ଖବରକାଗଜ/ ଚାନେଲ: ମିଛର ସୌଦାଗର!

ଖବରକାଗଜ/ ଚାନେଲ: ମିଛର ସୌଦାଗର!

ଜିମ ଆକାସ୍ମା । ୟାଙ୍କୁ ଆଗରୁ ଆମେମାନେ ଚିହ୍ନି ନଥିଲେ । ଚିହ୍ନିବାର କୌଣସି କାରଣ ମଧ୍ୟ ନ ଥିଲା । କାରଣ ସେ କୌଣସି ସେଲିବ୍ରିଟି ନୁହଁନ୍ତି । ଜଣେ ସାମ୍ବାଦିକ । ସିଏନଏନର ସାମ୍ବାଦିକ । ହ୍ୱାଇଟ ହାଉସରେ ‘ସିଏନଏନ’ଟିଭି ଚାନେଲର ମୁଖ୍ୟ ରିପୋର୍ଟର । ଏମିତି ସାମ୍ବାଦିକମାନଙ୍କୁ ସାଧାରଣ ଲୋକ ଚିହ୍ନନ୍ତି ନାହିଁ । କିନ୍ତୁ ୟାଙ୍କୁ ନ ଚିହ୍ନି ରହିପାରିବାର କୌଣସି ଉପାୟ ନାହିଁ । ଖୋଦ ବିଶ୍ୱର ବୃହତମ କ୍ଷମତାଶାଳୀ ନେତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଯୁକ୍ତିତର୍କ କରିବା ଫଳରେ ତାଙ୍କର ହ୍ୱାଇଟ ପ୍ରବେଶକୁ ନିଷେଧ କରାଯାଇଛି । କଣ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ସହିତ ତାଙ୍କର ଯୁକ୍ତିତର୍କ ହେଲା ତାହା ଭିନ୍ନ ବିଷୟ । ତେବେ ଆକସ୍ମାଙ୍କୁ ସମାଲୋଚନା କରିବା ସମୟରେ ରାଷ୍ଟ୍ରପତି ବାରମ୍ବାର ଗୋଟାଏ କଥା କହୁଥିଲେ, ‘ଆକସ୍ମା ମିଛ କହୁଛନ୍ତି, ସିଏନଏନ ମିଛ ଖବର ପ୍ରକାଶ କରୁଛି । ମିଛ ଖବର । ମାନେ ‘ଫେକ ନ୍ୟୁଜ’ । ବାରମ୍ବାର ଟ୍ରମ୍ପ କହୁଛନ୍ତି, ମିଛ ଖବର ପ୍ରକାଶ କରୁଛନ୍ତି ଖବରକାଗଜଗୁଡାକ । କିନ୍ତୁ ଅଭିଯୋଗ ହୁଏ ଯେ ଡେନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ଛଅ ଶହ ଦିନରେ ପ୍ରାୟ ପାଂଚ ହଜାରରୁ ଅଧିକ ମିଛ କହିଛନ୍ତି ।
ଇଏତ ଗଲା, ଆମେରିକାର କଥା । ଆମ ଭାରତରେ! ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଆଲୋଚନା ନକଲେ ନ୍ରାୟ ହେବ ନାହିଁ । ଆମ ପ୍ରଧାନମନ୍ତ୍ରୀଙ୍କ ମିଥ୍ୟା ଓ ଅର୍ଦ୍ଧସତ୍ୟର ହିସାବ ର ଶେଷ ନାହିଁ । ସେଇପରି ଅନେକ ଖବରକାଗଜ ଓ ଚାନେଲ ଉପରେ ତାଙ୍କର ରାଗ । ‘ପ୍ରଷ୍ଟିଚ୍ୟୁଟ’ କଥାଟି ଯେ ତାଙ୍କ ସମସାମୟିକ, ଖାଲି ସିଏ ନୁହଁନ୍ତି, ତାଙ୍କ ଦଳର ଅନେକ ଛୋଟ ବଡ ନେତା ‘ଫେକନ୍ୟୁଜ ନେଇ’ କହିଲା ବେଳେ ବ୍ୟବହାର କରନ୍ତି । ଏକଥା କେବେଠାରୁ ଜଣା ପଡିଲାଣି । ଗତ ଏପ୍ରିଲ ମାସରେ କେନ୍ଦ୍ର ସରକାର ଏକ ଆଇନ ପ୍ରଣୟନ କରିବାକୁ ଯାଉଥିଲେ, ତାହାହେଲା, କୌଣସି ଖବରକାଗଜରେ ‘ଫେକନ୍ୟୁଜ’ ପ୍ରକାଶିତ ହେଲେ ଦଣ୍ଡ ବିଧାନର ବ୍ୟବସ୍ଥା ରହିବ । ସମଗ୍ର ଦେଶରେ ଏହାକୁ ନେଇ ସମାଲୋଚନା ହେବାରୁ ସରକାର ଚୁପ ରହିବାକୁ ବାଧ୍ୟ ହୋଇଥିଲେ । ତେବେ ମୂଳକଥାଟି ହେଲା, ଆମେରିକାରେ ଯେପରି ଟ୍ରମ୍ପ ପ୍ରଶାସନ, ଏଠାରେ ସେମିତି ‘ମୋଦି ପ୍ରଶାସନ’ । ଦୁହିଁଙ୍କ ଅଭିଯୋଗ ସମାନ । ଖବରକାଗଜ ବିଶେଷକରି ପ୍ରତିଷ୍ଠିତ ଖବରକାଗଜ ଓ ଚାନେଲ ଗୁଡିକ ‘ଫେକନ୍ୟୁଜ’ ଛାପନ୍ତି ବା ପ୍ରଚାର କରନ୍ତି । ଏଣୁ ଏମାନଙ୍କୁ ବିଶ୍ୱାସ କରାଯିବା ଠିକ ନୁହେଁ ।
‘ଫେକ ନ୍ୟୁଜ’ ନେଇ ଏବେ ବହୁତ ଆଲୋଚନା ହେଉଛି । କିପରିଭାବେ ଏଇ ଫେକନ୍ୟୁଜର ପ୍ରସାରଣକୁ ବନ୍ଦ କରାଯାଇପାରିବ? ଏ ସବୁ ବିଷୟରେ ଆଲୋଚନା କରିବା ପୂର୍ବରୁ ଜାଣିବା ଦରକାର ‘ଫେକନ୍ୟୁଜ’ ପ୍ରତି ଲୋକଙ୍କର ଆକର୍ଷଣ ବଢୁଛି କାହିଁକି? ଏ ବିଷୟରେ କେହି କିଛି କହିପାରୁ ନାହାନ୍ତି । କତ ହେଉଛି, ଇଏ ହେଉଛି ମୋବାଇଲର ଯୁଗ । ଫେସବୁକ, ଟ୍ୱିଟର, ହ୍ୱାଟସଆପ ପ୍ରତିଦିନ ଆମେ ଅନେକ ମେସେଜ ପାଉଛୁ । ସେଥିରେ କେତେକରେ ଖୋଯାଇଛି, ‘ଏଇସବି କଥା ଆପଣ ଖବରକାଗଜ ବା ଚାନେଲରେ ପାଇବେ ନାହିଁ’ । ଏଣୁ ସାଧାରଣ ଲୋକଙ୍କ ପାଖରେ ଏ ଖବର ପହଂଚାଇବା ପାଇଁ ଆମେ ଆପଣଙ୍କ ପାଖକୁ ଏହାକୁ ପଠାଇଲୁ । ଯେତେଦୂର ସମ୍ଭବ, ଅଧିକରୁ ଅଧିକ ଲୋକଙ୍କ ପାଖକୁ ଏହାକୁ ପଠାନ୍ତୁ ।
ଆମେ ଏହାକୁ ଫରୱାର୍ଡ କରିଦେଉ । ଯେହେତୁ ଏବେ ଖବରକାଗଜ ଓ ଚାନେଲଗୁଡିକୁ ଅନେକ ବିଶ୍ୱାସ କରନ୍ତି ନାହିଁ, ତେଣୁ ବିକଳ୍ପ ହିସାବରେ ଗ୍ରହଣ କରୁ ସମ୍ବାଦଭାବେ । ଫେକ ନ୍ୟୁଜ ବଢିଚାଲିବା ପଛରେ ରହିଛି ଏଇ ଯୁକ୍ତି ।
ଏଦେଶରେ ଯେଉଁମାନେ ମନେ କରନ୍ତି,ମୋବାଇଲରେ ପଠାଯାଉଥିବା ମେସେଜକୁ ଫରୱାର୍ଡକରି, ଅନେକ ଲୋକଙ୍କ ପାଖରେ, ସେଇ ଖବରକୁ ପହଂଚାଯାଇପାରିବ, ଖବରକାଗଜ ଓ ଚାନେଲଗୁଡିକ ନ ଛାପନ୍ତୁ ପଛେ! ସେମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି, ଦକ୍ଷିଣପନ୍ଥୀ ନେତା । ଏଣୁ ଦକ୍ଷିଣପନ୍ଥୀ ଫେକନ୍ୟୁଜ ସବଠାରୁ ଅଧିକ । ଖାଲି ଖବର ନୁହେଁ, ଜାତୀୟ ଆବେଗ ଆମାମାନଙ୍କ ଭିତରେ ସୃଷ୍ଟି କରିବା ପାଇଁ ଏପରି କରାଯାଉଛି । ସେଥିପାଇଁ ଅନେକ ଅଭିଯୋଗ କରୁଛନ୍ତି ‘ଫେକନ୍ୟୁଜ’ର ସ୍ରଷ୍ଟା ହେଉଛି ବିଜେପିର ‘ଆଇଟି ସେଲ’ । ତେବେ ପ୍ରଶ୍ନ ଉଠିପାରେ ଯେଉଁମାନେ ଏଇସବୁ ମେସେଜଗୁଡିକ ବାରମ୍ବାର ଫରୱାର୍ଡ କରିଚାଲିଛନ୍ତି,ସେମାନେ କଣ ପ୍ରକୃତରେ ବିଜେପିର ସମର୍ଥକ?
