ପାରାଦୀପରୁ ମାର୍ଶାଘାଇ ପର୍ଯ୍ୟନ୍ତ ଟ୍ରକ ଗୁଡିକର ଲମ୍ବା ଧାଡି!
ପୋଲ ସାଜିଛି ପାର୍କିଂ କ୍ଷେତ୍ର: ପରିବହନରେ ସୁଧାର ନ ଆସିବାରୁ ବିଭିନ୍ନ ସମୟରେ ବିକ୍ଷୋଭ
ପାରାଦୀପ, (ଓଏନ୍ଏସ୍): ପାରାଦୀପ ବନ୍ଦରକୁ ଦୈନିକ ହଜାର ହଜାର ମାଲବାହୀ ଯାନ ପଣ୍ୟ ଦ୍ରବ୍ୟ ଧରି ଚଣ୍ଡିଖୋଲ ପଟରୁ ଆସୁଛନ୍ତି । ବିଶେଷ କରି ଲୁହା ପଥର ଗୁଣ୍ଡ ଲୋଡ କରି ପାରାଦୀପ ବନ୍ଦରରେ ଖଲାସି କରୁଛନ୍ତି । ଦୁଇ ସପ୍ତାହ ତଳେ ପାରାଦୀପରେ ଗଠିତ ମିଳିତ କ୍ରୀୟାନୁଷ୍ଠାନ କମିଟି ତରଫରୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରି ନିଦେ୍ର୍ଦଶନାମା ଜାରି କରାଗଲା କୈାଣସି ମାଲବାହୀ ଟ୍ରକ ଓଭର ଟେକ୍ କରି ଯାଇ ପାରିବେ ନାହିଁ । ସମସ୍ତେ ଗୋଟିଏ ଧାଡିରେ ରହିବେ । ତେଣୁ ଗାଡି ଗୁଡିକ ଏକ ସପ୍ତାହ ହେବ ପାରାଦୀପରୁ ମାର୍ଶାଘାଇ ବଡପାଳ ଯାଏ ଲମ୍ବା ଧାଡିରେ ଛିଡା ହେଉଛନ୍ତି । ଟ୍ରକ ଗୁଡିକ ତଥା ଡ୍ରାଇଭର ମାନେ ସୁଧାର ମଣିଷ ଭଳି ଗୋଟିଏ ଧାଡିରେ ପଣ୍ୟ ଦ୍ରବ୍ୟ ଖଲାସ କରିବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହୁଛନ୍ତି । ତେଣୁ ହେଲେ ଦୁଃଖ ପରିତାପର ବିଷୟ ପୋଲ ଉପରେ ଶହଶହ ସଂଖ୍ୟାରେ ଲୁହା ପଥର ବୋଝେଇ ଟ୍ରକ ଗୁଡିକ ଏକା ସଂଘରେ ଦୀର୍ଘ ଘଣ୍ଟା କାଳ ଛିଡା ହୋଇ ରହୁଛନ୍ତି । ଯାହା ଫଳରେ ପୋଲର ଧାରଣ କରି ରଖିବା କ୍ଷମତା ଠାରୁ ଢେର ଅଧିକ ଲୋଡ ରହୁଛି । ତେଣୁ ପୋଲ ଦିନକୁ ଦିନ ଦୃବଳ ହେଉଛି ବୋଲି ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି । ପାନ ଚାହା ଦୋକାନରେ ଯାହା ଚର୍ଚ୍ଚା ହେଉଛି ଆଗରୁ ପାରାଦୀପ ଅଂଚଳର ଟ୍ରକ ମାଲିକ ମାନେ ଦାଦାଗିରି କରି ପୁଲିସକୁ ହାତଗୁଂଜା ଦେଇ ଗାଡିଗୁଡିକ ବେଆଇନ ପ୍ରବେଶ କରାଉଥିଲେ । ଏମାନଙ୍କ ଗାଡି ଶିଘ୍ର ମାଲ ଖଲାସ କରୁଥିବା ବେଳେ ଚଣ୍ଡିଖୋଲ , କେନ୍ଦୁଝର ଗାଡି ଦୀର୍ଘ ଦିନ ଅପେକ୍ଷା କରି ମାଲ ଖଲାସ କରୁଥିଲେ । ତେଣୁ ଏକ ବିଶ୍ୱସ୍ଥ ସୂତ୍ରରୁ ଯାହା ଖବର ମିଳିଛି ଗତ ସପ୍ତାହରେ କେନ୍ଦୁଝର , ବଡବିଲ ଟ୍ରକ ମାଲିକ ସଂଘ ଠାରୁ ଧମକପୂର୍ଣ୍ଣ ଖବର ପାଇ ପାରାଦୀପ ଗାଡି ମାଲିକ ମାନେ ଏଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି । ନଚେତ ପାରାଦୀପର ଗାଡି ଲୁହା ପଥର ଖାଦାନ ଅଂଚଳରୁ ମାଲ ପାଇ ପାରିବନାହିଁ ବୋଲି ଚେତାବନି ମିଳିଛି । ବନ୍ଦରର ବ୍ୟବସାୟରେ ଉନ୍ନତି ହେବା ସହିତ ଟ୍ରକ ଟର୍ମିନାଲ ସ୍ଥାପନ ହୋଇ ନ ପାରିବାରୁ ଗାଡିଗୁଡିକ ପୋଲ ଉପରେ ପାର୍କିଂ କରି ରହୁଛନ୍ତି । ପାର୍କିଂ ପାଇଁ ବନ୍ଦର ଅଦ୍ୟବଧି ସୁରକ୍ଷିତ ସ୍ଥାନ ନିର୍ଦ୍ଧାରଣ କରି ନପାରିବାରୁ ବାରମ୍ବାର ବିରୋଧର ଶୀକାର ହେଉଛି । ଗତ ସପ୍ତାହରେ ଭୂତମୁଣ୍ଡାଇ ଠାରେ ରାସ୍ତା ରୋକ କରି ପ୍ରତିବାଦ କରାଯାଇଥିଲା । ଆଜି ନଳଦିଆ ଗଡା ଠାରେ ବିଭିନ୍ନ ଦାବି ନେଇ ରାସ୍ତା ରୋକ କରାଯାଇଥିଲା । କେନ୍ଦ୍ରାପଡା ବନ୍ଦ ଡାକରାକୁ ସମର୍ଥନ ତଥା ରାସ୍ତା ଉପରେ ଦୀର୍ଘ ସମୟ ଧରି ଭାରିଯାନ ଛିଡା ହେବାରୁ ଦୂର୍ଘଟଣା ବୃଦ୍ଧି ଇତ୍ୟାଦି । ବିକ୍ଷୋଭ କାରୀମାନଙ୍କ କହିବା କଥା ବନ୍ଦର କୋଟିକୋଟି ଟଙ୍କ ରୋଜଗାର କରିବ । ପାର୍କିଂ ବ୍ୟବସ୍ଥା କରି ଗାଡି ଗୁଡିକ ସୁରକ୍ଷିତ ନ ରଖି ରାସ୍ତା ଉପରେ କାହିଁକି ଛିଡା କରି ରଖିବ । ଯାହା ଫଳରେ ସ୍ଥାନୀୟ ଅଂଚଳର ଲୋକ ତଥା ସ୍କୁଲ, କଲେଜ ପିଲା ମାନେ ଯିବା ଆସିବା କରିବାରେ ହଇରାଣ ହେବେ । ତେଣୁ ଜାତୀୟ ରାଜପଥ ପ୍ରଧିକରଣ ଅଧିକାରୀ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ତୁରନ୍ତ ପୋଲ ଉପରୁ ମାଲ ଭର୍ତି ଯାନକୁ ପାର୍କିଂ ମୁକ୍ତ କରିବାକୁ ସ୍ଥାନୀୟ ଅଂଚଳରେ ଦାବି ହେଉଛି ।