କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ !

ଜୁନାଗଡ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ : ଶିକ୍ଷକ ନେତାଙ୍କ ଇଶାରାରେ ବିଇଓ ଅଫିସ?

କଳାହାଣ୍ଡି, (ଓଏନ୍ଏସ୍): କଳାହାଣ୍ଡି ଜିଲ୍ଲାର ଅପହଂଚ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଥିବା ବିଷୟ ଗଣମାଧ୍ୟମରେ ଯଥେଷ୍ଟ ପ୍ରମାଣ ସହ ପ୍ରକାଶିତ ହେଉଥିଲେହେଁ ବିଭାଗୀୟ ପଦାଧିକାରୀ ମାନଙ୍କ ପ୍ରୀୟାପ୍ରୀତି ତୋଷଣ କାରବାର ଯୋଗୁଁ ଶିକ୍ଷା ବ୍ୟବସ୍ଥା କ୍ରମଶ ଭୁଷୁଡିବାକୁ ଲାଗିଛି । ଆଜି ମଧ୍ୟ ଜିଲ୍ଲାର ଅପହଂଚ ଅଂଚଳରେ ସରକାରୀ ଶିକ୍ଷକ ନିଯୁକ୍ତି ହୋଇଥିଲେ ହେଁ ଡମି ଶିକ୍ଷକ ହିଁ କାମ ଚଳାଉଥିବା ଅଭିଯୋଗ ହେଉଛି । ଏଭଲି ଘଟଣା ସଂପର୍କରେ ପ୍ରଶାସନିକ ସ୍ତରରେ ଅଭିଯୋଗ ହେବା ପରେ ଉଚ୍ଚ ପ୍ରଶାସନିକ ଅଧିକାରୀ ସରଜମିନ ତଦନ୍ତ କରି ରିପୋର୍ଟ ଦେବାପରେ ମଧ୍ୟ ଶିକ୍ଷା ବିଭାଗୀୟ ଅଧିକାରୀ ମାନେ ଠକ ଶିକ୍ଷକ ମାନଙ୍କୁ କିଛି ଦିନ ସସପେଣ୍ଡ କରି ପୁନର୍ବାର ପୁରସ୍କାର ଦେଉଥିବା ଅଭିଯୋଗ ହେଉଛି ।
ଜିଲ୍ଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ଅପହଂଚ ଅଂଚଳରେ ସରକାରୀ ଶିକ୍ଷକମାନେ ପ୍ରାୟତଃ ସ୍କୁଲ କୁ ଯାଉନଥିବା ବିଷୟ ଦୀର୍ଘ ଦିନ ଧରି ଅଭିଯୋଗ ହେବା ପରେ ଖୋଦ ଧର୍ମଗଡ ତକ୍ରାଳିନ ଉପଜିଲ୍ଲାପାଳ ୟେଦୁଲ୍ଲା ବିଜୟ ବଣ ପାହାଡ ଉପରେ ଥିବା ତଳଡୁଣ୍ଡା ପ୍ରାଥମିକ ସ୍କୁଲ କୁ ତଦନ୍ତ ପାଇଁ ଯାଇ ସେଠାରେ ଅବସ୍ଥାପିତ ସହକାରୀ ଶିକ୍ଷକ କନ୍ଦର୍ପ ନାଏକ ଦୀର୍ଘ ଦିନ ହେବ ସ୍କୁଲ ଆସୁନଥିବା ବିଷୟ ଗ୍ରାମବାସୀ ଓ ସ୍କୁଲ ଶିକ୍ଷା କମିଟି ତଥା ସେହି ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଜାଣିବା ପରେ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇବା ପରେ ସଂପୃକ୍ତ ଶିକ୍ଷକ କନ୍ଦର୍ପ ନାଏକଙ୍କୁ ସସପେଣ୍ଡ କରାଯାଇଥିଲା । ସଂପୃକ୍ତ ଶିକ୍ଷକ ଦୁଇଥର ଡେପୁଟେସନ ମାଧ୍ୟମରେ ଉକ୍ତ ସ୍କୁଲରୁ ଦରମା ନେଉଥିଲେହେଁ ପିଲାଙ୍କୁ ଶିକ୍ଷାଦାନ ଦେଉନଥିଲେ । ଏହି ଠକ ଶିକ୍ଷକଙ୍କୁ ଜୁନାଗଡ ବିଇଓଙ୍କ ସୁପାରିଶରେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ଆଦେଶ ସଂଖ୍ୟା ୭୫୫୬ ତା.