ଇମ୍ଫାର କୋଭିଡ୍-୧୯ ଟୀକାକରଣ ଅଭିଯାନ ଶୁଭାରମ୍ଭ

ଇମ୍ଫାର କୋଭିଡ୍-୧୯ ଟୀକାକରଣ ଅଭିଯାନ ଶୁଭାରମ୍ଭ

ଭୁବନେଶ୍ୱର, (ଆଇଏନ୍ଏସ୍): ଭାରତର ଅଗ୍ରଣୀ ତଥା ପୂର୍ଣ୍ଣ ସମନ୍ୱିତ ଫେରୋ କ୍ରୋମ୍ ଉତ୍ପାଦନକାରୀ କମ୍ପାନୀ ଇମ୍ଫା (ସ୍ଥାପିତ: ୧୯୬୧) ଦ୍ୱାରା ଆପୋଲୋ ହସ୍ପିଟାଲ୍ ଓ ଫିକି ସହିତ ମିଳିତ ଭାବେ ଏହାର କର୍ପୋରେଟ୍ କାର୍ଯ୍ୟାଳୟଠାରେ କୋଭିଡ୍-୧୯ ବିରୁଦ୍ଧରେ ଆଜି ଏକ ଟୀକାକରଣ ଅଭିଯାନର ଶୁଭାରମ୍ଭ କରାଯାଇଛି ।
      ଏହି ଅବସରରେ ଇମ୍ଫାର ମାନବସମ୍ବଳ ବିଭାଗ ଉପସଭାପତି ତଥା ମୁଖ୍ୟ ଶ୍ରୀ ଆଶିଷ ମିଶ୍ର କହିଲେ, “ଆମେ ଆମର କର୍ମଚାରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ବଚନବଦ୍ଧ ଏବଂ ଯଥାଶୀଘ୍ର ସବୁ ସ୍ଥାନରେ ଆମ କର୍ମଚାରୀ ଏବଂ ସେମାନଙ୍କ ଆଶ୍ରିତମାନଙ୍କୁ ଟୀକା ପ୍ରଦାନ କରିବୁ । କୋଭିଡ୍-୧୯ ପାଇଁ ଟୀକାକରଣ ହେଉଛି ସର୍ବୋତ୍ତମ ସୁରକ୍ଷା ଏବଂ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ, ଯେତେବେଳେ ବି ସମ୍ଭବ ହେଉଛି ଟୀକାକରଣ ନିଶ୍ଚିତ କରାନ୍ତୁ; ତଥାପି, ଏହା ପରେ ମଧ୍ୟ ଉପଯୁକ୍ତ କୋଭିଡ୍ ଆଚରଣବିଧି ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ ।”

2 thoughts on “ଇମ୍ଫାର କୋଭିଡ୍-୧୯ ଟୀକାକରଣ ଅଭିଯାନ ଶୁଭାରମ୍ଭ

Leave a Reply

Your email address will not be published.