କାଳିଆ ହେଉଛି ଆଦର୍ଶ ଯୋଜନା: ମୁଖ୍ୟମନ୍ତ୍ରୀ

କାଳିଆ ହେଉଛି ଆଦର୍ଶ ଯୋଜନା: ମୁଖ୍ୟମନ୍ତ୍ରୀ

କୃଷି ହେଉଛି, ଆମ ରାଜ୍ୟର ଅର୍ଥନୈତିକ ମାନଦଣ୍ଡ । କୃଷି ଓ କୃଷକର ଉନ୍ନତି ହୋଇପାରିଲେ ରାଜ୍ୟର ଉନ୍ନତି ହୋଇପାରିବ । ସେଥିପାଇଁ ଆମେ ୬ ବର୍ଷ ହେଲା ସ୍ୱତନ୍ତ୍ର କୃଷି ବଜେଟ ପ୍ରଣୟନ କରୁଛୁ । କୃଷକମାନଙ୍କ ଆୟ ବଢାଇବା ପାଇଁ ଜଳସେଚନ, ବଜାରବ୍ୟବସ୍ଥା ଓ ସହଜ ସୁଲଭ ଭାବେ କିପରି ଚାଷୀମାନେ ଋଣ ପାଇପାରିବେ ତାର ବ୍ୟବସ୍ଥା କରୁଛୁ । ଏବେ ମୋ ସରକାରଙ୍କ ପକ୍ଷରୁ ଯେଉଁ ‘କାଳିଆ’ ଯୋଜନା ଘୋଷଣା କରାଯାଇଛି, ତାହା କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ଏକ ଆଦର୍ଶ ଯୋଜନା । ରାଜ୍ୟସ୍ତରୀୟ କୃଷି ମହୋସ୍ôବ ଅବସରରେ ଏଥା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।
ଆଜି ସ୍ଥାନୀୟ ବରମୁଣ୍ଡାଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଶିଳ୍ପ ମହାସଂଘର ମିଳିତ ଆନୁକୁଲ୍ୟରେ ବରମୁଣ୍ଡା ପଡିଆରେ ଆୟୋଜିତ ମହୋସ୍ôବକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରକାଶ କରିଥିଲେ ଯେ କାଳିଆ ଯୋଜନା ଦ୍ୱାରା ଚାଷୀମାନେ ବିଷଶଷଭାବେ ଉପକୃତ ହୋଇଛନ୍ତି । ଇତି ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପଂଜିକରଣ ଶେଷ ହୋଇଛି । ଯେଉଁମାନେ ଏହାର ସୁଯୋଗ ନେଇ ପାରି ନାହାନ୍ତି, ସେମାନେ ଆସନ୍ତା ୨୫ ତାରିଖରୁ ଫେବୃୟାରୀ ୫ ତାରିଖ ମଧ୍ୟରେ ଦ୍ୱତୀୟ ପର୍ଯ୍ୟାୟ ପଂଜିକରଣରେ ସାମିଲ ହୋଇପାରିବେ । ଆମେ ୨୦୧୪ ମସିହାରେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚତ କରିବାକୁ ଏକ ପଦକ୍ଷେପ ହାତକୁ ନେଇଥିଲୁ । ଏବେ ସୁଦ୍ଧା ୮ ଲକ୍ଷ ହେକ୍ଟର ଜମିକୁ ପ୍ରାୟ ୩୦ ହଜାର କୋଟି ଟଙ୍କ ବ୍ୟୟରେ ଜଳସେଚିତ କରାଯାଇପାରିଛି । ଏପ୍ରିଲ ସୁଧା ବାକୁ ୨ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟରେ କୃଷିର ଉନ୍ନତି ହୋଇଥିବାରୁ ଆମ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ପାଇଛି । କୃଷକମାନଙ୍କର ଆୟ ଦୁଇଗୁଣ କରିବାକୁ ତାଙ୍କ ସରକାର ବଦ୍ଧ ପରିକର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
୫ ଦିନ ଧରି ଚାଲିବାକୁ ଥିବା ଏଇ ମହୋସ୍ôବରେ କୃଷି ସଂପର୍କୀୟ ଅନେକ କଥା ଆଲୋଚିତ ହେବ । ଏହି ମହୋସ୍ôବରେ କୃଷିମନ୍ତ୍ରୀ ଶଶିଭୂଷଣ ବେହେରା, କୃଷି ସଚିବ ସୌରଭ ଗର୍ଗ କେନ୍ଦ୍ର ସରକାରଙ୍କ କୃଷି ଉନ୍ନତିକରଣ କମିଶନର ଅଧ୍ୟକ୍ଷ, ଓମଫେଡର ପରିଚାଳନା ନିଦେ୍ର୍ଦଶକ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published.