ପିକନିକ ହେଲା କାଳ: ହୃଦୟ ବିଦାରକ ଡଙ୍ଗା ବୁଡି ଘଟଣା

ପିକନିକ ହେଲା କାଳ: ହୃଦୟ ବିଦାରକ ଡଙ୍ଗା ବୁଡି ଘଟଣା

୯ ମୃତ ୧ ନିଖୋଜ: ହଷିଣା ଗ୍ରାମରେ ଶୋକାକୂଳ ପରିବେଶ
ମୃତୁ୍ୟ ବରଣ କରିଥିବା ଲୋକଙ୍କୁ ଦେଖି ଜଣେ ମହିଳାଙ୍କ ହୃଦଘାତ
ପାରାଦୀପ, (ଓଏନ୍ଏସ୍): ନୂଆବର୍ଷ ପାଇଁ ପିକନିକ କରିବା ନିମନ୍ତେ ଗୋଟିଏ ଭୂଟୁଭୂଟି ଡଙ୍ଗାରେ ୪୫ ଜଣରୁ ଉର୍ଦ୍ଧ ଯାଇଥିଲେ ହୁକୁଟେଲା ବତିଘର ଯାଇଥିଲେ । ଫେରିବା ବେଳେ ଯନ୍ତ୍ର ଚାଳିତ ଡଙ୍ଗାଟି ଦୂର୍ଘଟଣା ଗ୍ରସ୍ଥ ହେବା ଫଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାକ୍ରମ ଅନୁସାରେ ଆଜି କୁଜଙ୍ଗ ବ୍ଲକ ପନ୍ଦର ନମ୍ବର ହଷିଣା ଗ୍ରାମରୁ ନୂଆ ବର୍ଷର ପିକ୍ନିକ୍ କରିବା ପାଇଁ ଯାଇଥିଲେ । ଚଉମୁଷାଣି ନିକଟରୁ ପ୍ରାୟ ଦୁଇ କି.ମି ନିକଟରେ ଗଳି ନଈର କୂଳରେ ଘଟିଥିଲା ଡଙ୍ଗା ବୁଡି । ଡଙ୍ଗା ଲୋକଙ୍କ ଉପରେ ଓଲଟି ପଡିଥିଲା । ଚପି ଯାଇଥିଲେ ଅନେକ । ୫୨ ଜଣ ପିକିନିକ୍ ପାଇଁ ବାହାରି ଥିଲେବି ଡଙ୍ଗାରେ ଯାଗା ନହେବାରୁ ୭/୮ ଜଣ ଫେରି ଆସିଥିଲେ । ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରା କରିଥିଲେ । ପିକନିକ ସାରି ଫେରିବା ବେଳେ ମହାନଦୀ ମୁହାଣ ପିତାବଟ ନିକଟରେ ଗଳି ନଦୀରେ ଦୂର୍ଘଟଣାଗ୍ରସ୍ଥ ହୋଇଥିଲା ଡଙ୍ଗା । ଉଦ୍ଧାର କାର୍ଯ୍ୟ ଅନ୍ଧାର ହେବାରୁ ବ୍ୟତିକ୍ରମ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକ ପହଁଚି ଉଦ୍ଧାର କରିଥିଲେ । ଓଦା ବସ୍ତ୍ରରେ ଥରୁଥିବା ଯାତ୍ରୀଙ୍କୁ ଅନ୍ୟ ବସ୍ତ୍ର ବ୍ୟବହାର ପାଇଁ ଯୋଗାଇ ଦେଇଥିଲେ ବସ୍ତ୍ର । ଏହି ଲୋମ ଟାଙ୍କୁରା ହୃଦୟ ବିଦାରକ ଘଟଣା ପ୍ରଚାର ହୋଇ ଯିବା ପରେ ଦୁଇ ଜିଲ୍ଲା କେନ୍ଦ୍ରାପଡା ଏବଂ ଜଗତ୍ସିଂହପୁରର ଜିଲ୍ଲା ପ୍ରଶାସନ ତତ୍ ପରତା ପ୍ରକାଶ କରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇ ଦୂର୍ଘଟଣାରୁ ଉଦ୍ଧାର ହୋଇଥିବା ଯାତ୍ରୀଙ୍କୁ ଚିକିସôାର ବ୍ୟବସ୍ଥା କରିଥିଲେ । ଖବର ଲେଖା ହେବା ବେଳକୁ ଆଜି ଏହି ମୃତୁ୍ୟବରଣ କରିଥିବା ଘଟଣାକୁ ଦେଖି ନିଶାକର ତରେଇ ଙ୍କ ପତନୀ ସୁଶମା ତରେଇ (୪୫) ଙ୍କ ହୃଦଘାତରେ ପ୍ରଣହାନୀ ହୋଇଥିବା ଖବର ଏକ ବିଶ୍ୱସ୍ଥ ସୂତ୍ରରୁ ଜଣା ପଡିଛି । ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published.