ଗୁରୁଭକ୍ତ ପୂଜା ଉତ୍ସବ ପାଳିତ

ଗୁରୁଭକ୍ତ ପୂଜା ଉତ୍ସବ ପାଳିତ

ନୟାହାଟ, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଗୁରୁଭକ୍ତ ପୂଜା ଉତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ବିଶ୍ୱବ୍ୟାପି ଭୟାବହ କରୋନା ଯୋଗୁ ଉକ୍ତ ଉତ୍ସବ ସାମାଜିକ ଦୂରତା ନିୟମ ପାଳନ କରି ଯଥା ବିଧି ରକ୍ଷା କରି କେବଳ ଆଶ୍ରମରେ ଥିବା ଅନ୍ତେବାସୀଙ୍କ ଦ୍ୱାରା ସମାପନ ହୋଇଥିଲା । ସାରା ରାଜ୍ୟରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଲକଡାଉନ୍ ସମୟରେ ଆଶ୍ରମକୁ ନ ଆସି ବିଶ୍ୱର ମଙ୍ଗଳ ତଥା ଭୟଙ୍କର କରୋନାରୁ ମୁକ୍ତି ପାଇଁ ନିଜ ନିଜ ପରିବାରରେ ରହି ଏହି ମହତ ଦିନରେ ଶ୍ରୀ ଶ୍ରୀ ଗୁରୁଦେବଙ୍କୁ ସ୍ମରଣ କରି ମହା ବିପତି ନାଶନ ନାମ ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ମହାମନ୍ତ୍ରକୁ ଜପ କରିବା ପାଇଁ ଆଶ୍ରମ ତରଫରୁ ବାବାଜୀ ଦାମୋଦର ଦାସ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଦିନ ପରି ଭୋର ୪ଟାରେ ବିଶ୍ୱର ମଙ୍ଗଳ ନିମିତ ବିଶ୍ୱଶାନ୍ତି ପ୍ରାର୍ଥନା ଓ ମଙ୍ଗଳ ଆଳତି ପରେ ଗୁରୁଦେବଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତି ବର୍ଷ ଏହି ଦିନ ବହୁ ସାଧୁସନ୍ଥ, ଭକ୍ତଙ୍କ ସମାଗମ ହେଉଥିଲା ବେଳେ ଚଳିତ ବର୍ଷ କେବଳ ଆଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ଏହା ପାଳନ କରାଯାଇଥିବା ସେବକ ପ୍ରୀତିରଞ୍ଜନ ଦାସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।

Leave a Reply

Your email address will not be published.