ଅଟୋଚାଳକ ମାନେ ଶୃଙ୍ଖଳିତ ହୋଇ ଗାଡ଼ି ଚଳାଇବାକୁ ଆହ୍ୱାନ
ଭୁବନେଶ୍ୱର, (ଆଇଏନ୍ଏସ୍): ଭୁବନେଶ୍ୱର ଅଟୋ ମହାସଂଘ ପକ୍ଷରୁ ଅଟୋ ଚାଳକ ପ୍ରଶିକ୍ଷଣ ଶିବିର ଶହିଦନଗର ଦୁର୍ଗାପଡିଆ ଠାରେ ଥିବା ସମିତି ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରଫିକ୍ ଏସିପି କିଶୋର ପାଣିଗ୍ରାହୀ, ଆଂଚଳିକ ପରିବହନ ଅଧିକାରୀ-୨ ସଞ୍ଜୟ ବେହେରା ଓ ଭୁବନେଶ୍ୱର ଅଟୋ ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ ପ୍ରମୁଖ ଯୋଗଦେଇ ଅଟୋଚାଳକ ମାନଙ୍କୁ ପ୍ରଶିକ୍ଷଣ କରାଇଥିଲେ । ସମସ୍ତ ଅଟୋ ଚାଳକମାନେ ଟ୍ରାଫିକ୍ ନିୟମ ମାନିବା ସହିତ କାଗଜପତ୍ର ଠିକ୍ କରି ଚାଲିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ଏସିପି କହିଥିଲେ ଯେଉଁମାନେ ମଦ୍ୟପାନ କରି ଗାଡି ଚଳାଇବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ରାସ୍ତାରେ ଓଭରଟେକ୍ ଓ ଓଭରଲୋଡ ନକରି ଯାତ୍ରୀଙ୍କୁ ଉତମ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ପୋଲିସ୍ କମିଶନରଙ୍କ ସୁଚନା ଅନୁଯାୟୀ ପ୍ରତ୍ୟେକ ଦିନ ୨୦୦ ଅଟୋ ଚାଳକଙ୍କୁ ଟ୍ରେନିଂ ଦିଆଯାଇ ଶୃଙ୍ଖଳିତ କରାଯିବ । ଅଟୋ ମହାସଂଘର ସଂପାଦକ ଶ୍ରୀ ସାମଲ ମମସ୍ତ ଅଟୋ ଚାଳକ ମାନେ ଶୃଙ୍ଖଳିତ ହୋଇ ଚଳାଇବେ ବୋଲି କହିଥିଲେ । ଏହି ଅବସରରେ ଯେଉଁମାନେ କାଗଜ ପତ୍ର ଠିକ୍ କରିନାହାଁନ୍ତି ଅଟୋ ମହାସଂଘ କାର୍ଯ୍ୟାଳୟ ଠାରେ ଖୋଲା ଯାଇଥିବା ସେବାକେନ୍ଦ୍ରରେ ଆବେଦନ କରି ପାରିବେ । ଏଥିପାଇଁ ଆଂଚଳିକ ପରିବହନ ଅଧିକାରୀ ସାହାଯ୍ୟ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମରେ ମହାସଂଘର କର୍ମକର୍ତା ପ୍ରଶାନ୍ତ ରାଉତ, ବିଜୟ ପଟ୍ଟନାୟକ, ସୁମନ୍ତ ରାଉତ, ଭୋଳାନାଥ ମହାରଣା, ଦେବେନ୍ଦ୍ର ପରିଡା, ଶ୍ରୀକାନ୍ତ ସାହୁ, ଅଶୋକ ବଡଜେନାଙ୍କ ସହିତ ସ୍ଥାନୀୟ ଅଟୋ ସଂଘର କର୍ମକର୍ତା ଓ ୧୫୦ ରୁ ଉର୍ଦ୍ଧ ଅଟୋ ·ଳକ ଉପସ୍ଥିତ ଥିଲେ ।