ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ:ଓଡିଶାରେ ଜବରଦସ୍ତ ପ୍ରଭାବ

ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ:ଓଡିଶାରେ ଜବରଦସ୍ତ ପ୍ରଭାବ

ବିଭିନ୍ନ ଟ୍ରେଡ ୟୁନିୟନ ଫେଡେରେସନର ମିଳିତ ଡାକରାରେ ୪୮ ଘଂଟିଆ ଭାରତ ବନ୍ଦ ଡାକରାର ପ୍ରଭାବ ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ସହରରେ ଦେଖିବାକୁ ମିଳିଛି । ଖାଲି ବିଭିନ୍ନ ସରକାରୀ ଉଦ୍ୟୋଗ ନୁହେଁ, ବ୍ୟାଙ୍କ ବନ୍ଦ ରହିବା ସହିତ ଟ୍ରେନ ଚଳାଚଳ ମଧ୍ୟ ବନ୍ଦଥିଲା । ବିଭିନ୍ନ ସଂଗଠନଗୁଡିକ ପକ୍ଷରୁ ରାଜରାସ୍ଥାକୁ ଅବରୋଧ କରାଯିବା ସହ ପିକେଟିଂ କରାଯିବା ଫଳରେ ବସ, କାର ଇତ୍ୟାଦି ଚାଲି ପାରି ନଥିଲା । ଟ୍ରେନ ବନ୍ଦ କରାଯାଇଥିଲା । ଖାଲିଭୁବନେଶ୍ୱର ନୁହେଁ ଜଟଣୀ, ବ୍ରହ୍ମପୁର, କଟକ, ବାଲେଶ୍ୱର ଷ୍ଟେସନରେ କର୍ମୀମାନେ ରେଳକୁ ଅଟକାଇଥିଲେ । ରାସ୍ତା ୁପରେ ଟାୟାର ଜାଳି ଅବରୋଧ କରାଯିବାରୁ କେବଳ ଟୁ ହୁଇଲରକୁ ଛାଡି ଅନ୍ୟ କୌଣସି ଗାଡି ଚଳାଚଳ କରିପାରି ନଥିଲା । ବସ ବନ୍ଦ ଥିଲା । ଦୋକାନ ବଜାର ବନ୍ଦ ରହିଥିଲା । ତେବେ ଏଇ ବନ୍ଦ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣଥିଲା ।
ବିଭିନ୍ନ ଶ୍ରମିକ ସଂଗଠନଗୁଡିକ ପକ୍ଷରୁ ବାରଦଫା ଦାବି ନେଇ ଏଇ ଭାରତ ବନ୍ଦ ଡାକରା ଦିଆଯାଇଛି । ମୋଦି ସରକାର ତାର ପ୍ରତିଶୃତିକୁ ଠିକଭାବେ ପାଳନ କରି ନାହିଁ । ବର୍ଷକୁ ଦୁଇକୋଟି ଚାକିରି ଦେବାକୁ ପ୍ରତିଶୃତି ଦେଇଥିବା ମୋଦି ସରକାର କାହାକୁ ଚାକିରି ଦେଇ ନାହିଁ ବୋଲ ିବିଭିନ୍ନ ନେତାମାନେ ପ୍ରକାଶ କରିଛନ୍ତି ।
ଏଠାରେ ପ୍ରକାଶ କରାଯାଇପାରେ ଯେ ଏଇ ଭାରତ ବନ୍ଦ ଡାକରାରେ ବିଜୁ ଶ୍ରମିକ ସାମୁଖ୍ୟ ମଧ୍ୟ ଯୋଗ ଦେଇଚି । କେବଳ ବିପେି ସମର୍ଥିତ ଟ୍ରେଡ ୟୁନିୟନକୁ ଛାଡି ଦେଲେ, ଅନ୍ୟ ସବୁଟ୍ରେଡ ୟୁନିୟନ ଏହ ଭାରତ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଓଡିଶାର ବିଭିନ୍ନ କଳକାରଖାନା ଥିବ ସହର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।
ସରକାରଙ୍କୁ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ବନ୍ଦକୁ ଆଖିଆଗରେ ରଖି ଆଜି ସବୁ ସ୍କୁଲ କଲେଜକୁ ଆଗୁଆ ଛୁଟି ଘୋଷଣା କରାଯାଇଥିଲା । ବିଭିନ୍ନ ସରକାରୀ ଅଫିସ ଗୁଡିକ ଖୋଲା ରଖିବା ପାଇଁ ସରକାର ସେମାନଙ୍କ କର୍ମଚାରୀମାନଙ୍କୁ ବେଳାବେଳି ଅଫିସ ଆସିବାକୁ ପରାମର୍ଶ ଦେଇଥିଲେ । କେବଳ ଜେଇଇ ମେନ ପରୀକ୍ଷାକୁ ଛାଡି ଆଉ ସବୁ ପରୀକ୍ଷାକୁ ବାତିଲ କରି ଦିଆଯାଇଥଲା । ଜେଇଇ ମେନ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ବହୁ ହଇରାଣର ସମୁଖୀନ୍ନ ହେବାକୁ ପଡିଥିଲା । ସେଇପରି ପର୍ଯ୍ୟଟକମାନେ ମଧ୍ୟ ସେମାନଙ୍କ ଘରକୁ ଫେରି ନପାରି ଷ୍ଟେସନ ଓ ବସ ଷ୍ଟାଣ୍ଡରେ ଅପେ୪ା କରି ରହିଥିବାର ଦେଖାଯାଇଥିଲା ।

Leave a Reply

Your email address will not be published.