ଟ୍ରକ ଠାରୁ ବସରେ ଅଧିକ ମାଲ ପରିବହନ!

ଟ୍ରକ ଠାରୁ ବସରେ ଅଧିକ ମାଲ ପରିବହନ!

ଯାତ୍ରୀବାହୀ ବସରେ ସିଟ୍ ଖୋଲାଯାଇ ମାଛ ଶୁଖୁଆ ଲଦାଯାଉଛି: ଯାତ୍ରୀ ହନ୍ତସନ୍ତ
ଭୂତମୁଣ୍ଡାଇ, (ଓଏନ୍ଏସ୍): ଯାତ୍ରୀଙ୍କ ଜୀବନ ସହିତ ଖେଳ ଖେଳି ବେଧଡକ ଭାବେ ବିଭିନ୍ନ ସାମଗ୍ରୀ ଲଦି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଦୂରନ୍ତ ଗାଡିର ମାଲିକ ମାନେ । ସେଥି ପ୍ରତି ପରିବହନ ବିଭାଗ ତଥା ପ୍ରଶାସନ ଆଖି ବୁଜି ଦେଇଛି । ମୋଟା ଅଙ୍କର ଉକେôାଚ କାରବାର ହୋଇ ମାଲବାହୀ ଗାଡିରେ ଟ୍ରକ ଭଳିମାଲ ନେବା ଆଣିବା ଚାଲିଛି । ଦୂର୍ଗନ୍ଧ ଯୁକ୍ତ ସୁଖୁଆ ଠାରୁ କ୍ଷୀପ୍ର ପ୍ରଜ୍ଜୋଳନ କ୍ଷମ କେମିକାଲ ଯାତ୍ରୀବାହୀ ଗାଡିରେ ନେବା ଆଣିବା ଚାଲିଛି । ସ୍ଥାନୀୟ ପୁଲିସ , ଆରଟିଓ , ଜିଲ୍ଲା ପ୍ରଶାସନ ସବୁ ଯାଣୁଛି ନିରବ ରହିବାର କାରଣ ବୁଦ୍ଧିଜୀବୀଙ୍କୁ ଚକିତ କରିଛି । ଯଦି ଦୈବାତ୍ ବଡଧରଣର ଦୂର୍ଘଟଣା ଘଟି ଧନ ଜୀବନ ନଷ୍ଟ ହୁଏ ତେବେ ପ୍ରଶାସନ ପହଁଚି ଧରପଗଡ କରିବା ସହିତ କ୍ଷତିଗ୍ରସ୍ଥଙ୍କୁ ଆଶ୍ୱସନା ପ୍ରଦାନ କରେ । ହେଲେ ଏଭଳି ଭାରସାମ୍ୟଠାରୁ ଅଧିକ ମାଲ ଲୋଡ କରି ସରକାରୀ ନୀୟମକୁ ଖୋଲା ଚ୍ୟାଲେଞ୍ଜକରି ଯାତ୍ରୀ ବାହୀ ଗାଡିରେ ମାଲ ଲୋଡ କରିଥିବା ଗାଡି ଗୁଡିକ ପ୍ରତି କାହିଁକି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଂଚଳର ପ୍ରଦୀପ ପଲେଇ, ଜଗନ୍ନାଥ ନାୟକ, ଗୁରୁ ଚରଣ ମଲ୍ଲିକ, କିଶୋର ନାୟକ, ଅକ୍ଷୟ ରାଉତ ପ୍ରମୁଖ । ଘଟଣାକ୍ରମ ଅନୁସାରେ ଦୈନିକ ପାରାଦୀପ ଅଂଚଳରୁ କଲିକତା ତଥା ଦିଘା କାନ୍ଥିକୁ ଯାଉଥିବା ଯାତ୍ରୀବାହୀ ବସ୍ ଗୁଡିକ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ କୁ ଖୋଲି ମାଛ ଶୁଖୁଆ ଲୋଡ କରି ଯାତ୍ରା କରୁଥିବାର ଦେଖା ଯାଇଛି । ସକାଳ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ଆରମ୍ଭ ହୋଇ ଯାଉଛି ଗାଡିରେ ଆମିଶ ଦ୍ରବ୍ୟ ଲୋଡିଂ । ଆଗଧାଡିରେ କିଛି ଯାତ୍ରିଙ୍କୁ ବସାଇ ପଛକୁ ଲୋଡ ହେଉଛି ଦୂର୍ଗନ୍ଧପୂର୍ଣ୍ଣ ଶୁଖୁଆ । ଏହି ଗାଡି ଗୁଡିକ ସକାଳେ ଲକପଡା ,ସୁଖୁଆ ଖଳା ଅଂଚଳରୁ ଗାଡି ଉପରେ ପ୍ରାୟ ୮/୧୦ ଫୁଟ ଉଚ୍ଚର ମାଲ ଲୋଡ କରି ସହର ମଧ୍ୟକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳୁଛି । ସଂଧ୍ୟା ସମୟରେ ଗାଡି ବାହାର ରାଜ୍ୟକୁ ଯାତ୍ରା କରୁଛି । ଦୂରସ୍ଥାନକୁ ଯିବାପାଇଁ ବସ୍ରେ ବସିଥିବା ଅଳ୍ପ ସଂଖ୍ୟକ ଯାତ୍ରୀ ଗନ୍ଧରେ ନାହିଁ ନଥିବା ହିନସ୍ତା ହେଉଛନ୍ତି । ପ୍ରତିବାଦ କଲେ ବସ୍ କର୍ମଚାରୀଙ୍କଠାରୁ କଟୁଭାଷା ସୁଣିବାକୁ ମିଳୁଛି । କହୁଛନ୍ତି ଗଲେ ଯାଅ ନଚେତ ନାହିଁ । ଆମେ ଗାଡି ଭଡା ଉଠାଇବୁ ନାଁ ତୁମକୁ ଖାଲି ବୋହୁଥିବୁ । ଏହି ବାବଦରେ ବସ୍ ଷ୍ଟାଫ୍ଙ୍କ ମତ ନେବାରେ କୁହନ୍ତି ଯାତ୍ରୀଙ୍କ ଠାରୁ ମାଲ ନେଲେ ଭଲ ଦି ପଇସା ହେଉଛି । ଆମେ ଛାଡିବୁ କାହିଁକି? ଏଠାରେ ସୂଚନା ଯୋଗ୍ୟ ଯେ, ଯାତ୍ରୀବାହୀ ଗାଡି ଗୁଡିକରେ କଲିକତାରୁ ଉଚ୍ଚ ପ୍ରଜ୍ୱୋଳନଶୀଳ କେମିକାଲ ଭର୍ତୀ ଜାରକିନ ଆସୁଥିବାରୁ ଅନେକ ଯାତ୍ରୀ ନିଜକୁ ସୁରକ୍ଷିତ ମନେ ନ କରି ପ୍ରତିବାଦ କରିଥିଲେ ଯାହା ସେହି ସମୟରେ ଗଣମାଧ୍ୟମ ଦ୍ୱାରା ତଥ୍ୟ ପ୍ରକାଶିତ ହୋଇଥିଲା । ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଫଳରେ ବର୍ତମାନ ତାହା ଲୁଚାଇ ଚୋରାଇ ଚାଲିଛି । ଜନସାଧାରଣଙ୍କ କହିବା କଥା ଅଧିକ ମୋଟର ଯାନ ଟ୍ୟାକ୍ସ ଭରି ଅପେକ୍ଷା କରି ରହିଥିବା ପରିବହନକାରୀ ଗାଡି ଯଥା ପିକପ୍ଭ୍ୟାନ, ଟ୍ରକ ଗୁଡିକ ଭଡା ନପାଇବାରୁ କିସ୍ତି ପଇଠ କରି ନ ପାରି ମୁଣ୍ଡରେ ହାତ ଦେଇ ବସୁଛନ୍ତି । ଅଥଚ ଯାତ୍ରୀ ପରିବହନ କରିବାକୁ ସ୍ୱୀକୃତୀ ପାଇଥିବା ଯାନ ଗୁଡିକ ଯାତ୍ରୀ ବଦଳରେ ଆବଶୟକତା ଠାରୁ ଅଧିକ ମାଲ ପରିବହନକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ ନିଶ୍ଚିନ୍ତ ଅଧିକ କର ବାଟମାରଣା ହେଉଥିବା ସ୍ୱଭାବିକ । ଯାତ୍ରୀ ବାହୀ ଯାନରେ ସର୍ବାଧିକ କେତେ ମାଲ ପରିବହନ ହେବା ଆବଶ୍ୟକ ତାହା ପ୍ରକୃତ ଯାନ୍ଚ ହେବା ବିଧେୟ । ତେଣୁ ପରିବହନ କର୍ତୃପକ୍ଷ ତଥା ପ୍ରଶାସନ ତୁରନ୍ତ ଏଥିପ୍ରତି କଡା ଅଭିମୁଖ୍ୟ ଗ୍ରହଣ କଲେ ଅଧିକ କର ଆଦାୟ ହେବା ସହିତ ଯାତ୍ରୀମାନଙ୍କର ସୁରକ୍ଷୀତ ଯାତ୍ରା ସମ୍ଭବ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published.