ଉତର ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ୱାରା ରିଲିଫ ମେଳା ଶୁଭାରମ୍ଭ

ଲାୟନ୍ସ ଇଣ୍ଟରନ୍ୟାସନାଲ ପକ୍ଷରୁ ରିଲିଫ୍ ପ୍ରଦାନ

ଭୁବନେଶ୍ୱର,(ଆଇଏନ୍ଏସ୍): ଚନ୍ଦ୍ରଶେଖରପୁର ସ୍ଥାନୀୟ ଡିଷ୍ଟ୍ରିକ୍ଟ ସେଂଟର ଦୁର୍ଗାପୂଜା ମଣ୍ଡପ ନିକଟରେ ଲାୟନ୍ସ କ୍ଲବ୍ ଇଂଟରନ୍ୟାସନାଲ ପକ୍ଷରୁ ଏକ ବଡଧରଣର ରିଲିଫ୍ କ୍ୟାମ୍ପ ଅନୁଷ୍ଠିତ ହୋଇ ଯାଇଛି । ଉତର ଭୁବନେଶ୍ୱର ନବନିର୍ବାଚିତ ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ ଏହି ରିଲିଫ୍ ମେଳାର ଶୁଭାରମ୍ଭ କରିଥିଲେ । ଲାୟନ୍ସ ଇଂଟରନ୍ୟାସନାଲର ଗଭର୍ଣ୍ଣର ବିଶ୍ୱନାଥ ମହାନ୍ତି, ଲାୟନ୍ସ ଲେଡି ଗଭର୍ଣ୍ଣର ରେବତୀ ସ, ଜିଲ୍ଲା ଅଧ୍ୟକ୍ଷ, କ୍ୟାବିନେଟ କୋଡିନେଟର, ଉତର ଭୁବନେଶ୍ୱର ଭସାଣୀ କମିଟିର ସଂଯୋଜଗ ଆଇନଜୀବି ସମରେନ୍ଦ୍ର ସାହୁ, ଯୁବ ସମାଜସେବୀ ମନୋଜ ସାହୁ, ଦୂରଦର୍ଶୀର ସଂପାଦକ ଦୁର୍ଗା ସାମନ୍ତରାୟଙ୍କ ସମେତ ଲାୟନ୍ସର ବହୁ ସଦସ୍ୟ ଓ ଏଲ୍.ପି.ଟିମ୍ର ସଭ୍ୟମାନେ ଉପସ୍ଥିତ ରହି ପ୍ରାୟ ୨ ହଜାର ବାତ୍ୟା ପ୍ରପିଡୀତ ଗରିବ ଲୋକଙ୍କୁ ସହାୟତା ସ୍ୱରୂପ ରିଲିଫ୍ ସାମଗ୍ରୀ ବଂଟନ କରିଥିଲେ । ରିଲିଫ୍ ସାମଗ୍ରୀ ଆକାରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶାଢ଼ୀ, ସମ୍ବଲପୁରୀ ଲୁଙ୍ଗି, କମ୍ବଳ, ଗାମୁଛା, ଡାଲି, ଅଟା, ମୁଢ଼ି, ଚିନି, ଗୁଡ, ଷ୍ଟିଲ୍ ଟିଫିନ୍ ବାକ୍ସ, ପାଣିବୋତଲ ଆଦି ପ୍ୟାକେଟ୍ ପ୍ରଦାନ କରାଯାଇଥିଲା । ଲାୟନ୍ସ ଇଂଟରନ୍ୟାସନାଲ ପକ୍ଷରୁ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପୁରି ଜିଲ୍ଲାର ବିଭିନ୍ନ ସ୍ଥାନ ଓ କୋଣାର୍କରେ ବ୍ୟାପକ ରିଲିଫ୍ ସାମଗ୍ରୀ ବଂଟନ କରାଯାଉଛି

Leave a Reply

Your email address will not be published.