ଖବରକାଗଜ ଏସବୁ ନ୍ୟୁଜ ଛାପୁ ନାହିଁ, ଟଙ୍କା ନେଇ ନ୍ୟୁଜ ଛାପୁଛନ୍ତିି, ଏଇ କାରଣରୁ ସେମାନେ ଅନେକ ଲୋକଙ୍କ ପାଖକୁ ମେସେଜ ଫରଓ୍ôାର୍ଡ କରୁଛନ୍ତି । ଜଣେ ଶିକ୍ଷିତ ଲୋକଙ୍କୁ ଏ ବିଷୟରେ ପଚାରିଲି, ସେ କହିଲେ, ‘ ଓଡିଶାରେ ଏକ ରାଜନେଢତିକ ଘଟଣା ଘଟିଲେ, କୋଉ କାଗରେ କିଭଳି ଭାବେ ତାହା ପ୍ରକାଶ ପାଇବ, ସେକଥା କାଗଜ ନଦେଖି କହିଦେଇ ପାରିବେ । ଦିନେ ସକାଳୁ ସେ ମଧ୍ୟ ନିଜ ଯୁକ୍ତିର ସତ୍ୟତା ମୋତେ ପରୀକ୍ଷ କରିଦେଖେଇ ଦେଲେ । ସେ କହିବା କଥଶ ହେଲା କେଉଁଟା ଫେକନ୍ୟୁଜ ଓ କେଉଁଟା ଠିକ ନ୍ୟୁଜ ତାହା ଆମେ ଜାଣି ପାରୁ । ଖବରକାଗଜଟି ଅବିଶ୍ୱାସ ଏବଂ ନିଜ ଉପରେ ପୁରା ବିଶ୍ୱାସ- ଏଇଭଳି ଦୁଇ ପ୍ରକାର ନୀତି ଆମର ।
ରାଜନୀତିଞମାନେ କହନ୍ତି,୨୦୧୪ ମସିହା ନିର୍ବାଚନରେ ବିଜେପି ଫେକନ୍ୟୁଜ ପ୍ରଚାର କରି ସହଜରେ କ୍ଷମତାକୁ ଫେରିଲା । ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ଅନେକ ଖବର ଏବେ ମୋବାଇଲରେ ମେସେଜ ଭାବେ ଆସୁଛି । ଫେସବୁକରେ ବିଜେପି ନେତାଙ୍କ ସରକାରୀ ବିରୋଧୀ ପ୍ରଚାର ଓ ଲୋକଙ୍କ ମନରେ ଆବେଗ ସୃଷ୍ଟି ଗଲା ଭଳି କଥା, ଏହାକୁ ପ୍ରମାଣିତ କରୁଛି । ଫେସବୁକରେ କିଏ କେଉଁ ଫଟୋକୁ ସେୟାର କରୁଛି, ଲାଇକ କରୁଛି, କମେଂଟ କରୁଛି, ତ ଉପରେ ନଜର ରଖିଛନ୍ତି ନେତା । ଅଧିକ ଲାଇକ ମାନେ ସେମାନେ ମନେ କରୁଛନ୍ତି, ଅନେକ ଲୋକଙ୍କୁ ସେମାନେ ନିଜ ମତବାଦ ଭିତରଗୁ ଟାଣି ଆଣିଛନ୍ତି । ଏହାପରେ ଆରମ୍ଭ ହୁଏ ଦଳର ରାଜନୀତି ନେଇ ଚର୍ଚା । ଅଧିକରୁ ଅଧିକ ଖବର ତାଙ୍କ ପାଖକୁ ପଠାଯାଏ । ଅଧିକରୁ ଅଧବକ ଲୋକଙ୍କ ପାଖକୁ ତାହାକୁ ଫରୱାର୍ଡ କରିବାକୁ କୁହାଯାଏ । ଏମିତିଭାବେ ଆଗରୁ ଯେଉଁମାନେ ଅରାଜନୈତିକ ଲୋକଥିଲେ, ସେମାନଙ୍କୁ ହିନ୍ଦୁତ୍ୱ,ଜାତୀୟତାର ନ୍ୟୁଜ ପଢେଇ ନିଜ ମତବାଦ ଭିତରକୁ ଟାଣି ଆଣୁଛନ୍ତି । ‘ଫେକନ୍ୟୁଜ’ ଏବେ କେବଳ ଭୁଲ ଖବର ନୁହେଁ,ରାଜନୈତିକ ସମ୍ବାଦର ଶାରିତ ଅସ୍ତ୍ର । ଅନେକ ଏହାକୁ କହୁଛନ୍ତି, ହିନ୍ଦୁତ୍ୱବାଦୀ, ଦକ୍ଷିଣପନ୍ଥୀ ରାଜନୀତିର ଅସ୍ତ୍ର ।
