କଳାହାଣ୍ଡି ଜିଲ୍ଲାରେ ଲକଡ଼ାଉନ୍ ର ପ୍ରଭାବ: ସବୁଠି ଶୂନଶାନ!!
କଳାହାଣ୍ଡି, (ଓଏନ୍ଏସ୍) : ସମଗ୍ର ପୃଥିବୀର ପ୍ରାୟ ସମସ୍ତ ଦେଶରେ ମାରାତ୍ମକ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଏଣୁ ଆମ ଦେଶକୁ ଏହି ମହାମାରୀରୁ ରକ୍ଷା କରିବାକୁ ସମଗ୍ର ଦେଶ ଲକଡ଼ାଉନ୍ (ତାଲା ବନ୍ଦି) ଅବସ୍ଥାରେ ରହିଛି । ଚାରିଆଡ଼େ ଶୂନଶାନ୍ । ସବୁଠି ଲକଡ଼ାଉନ୍ ର ବିକଳ ଅବସ୍ଥା! ଅହରହ ଚଳଚଂଚଳ ଥିବା ସାରା ଭାରତର କୋଣ-ଅନୁକୋଣ ସବୁକିଛି ଏବେ ନିରବ ହୋଇ ଯାଇଛି । ଚାରିଆଡ଼େ ଖାଁ ଖାଁ ଅବସ୍ଥା । ସମଗ୍ର କଳାହାଣ୍ଡି ସହର ସମେତ ଜିଲ୍ଲାର ସମସ୍ତ ବ୍ଲକ୍ରେ ମଧ୍ୟ ଖାଁ ଖାଁ ଅବସ୍ଥା ସୃଷ୍ଟି ହୋଇଛି । ସାରା ଜିଲ୍ଲାର ଗାଁ ଓ ସହର ବଜାର ସବୁଠି ଲୋକ ଶୂନ୍ୟ ହୋଇଯାଇଛି । କେବଳ ଔଷଧ ଓ କ୍ଷୀର ଦୋକାନକୁ ଛାଡ଼ି ସମସ୍ତ ଦୋକାନକୁ ସନ୍ଧ୍ୟା ୬ଟା ପରେ ବନ୍ଦ କରିଦିଆଯାଇଛି । ସନ୍ଧ୍ୟାରେ ପୋଲିସ ଗାଁ ଓ ବଜାରରେ ବୁଲି ବୁଲି ଖୋଲା ଥିବା ଦୋକାନ ସବୁ ବନ୍ଦ କରୁଛି । ଫଳରେ ସନ୍ଧ୍ୟା ଠାରୁ ରାସ୍ତଘାଟ ଶୂନଶାନ ହୋଇ ପଡ଼ୁଛି । କାଁ ଭାଁ କେଉଁଠି ଗୋଟେ ଅଧେ ଗାଡ଼ି କିମ୍ବା ଜଣେ ଦୁଇଜଣ ଲୋକଙ୍କୁ ଛାଡ଼ି ଦେଲେ ରାସ୍ତାରେ କାହାକୁ ଦେଖିବାକୁ ମିଳୁନାହିଁ ।