ପୂଜା ନାମରେ ସ୍ୱେଚ୍ଛାଚାରିତା
ବାଲେଶ୍ୱର, (ଆଇଏନ୍ଏସ୍) : ପୂଜା, ସେ ଦୂର୍ଗାପୂଜା ହେଉ କିମ୍ବା ଗଣେଶ ପୂଜା, ସେ ବିଶ୍ୱକର୍ମା ପୂଜା ହେଉ କିମ୍ବା ଲକ୍ଷ୍ମୀପୂଜା ଅଥବା ସରସ୍ୱତୀ ପୂଜା । ପୂଜା ନାମରେ ଯାହା ଚାଲିଛି ତାହା ନକହିବା ଭଲ । କେଉଁଠି ପୂଜା ପାଇଁ ମୋଟା ଅଙ୍କର ଚାନ୍ଦା ନଦେଲେ ଝାମେଲା ତ’କ୍ଷେତ୍ର ବିଶେଷରେ ଭୁଜାଲି କିମ୍ବା ଗୁଳିମାଡ଼ ଭଳି ଘଟଣା ଘଟୁଛି । ପୁଣି ପୂଜା ପାଇଁ ରାସ୍ତା ଅବରୋଧ ଏକ ସାଧାରଣ ଘଟଣା ପାଲଟି ଗଲାଣି । ପ୍ରଶାସନ ଓ ପୋଲିସ ବିଭାଗର ପଦସ୍ଥ ଅଧିକାରୀମାନେ ସବୁଜାଣି ଅଜଣା । ପୂଜା ନାମରେ ଚାଲିଛି ସ୍ୱେଚ୍ଛାଚାରିତା, ଗୁଣ୍ଡାଗିରି ।
ସୋର ପୌରପାଳିକାର ଉତରେଶ୍ୱରରେ ଦୂର୍ଗାପୂଜା ପାଇଁ କଂକ୍ରିଟ୍ ରାସ୍ତାରେ କରାଯାଇଛି ୨୫ଟି ଡ୍ରିଲ । ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ରାସ୍ତାରେ ଡ୍ରିଲ କରି ନଷ୍ଟ କରି ଦିଆଯାଇଛି ପୂଜା ନାମରେ । ଯାହା ଲୋକଙ୍କ ଧାର୍ମିକ ସେଂଟିମେଂଟକୁ ନେଇ ଖେଳ ଖେଳାଯାଉଛି କହିଲେ ଭୁଲ ହେବନାହିଁ । କେବଳ ଏହି ଗୋଟିଏ ପୂଜା କମିଟି ନୁହେଁ, ସୋରରେ ବିଭିନ୍ନ ପୂଜା କମିଟି ପୂଜାପାଇଁ ଟେଂଟ ଏବଂ ଲାଇଟ୍ ଡେକୋରେସନ ପାଇଁ ଏମିତି ରାସ୍ତାକୁ ଖୋଳି ବାଉଁଶ ପୋତି ଥିବା ଦେଖିବାକୁ ମିଳିଛି । ଏହାଛଡ଼ା ରାସ୍ତାକୁ ଅବରୋଧ କରି ପୂଜା କରିବା ଫଳରେ ଜାତାୟତରେ ସମସ୍ୟା ଉପୁଜୁଛି । ଏଥି ସହିତ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି ଶବ୍ଦ ପ୍ରଦୂଷଣ ନିୟମକୁ ବେଖାତିର କରି ଉଚ୍ଚ ସ୍ୱରରେ ମାଇକ୍ ବଜା ଯାଉଛି । ବଭିନ୍ନ ପୂଜା କମିଟି ଚାନ୍ଦା ପାଇଁ ଜୁଲମ ମଧ୍ୟ କରୁଛନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ଭୟରେ ଲୋକ/ଦୋକାନୀମାନେ ଥାନାରେ ଏତଲା ଦେଉ ନାହାନ୍ତି । ଚାନ୍ଦା ସମ୍ପୂର୍ଣ୍ଣ ବେଆଇନ୍ ହୋଇଥିବା ବେଳେ ପୋଲିସ ଆଖିକୁ ଏସବୁ ଦେଖା ଯାଉନାହିଁ । ଆଇନ୍ କେବଳ ଫାଇଲରେ ସାଇତା ହୋଇ ରହିଛି ।
ସୋରର ଉତରେଶ୍ୱର ଠାରେ ରାସ୍ତାରେ ହୋଇଥିବା ଏହି ଡ୍ରିଲ ଏପରି ଏକ ସ୍ଥାନରେ ହୋଇଛି ଯେ, ଯେକୋ÷ଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ । ସୋରରେ ନିକଟରେ ନିର୍ମାଣ ହୋଇଥିବା ଫ୍ଲାଏ ଓଭରବ୍ରିଜ୍ର ଠିକ୍ ଆରମ୍ଭ ସ୍ଥାନରେ ପୂଜାପାଇଁ ଟେଂଟ ବନ୍ଧାଯିବା ସହିତ ବାଇପାସ୍ କଂକ୍ରିଟ୍ ରାସ୍ତାକୁ ଡ୍ରିଲ୍ କରି ୨୫ଟି ଗାତ କରାଯାଇଛି । ଏହାଦ୍ୱାରା ରାସ୍ତା ନଷ୍ଟ ହେବା ସହିତ ଯେହେତୁ ଓଭରବ୍ରିଜ୍ ନିକଟରେ ଏବଂ ଗୋଟିଏ ସାଇଡର ବାଇପାସ୍ ସର୍ଭିସ୍ ରୋଡ଼କୁ ବ୍ଳକ କରାଯିବା ଫଳରେ ରାସ୍ତା ଜାମ ହେବା ନିଶ୍ଚିତ ଏବଂ ଅତୀତରେ ମଧ୍ୟ ରାସ୍ତା ଜାମ୍ ହୋଇଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ (ରାସ୍ତା ଡ୍ରିଲ୍ ହୋଇଥିବାର ଫଟୋ) ବାଲେଶ୍ୱର ଜିଳ୍ଲାପାଳ, କେ. ସୁଦର୍ଶନ ଚକ୍ରବର୍ତିଙ୍କ ନିକଟକୁ ତାଙ୍କର ହ୍ୱାଟସଆପ୍ ନଂ.-୯୪୩୯୦୩୩୫୬୭ରେ (୨୦.୦୯.୧୯ରିଖ) ସକାଳ ୭.୨୦ମିନିଟ ସମୟରେ ପଠାଯାଇଥିବା ବେଳେ ସେ ୭.୩୮ମିନିଟ୍ ସମୟରେ ଦେଖିଥିଲେ । ଏହାପରେ ଆଇନାନୁସାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଭବିଷ୍ୟତ କହିବ ।