୦୬.୧୦.୨୦୧୮ ଅନୁସାରେ ପୁନଃ ଅବସ୍ଥାପିତ କରିବା ପରେ ଜୁନାଗଡ ବିଇଓ ଅଫିସରେ ଗତ ୧୩.୧୧.୨୦୧୮ ରେ ଏକ ଅଣ୍ଡରଟେକିଂ ଦେଇଥିବା ବେଳେ ବିଇଓଙ୍କ ତରଫରୁ ପତ୍ରାଙ୍କ ୧୬୦୭/୧୪.୧୧.୨୦୧୮ ରେ ଅପହଂଚ ବଣପାହାଡ ଇଲାକାରେ ଥିବା ବିଜରାଦର ସ୍କୁଲରେ ପୁନଃ ନିଯୁକ୍ତି ଦିଆଯାଇ କନ୍ଦର୍ପ ନାଏକ ଙ୍କ ଜଏନିଂ ଗତ ୦୭.୧୦.୨୦୧୮ ଠାରୁ ଗ୍ରହଣ କରିଦେବାକୁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଦେ୍ର୍ଦଶ ଦିଆଯାଇଥିବା ଜଣାପଡିଛି । ଯଦିଓ କନ୍ଦର୍ପ ନାଏକ ୧୩ ତାରିଖରେ ଅଣ୍ଡରଟେକିଂ ଦେଲେ ତେବେ ୧୪ ତାରିଖ ଚିଠିରେ ତାଙ୍କ ଜଏନିଂ ମାସେ ତଳୁ ଗ୍ରହଣ କରିଦେବାକୁ ବିଇଓ ନିଦେ୍ର୍ଦଶ ଦେବା ଘଟଣା ନିଶ୍ଚିତ ଭାବେ ବିଇଓ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । କେଉଁ ଉଦେ୍ଦଶ୍ୟରେ ଅନିୟମିତତା ଅଭିଯୋଗରେ ସସପେଣ୍ଡ ହୋଇଥିବା ଜଣେ ଶିକ୍ଷକଙ୍କୁ ଅପହଂଚ ଇଲାକରେ ନିଯୁକ୍ତି ଦେଇ ପିଛିଲା ତାରିଖରେ ଜଏନିଂ ରେପୋର୍ଟ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ମଧ୍ୟ ଅପହଂଚ ଲଲାକା ଭାବେ ପରିଗଣିତ ଲଖନାପଡା, ବିଜରାଦର, ବେହେରଗୁଡା ଆଦି ଅଂଚଳରେ ଥିବା ସ୍କୁଲ ଗୁଡିକୁ ନିୟମିତ ଭାବେ ଶିକ୍ଷକ ଯାଉନଥିବା ଏବଂ ଡମି ଶିକ୍ଷକ ଦ୍ୱାରା ସ୍କୁଲ ଚାଲୁଥିବା ଅଭିଯୋଗ ହେଉଛି ।
ସର୍ବଶିକ୍ଷା ଯୋଜନା କେବଲ ନାମକୁ ମାତ୍ର ରହିଯାଇଥିବା ଜଣାପଡିଛି ସେହିପରି ଧରାଧରି କରି ଡେପୁଟେସନ ରେ ଅପହଂଚ ଆଦିବାସୀ ଇଲାକାରେ ଥିବା ଦୁନେ୍ଦଲମାଲ ଉନ୍ନୀତ ହାଇସ୍କୁଲ କୁ ଡେପୁଟେସନରେ ଯାଇ ଜନୈକ ଧୂର୍ତ ଶିକ୍ଷକ ମଧ୍ୟାହ୍ନ ଭୋଜନରେ ହେରାଫେରୀ କରିଥିବା ବିଷୟ ଖୋଦ ତକ୍ରାଳୀନ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଦ୍ୱାରା ଧରାପଡି ସସପେଣ୍ଡ ହେବା ପରେ ଡିଇଓ ଅପିସରେ ଧରାଧରି କରି ଏବେ ଶିକ୍ଷା ବିଭାଗ ପଦାଧିକାରୀ ମାନଙ୍କ ଆଶୀର୍ବାଦରେ ପୁନଃ ମଧ୍ୟାହ୍ନ ଭୋଜନ ଦାୟୀତ୍ୱରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି । ଶିକ୍ଷା