ପାରାଦ୍ୱୀପ ପୌରପରିଷଦ ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯’ରେ ସମ୍ମାନିତ

ପାରାଦ୍ୱୀପ ପୌରପରିଷଦ ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯’ରେ ସମ୍ମାନିତ

ପାରାଦ୍ୱୀପଏ (ଓଏନ୍ଏସ୍): ମହାମାନ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା କେନ୍ଦ୍ର ଓ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିଦେ୍ର୍ଦଶିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ଦକ୍ଷତା ଓ ଐକବଦ୍ଧତାର ଆର୍ଦଶତା ଆଧାରକୁ ବିଚାର ଓ ସର୍ବେକ୍ଷଣ କରାଯାଇ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ଶୈଳୀକୁ ଅନୁକରଣ କରୁଥିବା ପାରାଦ୍ୱୀପ ପୌରପରିଷଦ ସ୍ୱଚ୍ଛ ସର୍ବେକ୍ଷଣ-୨୦୧୯ ପୁରଷ୍କୃତ ହୋଇ ଓଡିଶା ରାଜ୍ୟର ପ୍ରଥମ ପୌରପରିଷଦ ଭାବେ ଗୌରଗ ଆଣି ପାରିଛି । ବିଗତ ସମୟରେ ପାରାଦ୍ୱୀପ ପୌରପରିଷଦ ସ୍ୱଚ୍ଛ ପରିମଳ ସେବା, ପଲିଥିନ ବର୍ଜନ ସୁସ୍ଥ ଜୀବନ ବୃକ୍ଷ ରୋପଣ, ବସ୍ତି ଥଇଥାନ ଓ ଜମି ଅଧିଗ୍ରହଣ ପ୍ରମାଣ ପତ୍ର, ସ୍ୱାସ୍ଥ୍ୟ ସେବା ମହାପ୍ରାଣାୟ ଓ ସ୍ୱର୍ଗପ. ପାନୀୟ ଜଳ ଯୋଗାଣ, ବିଦୁ୍ୟତ କରଣ, ବାହ୍ୟ ଶୌଚ, ମୁକ୍ତ – ପାରାଦ୍ୱୀପ ସହର, ପାର୍କ ନିର୍ମାଣ- ବିଜୁ ମିନାର, ବିଜୁ ବିଜ୍ଞାନ ପାର୍କ, ଉନ୍ନତ ମୂଳକ କାର୍ଯ୍ୟ, ଗୋଷ୍ଠୀ କେନ୍ଦ୍ର , ଆହାର ଓ ଆଶ୍ରୟ କେନ୍ଦ୍ର, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଜାତୀୟ ସହରାଞ୍ଚଳ ଜୀବିକା ମିଶନ, ଦକ୍ଷତା ବିକାଶ, ବର୍ଜବସ୍ତୁ ପରିଚାଳନା, ଭର୍ତା ବଣ୍ଟନ କାର୍ଯ୍ୟକ୍ରମ , ଭଳି ବହୁ ବିଧି ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟ ସମ୍ପାଦନ ଯୋଗୁ ଆଜି ରାଜ୍ୟର ଅଗ୍ରଣୀ ପ୍ରଥମ ସଫଳତା ସ୍ୱଚ୍ଛ ସର୍ବେକ୍ଷଣ -୨୦୧୯ ସ୍ଥାନୀତ ହୋଇଛି ଏହି ଉସôବିତ ପରିପ୍ରେକ୍ଷୀରେ ଆଜି ଏକ ଖବରଦାତା ସମ୍ମିଳନୀରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଅଧ୍ୟକ୍ଷତା କରି ପାରାଦ୍ୱୀପ ସମସ୍ତ ସଚେତନ ନାଗରିକ, ଶିକ୍ଷକଗଣ, ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ, ଅନୁଷ୍ଠାନ ପାରାଦ୍ୱୀପ ବନ୍ଦର କତୃପକ୍ଷ, ପୌର କର୍ମଚାରୀ, ସମସ୍ତ ପାରିଷଦ ବର୍ଗଙ୍କ ସହିତ ମୁଖ୍ୟ ଭାବରେ ସରକାରଙ୍କ ମୁଖ୍ୟ ଆଦେଶ ଦ୍ୱାରା ଅନୁପ୍ରାଣିତ ହୋଇଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ନିିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ନିଦେ୍ର୍ଦଶକ, ଜିଲ୍ଲାପାଳ ଜଗତସିଂହପୁର, ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷଙ୍କ ସଦୁପଯୋଗ ସହଯୋଗ, ସହାୟତା, ମାର୍ଗ ଦର୍ଶନ ଭଳି ସହଯୋଗୀତା ପାଖରେ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି, ଉପାଧ୍ୟକ୍ଷା ପ୍ରଭାତି ନାୟକ, ବିଜେଡି ନଗର ସଭାପତି ସୁମନ୍ତ ବିଶ୍ୱାଳ, ସରକାରୀ ଆଇନଜିବୀ ସୁରେଶ ଚନ୍ଦ୍ର ଦାସ ସମେତ ସମସ୍ତ ପାରିଷଦ ବୃନ୍ଦ, ସମ୍ପାଦକ ବନ୍ଧୁମାନ, ବୁଦ୍ଧିଜିବି, ସ୍ୱଚ୍ଛାସେବୀ ସଙ୍ଗଠନ ଓ ଏସ୍ଏସ୍ଜି ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.