ଧର୍ମଗଡ ବିଧାନସଭା ଆସନରେ ଓବିସି ଶ୍ରେଣୀର ପ୍ରାର୍ଥôଙ୍କୁ ସୁଯୋଗ ଦେବାକୁ ଦାବୀ
କଳାହାଣ୍ଡି, (ଓଏନ୍ଏସ୍): କଳାହାଣ୍ଡି ଜିଲ୍ଲାରେ ଓବିସି ସଂଖିାଧିକ ଥିବା ଦର୍ଶାଇ ଅନ୍ତତଃ ପକ୍ଷେ ଧର୍ମଗଡ ବିଧାନସଭା କ୍ଷେତ୍ରରେ ଓବିସି ପ୍ରାର୍ଥôଙ୍କୁ ସୁଯୋଗ ଦେବା ପାଇଁ ଓବିସି ମହଲରେ ଦୃଢ ଦାବୀ ହେଉଛି । ଧର୍ମଗଡ ବ୍ଲକ ଅଧିନସ୍ଥ ବୋଡେନସ୍ଥିତ ହାଇସ୍କୁଲ ପଡିଆଠାରେ ସମାଜସେବୀ ସୁଧାନିଧି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଳାହାଣ୍ଡି ଓବିସି ଶ୍ରେଣୀର କାର୍ଯ୍ୟକର୍ତାମାନଙ୍କ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ସମାଜର ପଛୁଆବର୍ଗ ଲୋକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ସମଗ୍ର କଳାହାଣ୍ଡି ଜିଲ୍ଲାରେ ପଛୁଆ ବର୍ଗର ଭୋଟର ସଂଖ୍ୟା ସର୍ବାଧିକ ହୋଇଥିବା ବେଳେ ବିଶେଷ କରି ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ପଛୁଆବର୍ଗର ଭୋଟର ହିଁ ବିଧାୟକ ନିର୍ବାଚନରେ ଗୁରୁତ୍ୱ ବହନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ପଛୁଆବର୍ଗର ଭୋଟ ବେଙ୍କ ହାତେଇ ନିର୍ବାଚନ ବୈତରଣୀ ପାର ହେବା ଲାଗି ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଜଣେ ପଛୁଆବର୍ଗର ପ୍ରାର୍ଥôଙ୍କୁ ସୁଯୋଗ ଦେବାକୁ ବୈଠକରେ ଦାବୀ ହୋଇଥିଲା । ସମାଜସେବୀ ସୁଧାନିଧି ତୃଣମୂଳ ସ୍ତରରୁ ସବୁବେଳେ ଲୋକଙ୍କ ସହିତ ସୁଖଦୁଃଖର ସାଥି ହୋଇ ରହି ଆସିଥିବା ବେଳେ ପଛୁଆବର୍ଗରେ ସୁଧାନିଧି ନାଏକଙ୍କ ପ୍ରତି ସମସ୍ତଙ୍କ ଆସ୍ଥା ରହିଥିବା ଉଚ୍ଛ ପ୍ରକାଶ ପାଇଥିଲା । ଏପରିକି ସୁଧାନିଧିଙ୍କୁ ଯେକୌଣସି ଦଳରେ ପ୍ରାର୍ଥô କରାଗଲେ ସମସ୍ତ ପଛୁଆବର୍ଗର ଲୋକେ ସମର୍ଥନ ଜକଣାଇବେ ବୋଲି ମଧ୍ୟ ମତପ୍ରକାଶ ପାଇଥିଲା । ସବୁବେଳେ ପଛୁଆ ହୋଇ ରହିଥିବା ଏହି ପଛୁଆ ବର୍ଗର ମତାମତକୁ ଆଗାମୀ ଦିନରେ ଗ୍ରହଣ କରାନଗଲେ ସମସ୍ତ ପଛୁଆବର୍ଗର ଭୋଟର ମାନେ ସାମୁହିକ ଭାବେ ଭୋଟ ବର୍ଜନ କରିବାକୁ ଚରମ ଚେତାବନୀ ଦେଇଥିବା ଜଣାପଡିଛି ।