ବିଭାଗୀୟ ନିଦେ୍ର୍ଦଶାନାମା ଅନୁସାରେ କେବଳ ଜିଲ୍ଲା ଶିକ୍ଷାଧିକାରୀ ହିଁ ଆବଶ୍ୟକୀୟ ସ୍ଥଳେ ଶିକ୍ଷକ ମାନଙ୍କ ଡେପୁଟେସନ କରିପାରିବେ ବୋଲି କୁହାଯାଉଥିବା ବେଳେ ଜୁନାଗଡ ବିଇଓ ମନଇଚ୍ଛା ଅନେକ ଶିକ୍ଷକଙ୍କ ଡେପୁଟେସନ କରିଥିବା ଶିକ୍ଷକ ମହଲରେ ଆଲୋଚନା ହେଉଛି । ଏ ସଂପର୍କରେ ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ ହେଉଛି । ଇତିମଧ୍ୟରେ ଯେଉଁ ସବୁ ସ୍ଥାନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଗୋଟିଏ ପରିସରରେ ରହିଛି ସେସବୁ ସ୍କୁଲ ଗୁଡିକର ମିଶ୍ରଣ କରିଦେବା ପାଇଁ ବିଭାଗୀୟ ନିଦେ୍ର୍ଦଶାନାମା ଥିଲେ ହେଁ ବିଇଓ ସରକାରୀ ନିଦେ୍ର୍ଦଶାନାମାକୁ ମଧ୍ୟ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଖୋଦ ବିଇଓ କାର୍ଯ୍ୟାଳୟ ପରିସରରେ ପ୍ରାଥମିକ ସ୍କୁଲ ଓ ହାଇସ୍କୁଲ ମିଶ୍ରଣ କରାଯାଇପାରୁନାହିଁ । ଏପରିକ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ବିଇଓଙ୍କ ବାହୁଛାୟା ତଲେ ରହି କାର୍ଯ୍ୟକରୁଥିବା ମଧ୍ୟ ଶିକ୍ଷକ ମହଲରେ ଆଲୋଚନା ହେଉଛି ।
ଗତ ମାସରେ ପାଂଚଜଣ ଶିକ୍ଷକଙ୍କୁ ସେମାନଙ୍କ ମନପସନ୍ଦ ସ୍କୁଲ ମାନଙ୍କୁ ବିଇଓ ଅଫିସ ଦ୍ୱାରା ଡେପୁଟେସନ କରାଯାଇ ଥିବା ବେଳେ ପଳାସ ପ୍ରାଥମିକ ସ୍କୁଲରୁ ବିଶିକେସନ ପଣ୍ଡାଙ୍କ ନାମରେ ଅଭିଯୋଗ ହେବାପରେ ୩୦ଜଣ ଛାତ୍ରଛାତ୍ରୀ ପାଇଁ ପୂର୍ବରୁ ଦୁଇଜଣ ଶିକ୍ଷକ ଥିବା ନକଟିଗୁଡାସ୍ଥ ଗୋଇକାନିପଡା ଏନପିଏସକୁ ତୃତୀୟ ଶିକ୍ଷକ ଭାବେ ଡେପୁଟେସନ କରାଯାଇଥିବା ଜଣାପଡିଛି । ଏହି ଡେପୁଟେସନ ଆଦେଶ ଭାତ ହାଣ୍ଡିରୁ ଗୋଟିଏ ଭଲି ଜୁନାଗଡ ବ୍ଲକରେ ଅନେକ ଶିକ୍ଷକଙ୍କୁ ସେମାନଙ୍କ ମନପସନ୍ଦ ସ୍କୁଲ ଗୁଡିକରେ ଡେପୁଟେସନ କରାଯାଇଥିବା କୁହାଯାଉଛି । କିଛି ତଥା କଥିତ ଆତ୍ମ ଘୋଷିତ ଶିକ୍ଷକ ନେତା ମାନେ ବିଇଓ ଅଫିସ କୁ ଅନେକ ସମୟରେ ଆସି ଅଫିସିଆଲ କାର୍ଯ୍ୟରେ ଅନଧିକାର ଭାବେ ହସ୍ତକ୍ଷେପ କରି ଶିକ୍ଷକ ମାନଙ୍କୁ ଆକୃଷ୍ଟ କରାଇବା ଉଦେ୍ଦଶ୍ୟରେ ଏଭଲି ବିଭିନ୍ନ ବେନିୟମ କାର୍ଯ୍ୟ କରାଇବାକୁ ବାଧ୍ୟ କରୁଥିବା କୁହାଯାଉଛି । ଏହା ଯଦି ସତ୍ୟ ହୋଇଥାଏ ତେବେ ଏସଂପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।
ଏପରିକି ସରକାରଙ୍କ ନୀତି ନିୟମକୁ ଜୁନାଗଡ ବିଇଓ ଅଫିସରେ କିଛି ଶିକ୍ଷକ ନେତାଙ୍କ ପ୍ରତ୍ୟକ୍ଷ ଇଶାରାରେ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହେଉଛି । ସରକାରଙ୍କ ନିୟମାନୁସାରେ ଚାକିରିର ପ୍ରତି ଦଶ ବର୍ଷ ମଧ୍ୟରେ କର୍ମଚାରୀଙ୍କ ପଦୋନ୍ନତି ନହେଲେ ସେହି କର୍ମଚାରୀଙ୍କୁ ଆରଏସିପି ଯୋଜନାରେ ସାମିଲ କରାଯିବାର ପୂର୍ବରୁ ନିୟମ ଥିବା ବେଳେ ଏବଂ ଗତ ୦୧.୦୧.୨୦୧୭ ପରେ ତାହା ଆରଏସିପି ବଦଳରେ ଏମଏସିପି ଯୋଜନାରେ ଆର୍ଥôକ ସୁବିଧା ଯୋଗାଇଦେବାକୁ ବ୍ୟବସ୍ଥା ଥିବା ବେଳେ ଜୁନାଗଡ ବିଇଓ କିଛି ତୋଷାମଦକାରୀ ଶିକ୍ଷକଙ୍କ ପ୍ରରୋଚନାରେ ପଡି ଗତ ୧୯୯୭ରେ ନିଯୁକ୍ତ ପ୍ରାପ୍ତ ଅନେକ ଶିକ୍ଷକ ଥିଲେହେଁ ମାତ୍ର ପାଂଚ ଜଣଙ୍କୁ ହିଁ ଆରଏସିପି ଯୋଜନାରେ ସାମିଲ କରାଯାଇଥିବା ବେଳେ ଅନ୍ୟମାନେ ସେସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି । ଯଦିଓ ଅନେକ ଶିକ୍ଷକଙ୍କ ୨୦୧୭ ମସିହାରେ ୨୦ ବର୍ଷ ପୂରିଯାଇଥିବା ବେଳେ ଲକ୍ଷ୍ମୀଧର ମେହେର, ଦିବସ କୁମାର ମୁଣ୍ଡ,ବିରେନ୍ଦ୍ର ବାଗ, ଧିରେନ୍ଦ୍ର ମେହେର ଓ ଶଶାଙ୍କ ପାତ୍ର ଭଲି ମାତ୍ର ପାଂଚ ଜଣ ଶିକ୍ଷକଙ୍କୁ ହିଁ ସରକାରଙ୍କ ନିୟମାନୁଯାୟୀ ଏମଏସିପି ବଦଳରେ ଆରଏସିପି ମଂଜୁରୀ କରିଦେଇଥିବାରୁ ଅନ୍ୟ ଶିକ୍ଷକ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ସେମାନଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରିଥିବା ଜଣାପଡିଛି । ଶିକ୍ଷକ ମାନଙ୍କ ଏହି ଆଭିଯୋଗକୁ ଭିତିକରି ଜିଲ୍ଲା ଶିକ୍ଷାଧିକାରୀ ପତ୍ରାଙ୍କ ୯୩୧୦ / ୧୦.୧୨.୨୦୧୮ ମାଧ୍ୟମରେ ଜିନାଗଡ ବିଇଓଙ୍କୁ ତାଗିଦ କରି କେଉଁ ପରିସ୍ଥିତିରେ ଏଭଲି ଭାବେ ମାତ୍ର ପାଂଚ ଜଣଙ୍କୁ ହିଁ ଆରଏସିପି ଦିଆଯାଇଛି ତାହାର ତଦନ୍ତ କରାଯିବା ସହ କୌଣସି ଆଇନ ସମ୍ମତ ପଦକ୍ଷେପ ନେବାକୁ କଡକଡି ନିଦେ୍ର୍ଦଶ ଦେଇଥିବା ଜକଣାପଡିଛି । ଏପରିକି ଏହି ପାଂଚ ଜଣଙ୍କର ଆରଏସିପି ଦିଆଯାଇଥିବା ଆଧାରରେ କୌଣସି ଶିକ୍ଷକ ପ୍ରଶାସନିକ ଟ୍ରାବୁ୍ୟନାଲର ଦ୍ୱାରସ୍ଥ ହେଲେ ବିଇଓ ଦାୟୀ ରହିବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି ।