ତେବେ ଅନେକ ଯୁକ୍ତି ବାଢିପାରନ୍ତି,ବିଜେପି କଣ ପାଇଁ ‘ଫେକନ୍ୟୁଜ’କୁ ନିଜର ରାଜନୈତିକ ଅସ୍ତ୍ର କଲା? ମୂଳକଥା ହେଲା ରଜନୈତିକ ଦଳଗୁଡିକ ଭିତରେ ‘ଆଇଟିସେଲ’ ପ୍ରଥମେ ପ୍ରତିଷ୍ଠା କରିଥିଲା ବିଜେପି । ହିନ୍ଦୁତ୍ୱବାଦୀ, ଜାତୀୟତା ଭଳି ଦକ୍ଷିଣପନ୍ଥୀ ସମ୍ବାଦ ଅନେକ ଖବରକାଗଜ ପ୍ରକାଶ କରନ୍ତି ନାିହଁ । ତେବେ ଦକ୍ଷିଣପନ୍ଥୀ ଜାତୀୟତା ଆବେଗକୁ ଲୋକମାନଙ୍କ ମଧ୍ୟରେ ପହଂଚାଇବାକୁ ବିଜେପି ଏହାକୁ ଏକ ମାଧ୍ୟମ ଭାବରେ ନେଇଥିଲା । ଏଥିରେ ବିଜେପି ସଫଳ ହୋଇଛି ।
ଗୋଟାଏ କଥା ଏଠାରେ କୁହାଯାଇପାରେ । । ୨୦୧୨ ମସିହାରେ କଂଗ୍ରେସ ଯଦି ନିଜର ଏକ ‘ଆଇଟିସେଲ’ ପ୍ରତିଷ୍ଠା କରିଥାନ୍ତା ,ବଂ ତାରି ମାଧ୍ୟମରେ ‘ଫେକନ୍ୟୁଜ’ ପ୍ରେରଣ କରିଥାନ୍ତା, ତେବେ ୨୦୧୪ ମସିହା ସାଧାରଣ ନିର୍ବାଚନ କଣ ହୋଇଥାନ୍ତା, ତାହା କହିବା ମୁସ୍କିଲ ।
‘ଫେକନ୍ୟୁଜ’ କଣ? ସବୁଡାରୁ ଅଧିକ ‘ଫେକନ୍ୟୁଜ’ ହେଲା ଆମର ନୀରିକ୍ଷଣହୀନତା । ଆମର ଧାର୍ମିୟଭାବନା, ଉଗ୍ର ଜାତୀୟତାବାଦ, ସାମ୍ପ୍ରଦାୟିକତା । ,ସବୁ ଖବର ଆମେ ସବୁଠାରୁ ଅଧିକ ପାଇଥାଉ ସେସେିଆଲ ମିଡିଆରେ ।ଏଭଳି ସମ୍ବାଦକୁ ଖବରକାଗଜ ବା ଚାନେଳମାନେ ପ୍ରକାଶ କରିବାକୁ କୁଂଠା ପ୍ରକାଶ କରନ୍ତି । ଏପରି ସମ୍ବାଦରେ ସାଧାରଣ ଲୋକଙ୍କ ଭାବାବେଗକୁ ଉସକାଇ ହୁଏ । ଅନେକ କହୁଛନ୍ତି, ଭାରତରେ ଯେଉଁ ‘ଫେକନ୍ୟୁଜ’ ପ୍ରଚାରିତ ହେଉଛି,ସେଥିମଧ୍ୟରୁ ଅଧିକାଂଶ ହେ
   ସୁବାସ ଷଡଙ୍ଗୀ, ମୋ-୯୪୩୯୬୫୨୩୨୨

Leave a Reply

Your email address will not be published.