ଅଯୋଗ୍ୟଙ୍କୁ ଯୋଗ୍ୟ ତାଲିକାରେ ସାମିଲ କରିଥିବା ପଦାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନାହିଁ!
ବାଲେଶ୍ୱର, (ଓ.ଏନ୍.ଏସ୍) : ନିର୍ବାଚନ ପୂର୍ବରୁ ଗାଦିର ସୁରକ୍ଷା ପାଇଁ ମୋହରା କରାଯାଉଛି କୃଷକଙ୍କୁ । ଚାଷୀ ଭୋଟ ହାତେଇବା ଲକ୍ଷରେ ଆମର କ୍ଲିନ୍ ମୁଖ୍ୟମନ୍ତ୍ରୀ ‘କାଳିଆ’କୁ ଅସ୍ତ୍ର କରିଛନ୍ତି । କାଳିଆ ଯୋଜନାରେ ଟଙ୍କା ବାଣ୍ଟି ନିର୍ବାଚନ ବୈତରଣୀ ପାର ହେବାକୁ ନବୀନ ବାବୁ ଅଣ୍ଟା ଭିଡ଼ିଛନ୍ତି । କିନ୍ତୁ ଯୁଗେଯୁଗେ ‘ମହାପାତ୍ରେ’ ମାରିନେବା ଭଳି ‘କାଳିଆ’ ମଧ୍ୟ ସେଥିରୁ ବାଦ ପଡ଼ିନାହିଁ । ଅଯୋଗ୍ୟ, ଧନୀଙ୍କ ଖାତାକୁ କାଳିଆ ଟଙ୍କା ଯାଇଥିବା ଜାଣିବାକୁ ମିଳିିଛି । ଏପରିକି ପୂର୍ବତନ କୃଷିମନ୍ତ୍ରୀ ତଥା ବର୍ତମାନର ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାର ସଦସ୍ୟ କାଳିିଆ ତାଲିକାରେ ରହିବାକୁ ନେଇ ଏହି ସ୍ୱଛତା ଆଡ଼କୁ ଆଙ୍ଗୁଳି ଉଠିଛି । ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଟଙ୍କା ଯାଇଥିଲେ ଟଙ୍କା ଫେରାଇ ନିଆଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଡକାଯିବାସହିତ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ କରି ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ।
ଅଯୋଗ୍ୟ ହିତାଧିକାରୀମାନେ ଯୋଜନାରୁ ଫାଇଦା ନେବା ଏଠାରେ ନୂଆକଥା ନୁହେଁ । ଏହାପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅଯୋଗ୍ୟ ହିତାଧିକାରୀମାନେ ରେସନକାର୍ଡ଼ ହାତେଇଥିଲେ । ‘କାଳିଆ’ ଯୋଜନାରେ ମଧ୍ୟ ଠିକ୍ ଏହିଘଟଣା ଘଟିଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହେଉ କିମ୍ବା କାଳିଆ ଯୋଜନା ହେଉ, ଏହିସବୁ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ମାନେ ସାମିଲ ହେଉଛନ୍ତି କିପରି? ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟଭାବେ ସାମିଲ କରୁଛି କିଏ? ବିଭିନ୍ନ ଯୋଜନାରେର ଥିବା ଗାଇଡ୍ଲାଇନ୍ ବାହାରେ ଅଯୋଗ୍ୟକୁ ଯେଉଁ ପଦାଧିକାରୀମାନେ ଯୋଗ୍ୟ ତାଲିକାରେ ସାମିଲ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଅପରପକ୍ଷରେ ଯୋଗ୍ୟ ତାଲିକାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଜାତୀୟଖାଦ୍ୟସୁରକ୍ଷା ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଜୋରିମାନା ଆଦାୟ/ ଗିରଫ କରିବାଭଳି ଘଟଣା ଦେଖିବାକୁ ମିଳିଛି । ପରବର୍ତି ସମୟରେ ତାହା ଶୀତଳଭଣ୍ଡାରକୁ ଚାଲିଯାଇଛି । ଅଯୋଗ୍ୟଙ୍କୁ ଯୋଗ୍ୟ ତାଲିିକାରେ ସାମିଲ କରିବାରେ ଯେଉଁ ପଦାଧିକାରୀଙ୍କର ପ୍ରଛନ୍ନ ହାତ ଥିଲା ସେମାନଙ୍କ ବିରୁଦ୍ଧରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ । ସେହିପରି କାଳିଆ ଯୋଜନାରେ ମଧ୍ୟ ଅଯୋଗ୍ୟ ହିତାଧିକାରୀମାନେ ସାମିଲ ରହିବା ପଛରେ କିଛି ସରକାରୀ ପଦାଧିକାରୀଙ୍କ ହାତ ରହିଛି । କିନ୍ତୁ ସରକାର ଏହି ପ୍ରଛଦ ଖଳନାୟକ ସରକାରୀ ବାବୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବାର କାରଣ କଣ? ଶାସକ ଦଳର ନେତା/କର୍ମୀଙ୍କୁ ଯୋଜନାରେ ସାମିଲ କରିବାକୁ ଅଘୋଷିତ ନିଦେ୍ର୍ଦଶ ରହିଛି କି? ଯଦି ଜଣା ନପଡ଼ିଳା ଭଲ, ଯଦି ଜଣାପଡ଼ିଲା ତେବେ କିଛି ନାଟକ ସୃଷ୍ଟିକରି ନିଜକୁ କ୍ଲିନ୍ ବୋଲି ପ୍ରମାଣିିତ କରିବା ଆମ କ୍ଲିନ୍ ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଚାଲ୍ ନୁହେଁ ତ? ଯଦି ତାହାନୁହେଁ, ତେବେ ପ୍ରଛଦ ଖଳନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି? ଅଯୋଗ୍ୟକୁ ଯୋଗ୍ୟ କରୁଥିବା ପଦାଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଇ ଆମର ମୁଖ୍ୟମନ୍ତ୍ରୀ ନିଜକୁ କ୍ଲିନ୍ ପ୍ରମାଣିତ କରୁ ନାହାନ୍ତି କାହିଁକି?