ଘର ସହ ପରିବାର ଲୋକଙ୍କୁୁ ପୋଡି ମାରିଦେବାକୁ ଉଦ୍ୟମ ଅଭିଯୋଗ

ଘର ସହ ପରିବାର ଲୋକଙ୍କୁୁ ପୋଡି ମାରିଦେବାକୁ ଉଦ୍ୟମ ଅଭିଯୋଗ

ପାରାଦୀପ, (ଓଏନ୍ଏସ୍): ପାରାଦୀପ ଲକ ଥାନା ଅଧିନରେ ଗତ କାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଅଭିଯୋଗ ମୂତାବକ ଚୂନ ବେଲାରୀ ଗ୍ରାମର କପିଳ ବେହେରା ଙ୍କ ପୁଅ କୈଳାସ ବେହେରା ଙ୍କ ପରିବାର ନିଘଡ ନିଦ୍ରାରେ ଶୋଇଥିବା ବେଳେ ସ୍ଥାନୀୟ ଅଂଚଳର ୪/୫ ଜଣ ଯୁବକ ବାହାର ପଟୁ ନିଅାଁ ଲାଗାଇ ଦେଇଥିବା ଅଭିଯୋଗ କରିଛନ୍ତି । ରାତ୍ର ୧୨ ଟାରୁ ୧ ଟା ମଧ୍ୟରେ ତାଙ୍କ ଗ୍ରାମର ସୁଶିଳ ବେହେରାଙ୍କ ପୁଅ ଜୀବନ ବେହେରା ଏବଂ ସଲିଳ ବେହେରାଙ୍କ ପୁଅ କିସାନ ବେହେରା(ଗୁଲିଆ) ଚାଳ ଛପର ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି । ନିଆଁର ପ୍ରକୋପରେ ଘର ମଧ୍ୟରେ ଥିବା ଲୋକ କବାଟ ଭାଙ୍ଗି ବାହାରକୁ ଆସିଥିବା ଉଲ୍ଲେଖ କରିଛନ୍ତି । ଘରୁ ବାହାରି ଦେଖିଥିଲେ ଜୀବନ ଏବଂ ଗୁଲିଆ ଙ୍କ ସହିତ ୪/୫ ଜଣ ଯୁବକ ଘର ନିକଟ ରାସ୍ତା ଉପରେ ମଟର ସାଇକେଲ ଉପରେ ବସି ସିଗାରେଟ୍ ଟାଣୁଥିଲେ । ହଠାତ୍ ଗୁଲିଆ କହିଥିଲା ମୁଁ ବୋପାର ଛୁଆ କହିଥିଲି ତୋ ଘର ପୋଡି ଦେବା ପାଇଁ ତାହା କଲି । ଜୀବନ କହିଥିଲା ଆଜି ଫିଲ୍ମ ଦେଖିଲୁ କାଲି ରାତିକୁ ତୋର ମୁଣ୍ଡ କଟା ହେବ ତୋ ସ୍ତ୍ରୀ ଫିଲ୍ମ ଦେଖିବ । ଏତିକି କହି ସେମାନେ ସେଠାରୁ ଚାଲି ଯାଇଥିଲେ । ପଡିଶା ଲୋକ ଦମକଳ ବିଭାଗକୁ ଫୋନ କରିଥିଲେ । ଗାଡି ପହଁଚିବା ବେଳକୁ ଘର ସହିତ ସମସ୍ତ ଆସବାବ ପତ୍ର କୋଡିଏ ହଜାର ଟଙ୍କା,ମୋଟର ସାଇକେଲ ,ଟିଭି ଏବଂ ଖାଦ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ତେଣୁ ଆଜି ସେ ଥାନାର ଦ୍ୱାରସ୍ଥ ହୋଇ ଏଫଆଇଆର ପ୍ରଦାନ କରି ନ୍ୟାୟ ଭିକ୍ଷା କରିବା ସହିତ ପରିବାରକୁ ସୁରକ୍ଷା ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଖବର ଲେଖା ହେବା ବେଳକୁ ପୁଲିସ ଠାରୁ ତଥ୍ୟ ନେବାରେ ଜଣା ପଡିଛି ଅଭିଯୋଗ ହୋଇଥିବା ଯୁବକମାନେ ଫେରାର ଅଛନ୍ତି । ମାମଲା ଋଜୁ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଲକ୍ ଥାନାର ସବ୍ ଇନ୍ସପେକ୍ଟର ଡି. ସେଠୀ ।

Leave a Reply

Your email address will not be published.