ସେହିପରି ଜୁନାଗଡ ବିଇଓ ଅଫିସରେ ପୂର୍ବରୁ ବରିଷ୍ଠ ଶିକ୍ଷକ ପରିକ୍ଷିତ ମେହେରଙ୍କୁ ଓ ଦ୍ୱିତୀୟ ବରିଷ୍ଠ ଶିକ୍ଷକ ଭାବେ ନାରାୟଣ ମେହେରଙ୍କୁ ଏବିଇଓ ଭାବେ ଡେପୁଟେସନ ମାଧ୍ୟମରେ କାର୍ଯ୍ୟ କରିବାକୁ ଦାୟୀତ୍ୱ ଦିଆଯାଇଥିବା ବେଳେ ନିକଟ ଅତୀତରେ ସରକାରୀ ଆଦେଶାନୁସାରେ ଏବିଇଓ ପଦବୀ ପୂରଣ କରାଯିବା ପରେ ବରିଷ୍ଠ ଶିକ୍ଷକ ପରିକ୍ଷିତ ମେହେରଙ୍କୁ ଏବିଇଓ ଦାୟୀତ୍ୱରୁ ଅପସାରନ କରାଯାଇ ନାରାୟଣ ମେହେରଙ୍କୁ ଅଦ୍ୟାବଧି ଏବିଇଓ ଭାବେ ରଖାଯାଇଥିବା ଜଣାପଡିଛି । ଦୁଇଜଣ ରେଗୁଲାର ଏବିଇଓ ଅବସ୍ଥାପିତ ଥିବା ବେଳେ ଦ୍ୱିତୀୟ ବରିଷ୍ଠ ଶିକ୍ଷକଙ୍କୁ ଏବିଇଓ ଭାବେ ରଖିବା ବିଷୟ ଜୁନାଗଡ ବିଇଓ ଅଫିସ ରେ ଅନେକ ଅନିୟମିତତା ହେଉଥିବା ଘଟଣାକୁ ପ୍ରତ୍ୟକ୍ଷ ଭାବେ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି । ଏପରିକି ବିଇଓ ଦୁଇଜଣ ରେଗୁଲାର ଏବିଇଓଙ୍କୁ ନନେଇ ନାରାୟଣ ମେହେର ଙ୍କ ମାଧ୍ୟମରେ ସ୍କୁଲ ପରିଦର୍ଶନ ନାମରେ ଦେଣନେଣ କାରବାର ଚଳାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହା ଯଦି ସତ୍ୟ ହୋଇଥାଏ ତେବେ ନାରାୟଣ ମେହେରଙ୍କୁ କେବଳ ସେଥିପାଇଁ ହିଁ ଏବିଇଓ ଦାୟୀତ୍ୱରେ ରଖାଯାଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ବିଇଓ ଅଫିସରେ କାର୍ଯ୍ୟରତ ହେଡ କ୍ଲର୍କ ସହ ମିଶି ଜନୈକ ଶିକ୍ଷକ ନେତା ସ୍ଥାନୀୟ ଜନପ୍ରତିନିଧିଙ୍କ ତିନି/ଚାରି ନମ୍ବର ଡାହାଣ ହାତ ବୋଲି ନିଜକୁ ପରିଚୟ ଦେଇ ପରୋକ୍ଷରେ ଅଫିସ ଚଳାଉଥିବା ଚର୍ଚ୍ଚା ହେଉଛି । ଏସଂପର୍କରେ ବିଇଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏସବୁ ସଂପର୍କରେ ସେ ଜାଣିନଥିବା ଏବଂ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି । ସରକାରୀ ନିୟମ କାନୁନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଘଟଣାକୁ ଅଂଚଳର ବୁଦ୍ଧିଜୀବି ମହଲରେ ସହଜରେ ଗ୍ରହଣ କରାଯାଉନଥିବା ବେଳେ ଏସବୁ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published.