ପାରାଦ୍ୱୀପରେ ବିଶ୍ୱ ପରିବେଶ ଦିବସ ପାଳିତ

ପାରାଦ୍ୱୀପରେ ବିଶ୍ୱ ପରିବେଶ ଦିବସ ପାଳିତ

ପାରାଦ୍ୱୀପ, (ଆଇଏନ୍ଏସ୍): ବିଶ୍ୱ ପରିବେଶ ଦିବସ ଅବସରରେ ବନ୍ଦର ସହର ପାରାଦ୍ୱୀପରେ ପାରାଦ୍ୱୀପ ବନ୍ଦର ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଶୀର୍ଷକ ଥିଲା ସନ୍ତୁଳିତ ପରିବେଶ । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ସ୍ଥାନୀୟ ଗଲଫ୍ ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ । ଏହା ପରେ ପାରାଦ୍ୱୀପ ସାକ୍ଷରତା ସମିତି ପରିସର ସମେତ ଅନ୍ୟାନ୍ୟ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଓଡିଶା ଜଙ୍ଗଲ ଉନ୍ନୟନ ନିଗମ ସହଯୋଗ ରେ ପାରାଦ୍ୱୀପ ବନ୍ଦରାଞ୍ଚଳରେ ଏକ ଲକ୍ଷ ଚାରା ରୋପଣ କରାଯିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷଙ୍କ ସମେତ ବିଭାଗୀୟ ମୁଖ୍ୟ ଅଧିକାରୀ ଓ ଓଏଫ୍ଡିସିର ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷର ଶୀର୍ଷକ ସନ୍ତୁଳିତ ପରିବେଶ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ନିର୍ବାହୀ ନିଦେ୍ର୍ଦଶକ ଟିଡିଭିଏସ୍. ଗୋପାଳକି୍ରଷ୍ଣନ୍ । ତୈଳ ଅପଚୟନକରି ଏହାର ଆବଶ୍ୟକତା ହିସାବରେ ଟ୍ରକ ଚାଳକ ମାନଙ୍କୁ ସିଡ୍ବଲ୍ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଶୋଧନାଗାର ର କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ସେହିପରି ଇଫକୋ ପାରାଦ୍ୱୀପ ୟୁନିଟ୍ ପକ୍ଷରୁ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଇଫକୋର ପାରାଦ୍ୱୀପ ୟୁନିଟ୍ ହେଡ୍ ତଥା ନିର୍ବାହୀ ନିଦେ୍ର୍ଦଶକ କେ.ଜେ.ପଟେଲ ବୃକ୍ଷରୋପଣ କୁ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ କୃଷକ ତାଲିମ୍ କେନ୍ଦ୍ର ନିକଟରେ ବୃକ୍ଷରୋପଣ ହୋଇଥିଲା । ଇଫକୋର ଅଧିକାରୀ, କର୍ମଚାରୀ, ଶ୍ରମିକ ସଂଗଠନ ର କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଚଳିତ ଆର୍ଥିକ ବର୍ଷରେ ପ୍ଳାଂଟ ପରିସରରେ ତିରିଶ ହଜାର ବୃକ୍ଷରୋପଣ କରାଯିବାର ଲକ୍ଷ୍ୟ କରାଯାଇଥିବା ଇଫକୋ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରୁ ଜଣାପଡିଛି ।

Leave a Reply

Your email address will not be published.