ନୀଳାଦ୍ରି ବିହାରରେ ଅପରାଜିତାଙ୍କୁ ବିପୁଳ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଆଇଏନ୍ଏସ୍): ନିଖିଳ ଓଡିଶା କର୍ମଚାରୀ ସ୍ୱାସ୍ଥ୍ୟବୀମା ହିତାଧିକାରୀ ମହାସଂଘ ଓ ନୀଳାଦ୍ରି ବିହାର ବାସିନ୍ଦାଙ୍କ ତରଫରୁ ନବ ନିର୍ବାଚିତ ଭୁବନେଶ୍ୱର ସାସଂଦ ଅପରାଜିତା ଷଢଙ୍ଗୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ନୀଳାଦ୍ରି ବିହାର ଶିଶୁ ବିଦ୍ୟାମନ୍ଦିର ଠାରେ ଉପାଦକ୍ଷ ପବିତ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ସାଂସଦ ଅପରାଜିତା ଷଢଙ୍ଗୀ ପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଲୋକ ସେବା କରିବାପାଇଁ ପଦପଦବୀର ଆବଶ୍ୟକତା ନାହିଁ, ଦୃଢ଼ ଇଚ୍ଛା ଶକ୍ତି, ସଂକଳ୍ପ, କାମ କରିବାର ସ୍ପୃହା ରହିଲେ ଜଣେ ଭଲ ସେବକ ହୋଇପାରିବ । ମୁଁ ନେତା ନୁହେଁ ସେବୀକା । ଆଗାମୀ ଦିନରେ ଭୁବନେଶ୍ୱର ସାସଦୀୟ କ୍ଷେତ୍ରରେ ଆମ୍ଭେ ସମସ୍ତେ ମିଳିମିଶି କାମ କରିବା । ଇଏସ୍ଆଇ ମହାସଂଘର ସାଧାରଣ ସଂପାଦକ ନନ୍ଦ କିଶୋର ସାହୁ ବନ୍ଦ ହୋଇଥିବା ମେଡିକାଲ କଲେଜକୁ ଚାଲୁ କରିବା ଓ ବିଭିନ୍ନ ଜନହିତକର କାର୍ଯ୍ୟକୁ ଚାଲୁ କରିବା ପାଇଁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ବୁଦ୍ଧପାର୍କ ଠାରେ ଉଦୟନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ବିଭିନ୍ନ ଅନୁଷ୍ଠାନର ମୁଖ୍ୟ ଓ ବ୍ୟକ୍ତି ବିଶେଷଙ୍କୁ ସାଂସଦଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଏମାନଙ୍କ ମଧ୍ୟରେ କ୍ଷୁଦ୍ର ବ୍ୟବସାୟୀ ଲବଣୀ ବେହେରା, ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଇ.ଏସ୍.ଆଇ ଶିଶୁ ରୋଗ ବିଶେଷଜ୍ଞ ତଥା ଯୁଗ୍ମ ନିଦେ୍ର୍ଦଶକ ଡ. ଅରବିନ୍ଦ ମହାନ୍ତି, ଗୁରୁ କେଳୁଚରଣ ପାର୍କର ସଭାପତି ଅକ୍ଷୟ କୁମାର ପାଣି, ଉପସଭାପତି ରଶ୍ମିତା ପଟ୍ଟନାୟକ, ଭାରତୀୟ ରେଲୱେ ମଜଦୁର ସଂଘର ମହାମନ୍ତ୍ରୀ ସଚ୍ଚି ବିଶ୍ୱାଳ, ସିଟିଜେନ ଫୋରମ୍ର ପ୍ରଫେସର ଡ. ସୁରେନ୍ଦ୍ର ମୋହନ ମିଶ୍ର, ଯୋଗସଂସ୍ଥାର ମୁଖ୍ୟ ଯତୀନ୍ଦ୍ର ପ୍ରଧାନ, ରାଜ୍ୟ ସୈନିକ ବୋର୍ଡର କାର୍ଯ୍ୟକର୍ତା ଯୋଗେନ୍ଦ୍ର ସ୍ୱାଇଁ, କବିତା ବିଶ୍ୱାଳ, ସ୍ୱେଚ୍ଛାସେବୀ ଦାମୋଦର ବେହେରା, ଉଦୟ ନାଥ ସାହୁ, ଯୁବ ସଂଗଠକ ଲଳିତ କୁମାର ସାହୁ, ସଂପାଦକ ଇନ୍ଦ୍ରମଣି ଷେଣ୍ଡ୍ ଏବଂ କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ବେହେରା, ଦେବାଶିଷ ପରିଡା, ସଂଗଠକ ଦେବାଶିଷ ନାୟକ ଓ ଆଶିଷ ମହାପାତ୍ରଙ୍କୁ ସମ୍ବର୍ଦ୍ଧର୍ିତ କରାଯଇଥିଲା । ଆଗାମୀ ଦିନରେ ସଂଗଠନର କାର୍ଯ୍ୟକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରାଯିବ ବୋଲି ସାଂସଦ ମହାଶୟା ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଏନ୍ଏ ଆଇଟିର ନିଦେ୍ର୍ଦଶକ ଦେବାଶିଷ ପରିଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲୋ