ଚନ୍ଦ୍ରଶେଖରପୁର ଥାନାରେ ସମ୍ବର୍ଦ୍ଧନା ଉତ୍ସବ: ପୋଲିସ ବର୍ଦ୍ଦିରେ ମୋତେ ମୃତୁ୍ୟ ସ୍ପର୍ଶ କରୁ
ଭୁବନେଶ୍ୱର, (ଓଏନ୍ଏସ୍): ଚନ୍ଦ୍ରଶେଖରପୁର ଥାନା ଅଭ୍ୟର୍ଥନା ଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଏସିପି ରବିନ୍ଦ୍ର ଶତପଥିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏବଂ ତାଙ୍କ ସ୍ଥାନରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ତରୁଣ ଦାସଙ୍କୁ ସୁସ୍ୱାଗତ କରା ଯାଇଥିଲା । ବିଦାୟୀ ଏସିପି ସଂପୂର୍ଣ୍ଣ ଭାବ ବିହ୍ୱଳ ହୋଇ ଅଙ୍ଗେ ଲିଭାଇଥିବା କଥାକୁ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଜଣେ ଅଫିସର ଜନସାଧାରଣଙ୍କ ସହିତ ମିଶି କାମ କରିପାରିଲେ ତାଙ୍କ ଉପରେ ଲୋକଙ୍କ ଆସ୍ତା ରହିବ ଓ ସେ ବିଶ୍ୱାସର ପାତ୍ର ହୋଇପାରିବେ । ମୁଁ ମୋ କର୍ମକ୍ଷେତ୍ରକୁ ସବୁବେଳେ ନିଜର ପରିବାର ଭଳି ଭାବେ । ଏଠି ସେଠି ଯେଉଁଆଡେ ଗଲେବି ମୋ ପାଇଁ ସବୁ ସମାନ । କର୍ମ ହେଉଛି ଭଗବାନ । ମୁଁ ଚାହେଁ ପୋଲିସ ବର୍ଦ୍ଦିରେ ମୋତେ ମୃତୁ୍ୟ ସ୍ପର୍ଶକରୁ, ତାହାହିଁ ହେବ ମୋର ଶେଷଇଚ୍ଛା । ସେ ଆହୁରି ମଧ୍ୟ କହିଥିଲେ ହକି ବିଶ୍ୱକପ୍ ଆମପାଇଁ ଚ୍ୟାଲେଞ୍ଜ ଥିଲା ଯାହାକୁ ଆମେ ସୂଚାରରୂପେ ଲିଭାଇଛୁ । ଦିପକ ମିଶ୍ରଙ୍କୁ ଶ୍ରେଷ୍ଠ ଆରକ୍ଷୀ ଅଧିକାରୀ ପୁରସ୍କାର ମିଳିଥିବାରୁ ମୁଁ ଖୁସି । ନୂତନ ଏସିପି ତାଙ୍କ ଅଭିଭାଷଣରେ କହିଥିଲେ ଚନ୍ଦ୍ରଶେଖରପୁର ଭାଇଚାରର ଅଂଚଳ । ଏଠାରେ ମୁଁ ସମସ୍ତଙ୍କ ସାହାଯ୍ୟ ସହଯୋଗରେ ମୋ କାର୍ଯ୍ୟ ନିର୍ବାହ କରିବି ବୋଲି ମୋର ଆଶା ଓ ବିଶ୍ୱାସ । ଥାନା ଅଧିକାରୀ ଦୁଇ ଜଣଙ୍କୁ ଫଟୋଚିତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ସମାଜସେବୀ ଇଂ ଦିଲ୍ଲିପ ସାହୁ, ମିହିର କୁମାର ରାଉତଙ୍କ ସହିତ ବିଭିନ୍ନ ସଂଗଠନର କର୍ମକର୍ତାମାନେ ଯୋଗ ଦେଇ ସ୍ୱମର୍ଦ୍ଧନା ଜ୍ଞାପନ କରିଥିଲେ ।