ଉନ୍ନୟନ କମିଶନର ଏବଂ ୫ଟି ସଚିବଙ୍କ ପ୍ରସ୍ତାବିତ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ
କଳାହାଣ୍ଡି, (ଆଇଏନ୍ଏସ୍): ଆଜି କଳାହାଣ୍ଡିରେ ଦୁଇଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନିକ ସ୍ତରରେ କଡା ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ସରକାର କଳାହାଣ୍ଡିରେ ସ୍ୱତନ୍ତ୍ର କୋଭିଦ୧୯ ଡାକ୍ତରଖାନା ସ୍ଥାପନ କରିବା ପାଇଁ ସରକାରୀ ଇଂଜିନିୟରିଂ କଲେଜରେ ସ୍ଥାପନ କରିବାକୁ ଲକ୍ଷ୍ୟ କରି ଆନୁଷାଙ୍ଗିକ ବ୍ୟବସ୍ଥା କରୁଥିବା ଜଣାପଡିଛି । ଏହି ଅବସରରେ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭିକେ ପାଣ୍ଡିୟାନ ପ୍ରସ୍ତାବିତ କୋଭିଦ-୧୯ ଡାକ୍ତରଖାନାକୁ ତଦାରଖ କରିଛନ୍ତି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ତଥା ସିଡିଏମଓ ପ୍ରମୂଖ ଉପସ୍ଥିତ ଥିଲେ । ସଂପ୍ରତି ଦୁଇଜଣ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡିଛି । ସାଂପ୍ରତିକ ସ୍ଥିତିରେ ସରକାରୀ ନିୟମକୁ ଜନସାଧାରଣ ସଠିକ ଭାବେ ମାନିଚଳୁଥିବା ଦେଖାଯାଉଛି ।