କମ୍ପୁ୍ୟଟର, ହାର୍ଡଡିକ୍ସ, ପ୍ରିଂଟର ଜବତ
ପାରାଦ୍ୱୀପ,(ଆଇଏନ୍ଏସ୍): ରେଲ୍ୱେ ୱେବ ସାଇଟ୍ କୁ ହ୍ୟାକିଂ କରି ଅଗ୍ରିମ ଟିକେଟ ବୁକିଂ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗରିଫ କରିଛି ପାରାଦ୍ୱୀପ ରେଳ ସୁରକ୍ଷା ବଳ (ଆରପିଏଫ୍) । ଖବରରୁ ପ୍ରକାଶ ଯେ, ଯାତ୍ରୀଙ୍କ ଅଗି୍ରମ ଟିକେଟ୍ ବୁକିଂ ପାଇଁ ରେଳ ବିଭାଗ ପକ୍ଷରୁ ୱେବ୍ ସାଇଟ୍ ମାଧ୍ୟମରେ ଟିକେଟ୍ ବିକି୍ରର ବ୍ୟବସ୍ଥା ରହିଛି । କିନ୍ତୁ କିଛି ଦୁର୍ବୁତ ହ୍ୟାକର୍ ରେଲୱେ ୱେବସାଇଟ୍ ହ୍ୟାକିଂ କରାଯାଉଥିôବା ଅଭିଯୋଗ ପାଇ ରେଳ ବିଭାଗ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଏହା ପରଠାରୁ ପାରାଦ୍ୱୀପ ରେଲୱେ ପୋଲିସ ସତର୍କ ରହିଥିଲା ଓ ୱେବ୍ସାଇଟ୍ ହ୍ୟାକିଂ କରୁଥିବା ଦୁର୍ବୁତଙ୍କ ଉପରେ କଡା ନଜର ରଖିଥିଲା । ତେବେ ଏହି ଅନୁସନ୍ଧାନ ରୁ ସୁରାକ ପାଇ ଭୁବନେଶ୍ୱର ଆଇପିଏଫ୍ ସାଇବର ସେଲ, ଖୋର୍ଦ୍ଧା ରୋଡ୍ କ୍ରାଇମ୍ ବ୍ରାଂଚ ଓ ପାରାଦ୍ୱୀପ ରେଲ୍ୱେ ପୋଲିସ ଟିମ୍ ଅଗଷ୍ଟ ୩୦ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳର ଓଉପଦା ଗ୍ରାମରେ ଚଢଉ କରି ଜଣେ ହ୍ୟାକର ବିକ୍ରମ କୁମାର ମଲ୍ଲିକ କୁ ଗିରଫ କରିଛି । ପୋଲିସ ବିକ୍ରମକୁ ଗିରଫ କରିବା ସହ ଦୀର୍ଘଦିନ ହେବ ଏକ ବେଆଇନ ସଫ୍ଟୱେର ରିଏଲ ମ୍ୟାଙ୍ଗୋକୁ ବ୍ୟବହାର କରି ଅନେକ ଜାଲ୍ ଆଇଡି ତିଆରି କରି ଅଗ୍ରିମ ଟିକେଟ୍, ତକôାଳ ଟିକେଟ ବାହାର କରୁଥିଲା । ଏହି ଘଟଣାରେ ବିକ୍ରମ ସହ ଅନ୍ୟ କେହି ଅଛନ୍ତି କି ନାହିଁ, ତାହା ପୋଲିସ ଅନୁସନ୍ଧାନ କରୁଛି । ଗିରଫ ବିକ୍ରମକୁ ଆଜି ପଟ୍ଟାମୁଣ୍ଡାଇ ଜେଏମଏଫ୍ସି କୋର୍ଟକୁ ଫରୱାର୍ଡ କରାଯାଇଛି ଏବଂ ତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ପାରାଦ୍ୱୀପ ଆରପିଏଫ୍ ଅଧିକାରୀ ପଙ୍କଜ କୁମାରଙ୍କ ଠାରୁ ପ୍ରକଶ ।