହେଲା । ୧୯୩୧ ମସିହା କରାଚି ଅଧିବେଶନରେ ସମାଜବାଦ କଂଗ୍ରେସର ଲକ୍ଷ୍ୟ ବୋଲି ଘୋଷଣା କରାଗଲା । ରାମ ମୋନହର ଲୋହିଆ, ଜୟ ପ୍ରକାଶ ନାରାୟଣ, ଜବାହାରଲାଲ୍ ନେହେରୁ, ସୁଭାସ ବୋଷ, ସୁରେନ୍ଦ୍ର ଦ୍ୱିବେଦି ଓ ରବି ରାୟଙ୍କ ଭଳି ବ୍ୟକ୍ତି ମାନେ ସମାଜବାଦି ଚିନ୍ତାଧାରାର ପ୍ରବକ୍ତା ଥିଲେ । ଜମିଦାରି ଉଚ୍ଛେଦ, ବେଠି ବଗାରୀ, ଗୋତିର ଉଚ୍ଛେଦ, ଭୂସଂସ୍କାର ଭାଗଚାଷି ମାନଙ୍କର ସ୍ୱାର୍ଥ ରକ୍ଷା ଇତ୍ୟାଦି ପାଇଁ ସେମାନେ ଲଢେଇ କରିଥିଲେ । ଗାନ୍ଧିଙ୍କର ପ୍ରଚଣ୍ଡ ବ୍ୟକ୍ତିତ୍ୱ ଯୋଗୁଁ ସେମାନେ ହିଂସାଠାରୁ ଦୁରେଇ ନିଜକୁ ଗାନ୍ଧିୟାନ ସୋସିୟାଲିଷ୍ଟ ବୋଲି ଘୋଷଣା କଲେ ।
ସ୍ୱାଧିନତା ପରେ ଗାନ୍ଧିଙ୍କର ମୃତୁ୍ୟ ଘଟିଲା ଓ କଂଗ୍ରେସ ଦଳ ବିପଥଗାମି ହେଲା । ତଥାପି ୧୯୫୫ ମସିହାରେ ଆଭାଡି ଅଧିବେଶନରେ ସମାଜବାଦକୁ ଅଗ୍ରାଧିକାର ଦିଆଗଲା । ଦେଶ ସୋଭିୟେତ ଋଷକୁ ଅନୁସରଣ କଲା । ଜମିଦାରି ଉଚ୍ଛେଦ, ଭୁସଂସ୍କାର, ବ୍ୟାଙ୍କ ଜାତିୟ କରଣ ରାଷ୍ଟ୍ର ଉଦ୍ୟୋଗରେ ବଡ ବଡ ଶିଳ୍ପ ସ୍ଥାପନ, କୋଇଲା ଖଣି, ଓ ରେଳ କମ୍ପାନିର ଜାତିୟ କରଣ କରି ସମାଜବାଦ ର ବାର୍ତା ପ୍ରଚାର କରାଗଲା । ୧୯୬୯ ମସିହାରେ ଇନ୍ଦିରା ଗାନ୍ଧିଙ୍କ ପ୍ରଗତି ଶିଳ ଚିନ୍ତାଧାରାକୁ ସମର୍ଥନ ଜଣାଇ ଅନେକ ସମାଜବାଦି ନେତା ନିଜକୁ ତରୁଣ ତୁର୍କ ବୋଲି କହି ଦକ୍ଷିଣ ପନ୍ଥି ନେତାଙ୍କ ସହିତ ଲଢିଥିଲେ । ସେମାନେ ହେଲେ ମଧୁଦଣ୍ଡବତେ, ମଧୁଲିମାୟା, ଚନ୍ଦ୍ରଶେଖର, ମୋହନଧରିଆ, କୁଷ୍ଟକାନ୍ତ, ଏନ.ଜିଗୋରେଙ୍କ ଭଳି ନେତା ମାନେ । ଅନେକ ବ୍ୟକ୍ତି କଂଗ୍ରେସ ଦଳରେ ମିଶିଗଲେ । ମାତ୍ର ୧୯୭୫ ମସିହାରେ ଜରୁରିକାଳିନ ପରିସ୍ଥିତି ଘୋଷଣା ସେମାନଙ୍କ ସ୍ୱପ୍ନ ଭଙ୍ଗ କଲା ଓ ସେମାନେ ଇନ୍ଦିରା ଗାନ୍ଧିଙ୍କୁ ପ୍ରଚଣ୍ଡ ବିରୋଧ କଲେ ଓ ଜୟ ପ୍ରକାଶଙ୍କ ଆନେ୍ଦାଳନରେ ମିଶି ଜନତା ଦଳ ଗଠନ କଲେ । ୧୯୭୬ ମସିହାରେ ୪୨ ତମ ସମ୍ବିଧାନ ସଂଶୋଧନ ଆମ ସଂବିଧାନରେ ସମାଜବାଦ୍ ଶଦ୍ଦକୁ ଯୋଗ କଲା । ଜର୍ଜ‘ର୍ଣ୍ଣାଣ୍ଡିଜ ୧୯୩୦ ମସିହା ଜୁନ ୩ ତାରିଖରେ ମାଙ୍ଗାଲୋର ଠାରେ ଜନ୍ମ ଗ୍ରହଣକରି ଜଣେ ବିପ୍ଲବି ଶ୍ରମିକ ନେତା ଭାବେ ଜୀବନ ଆରମ୍ଭ କରିଥିଲେ । ପଚାଶ ଓ ଷାଠିଏ ଦଶକରେ ବମ୍ବେ ମହାନଗରିରେ ସେ ଅନେକ ବନ୍ଦ ଓ ଧର୍ମଘଟର ଆହ୍ୱାନ ଦେଇଥିଲେ । ୧୯୬୭ ମସିହା ସାଧାରଣ ନିର୍ବାଚନରେ ସେ କଂଗ୍ରେସର ତୁଙ୍ଗ ନେତା ଏସ୍ କେ ପଟେଲଙ୍କୁ ପରାସ୍ତ କରି ଜାତିୟ ରାଜନିତିରେ ପ୍ରବେଶକଲେ । ରେଲୱେ ଶ୍ରମିକ ୟୁନିୟନର ସଭାପତି ଥିବା ବେଳେ ୧୯୭୪ ମସିହାରେ ଦିର୍ଘ ସମୟ ପାଇଁ ରେଲୱେଧର୍ମ ଘଟ ର ନେତୃତ୍ୱ ନେଇଥିଲେ । ୧୯୭୬ ମସିହାରେ ଜରୁରୁକାଳିନ ଅବସ୍ଥାକୁ ବିରୋଧ କରି ସେ ହିଂସାର ଆଶ୍ରୟ ନେଇଥିଲେ ଓ ସେଥିପାଇଁ ବରୋଦା ଡିନାମାଇଟ ମାମଲାରେ ସେ ରାଷ୍ଟ୍ର ଦ୍ରୋହ ଅପରାଧରେ ତିହାର ଜେଲକୁ ଯାଇଥିଲେ । ୧୯୭୭ ମସିହା ପାର୍ଲାମେଂଟ ନିର୍ବାଚନରେ ସେ ଜେଲରେ ଥାଇ ମଧ୍ୟ ନିର୍ବାଚନ ଲଢି ବିହାରର ମୁର୍ଜାଫରପୁର ନିର୍ବାଚନ ମଣ୍ଡଳିରୁ ବିପୁଳ ଭୋଟରେ ଜୟଲାଭ କରିଥିଲେ । ନିର୍ବାଚନ ପରେ ସେ ମୋରାର୍ଜି ଦେଶାଇଙ୍କ ମନ୍ତ୍ରୀ ମଣ୍ଡଳରେ ଶିଳ୍ପ ମନ୍ତ୍ରୀ ହୋଇ ବିଦେଶି କମ୍ପାନି ଆଇ.ବି.ଏମ ଓ କୋକାକୋଲା କମ୍ପାନିକୁ ଦେଶରୁ ବହିସ୍କାର କରିଥିଲେ ଓ କଙ୍କଣ ରେଳପଥର ପରିକଳ୍ପନା ଦେଇଥିଲେ । ୧୯୯୯ କାର୍ଗିଲ ଯୁଦ୍ଧ ବେଳେ ସେ ବାଜପାଇ ମନ୍ତ୍ରୀ ମଣ୍ଡଳର ପ୍ରତିରକ୍ଷା ମନ୍ତ୍ରୀ ଥିଲେ ।
ଇନ୍ଦିରା ଗାନ୍ଧିଙ୍କ ମୃତୁ୍ୟ ପରେ ସମାଜବାଦ ଚିନ୍ତାଧାରା ଧିମେଇ ପଡିଲା । ରାଷ୍ଟ୍ରାୟାତ ଉଦୋ୍ୟଗ ମାନଙ୍କରେ ବିପୁଳ କ୍ଷତି ଘଟିଲା । ଅନେକ ବନ୍ଦ ହୋଇଗଲେ । ବିଦେଶି ମୁଦ୍ରାର ଅଭାବ ଘଟିଲା । ଶିଳ୍ପ ପାଇଁ ପୁଞ୍ଜି ମିଳିଲା ନାହିଁ । ସେଥିପାଇଁ ୧୯୯୧ ମସିହାରେ ପ୍ରଧାନ ମନ୍ତ୍ରୀ ନରସିଂହ ରାଓ ଓ ଅର୍ଥମନ୍ତ୍ରୀ ମନମୋହନ ସିଂ ସମାଜବାଦକୁ ପରିହାର କରି ମୁକ୍ତ ଅର୍ଥନିତି ଘୋଷଣା କଲେ । ଭାରତ ମାଟିକୁ କୋକାକୋଲା ଓ ଅନ୍ୟ ବିଦେଶି କମ୍ପାନି ମାନେ ପଶି ଆସିଲେ । ରାଷ୍ଟ୍ରାୟାତ ଉଦୋ୍ୟଗ ଓ ଖଣି ମାନ ବ୍ୟକ୍ତି ହାତରେ ଅର୍ପଣ କରାଗଲା । ସମାଜବାଦର ପଶ୍ଚାତ ଗତି ଦେଖି ଜର୍ଜଫର୍ଣ୍ଣାଣ୍ଡିଜ ଦୁଃଖରେ ଭାଙ୍ଗି ପଡିଥିଲେ । ସମାଜବାଦ ରହୁ କି ନରହୁ ସମାଜର ଅର୍ଥନୈତିକ ସଂସ୍କାର ପାଇଁ ସେମାନଙ୍କର ସଂଘର୍ଷ ଓ ଆନେ୍ଦାଳନର କାହାଣି ସବୁଦିନ ପାଇଁ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