ଫାଇଲ ତଳେ ଆଇନ୍: ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ!

ଫାଇଲ ତଳେ ଆଇନ୍: ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ!

ବାଲେଶ୍ୱର,(ଓ.ଏନ୍.ଏସ୍): ବହୁତ ଆଇନ ତିଆରୀ ହେଉଛି । କିନ୍ତୁ ଆଇନ କାର୍ଯ୍ୟକାରୀ ନହୋଇ ଫାଇଲ ତଳେ ରହିଯାଉଛି । ଫଳରେ ଆଇନ ଭଙ୍ଗକାରୀମାନେ ନିର୍ଭୟରେ ବେଆଇନ କାର୍ଯ୍ୟ କରିଚାଲିଛନ୍ତି । ଏହାର ଏକ ନିଦର୍ଶନ ହେଲା ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ପ୍ରସଙ୍ଗ । ସର୍ବସାଧାରଣ ସ୍ଥାନରେ ଧୂମ୍ରପାନକୁ ସରକାର ନିଷେଧ କରିଛନ୍ତି । ଏଥିପାଇଁ ଆଇନ୍ ମଧ୍ୟ କରିଛନ୍ତି । କେବଳ ଧୂମ୍ରପାନ କରୁଥିବା ବ୍ୟକ୍ତିର ଶରୀର ପାଇଁ ଏହା କ୍ଷତିକାରକ ନୁହେଁ, ଧୂମ୍ରପାନ କରୁଥିବା ବ୍ୟକ୍ତି ନିକଟରେ ଥିବା ବ୍ୟକ୍ତିର ଶରୀର ପାଇଁ ମଧ୍ୟ କ୍ଷତି କାରକ । ତେଣୁ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନକୁ ସରକାର ନିଶେଷ କରିଛନ୍ତି । କିନ୍ତୁ ଏହି ଆଇନ କେବଳ ଆଇନରେ ପରିଣତ ହୋଇ ଫାଇଲ ତଳେ ରହିିଛି । ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ଫଳରେ ବେଆଇନଭାବେ ସର୍ବସାଦାରଣ ସ୍ଥାନରେ ବେଫିକରଭାବେ ଚାଲିଛି ଧୂମ୍ରପାନ । ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ବାଲେଶ୍ୱରର ଆର୍ଟ କଲେଜ ନିକଟରେ । ଏହିଠାରେ ଆଇନ୍ ମହାବିଦ୍ୟାଳୟ ମଧ୍ୟ ରହିଛି । ନିକଟରେ ଚା’ ଓ ଅନ୍ୟାନ୍ୟ ଦୋକାନ ଥିବାରୁ ସବୁବେଳେ ଏହି ସ୍ଥାନଟିରେ ଜନସମାଗମ ହୋଇଥାଏ । ଏହିସ୍ଥାନରେ ଜଣେ ତରୁଣୀ ବେଫିକରଭାବେ ସିଗ୍ରେଟ୍ ଟାଣୁଥିବାର ଦେଖିବାକୁ ମିଳିଥିଲା । ସେହିପରି ସୋରର ଉତରେଶ୍ୱର ଠାରେ ଥିବା ଏକ ଚା’ ଦୋକାନ ନିକଟରେ ଜଣେ ବ୍ୟକ୍ତି ସିଗ୍ରେଟ୍ପାନ କରୁଥିବାର ଦେଖିବାକୁ ମିଳିଥିଲା । ସେଠାରେ ବହୁ ଲୋକ ଥିଲେ ମଧ୍ୟ ସେଥିପ୍ରତି ଧୂମ୍ରପାନକାରୀର ଭ୍ରୁକ୍ଷେପ ନଥିଲା । କେବଳ ଏହି ଦୁଇଟି ସ୍ଥାନ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦୃଶ୍ୟ ଦେଖିବାକୁ ମିଳେ । ଏପରିକି ଟ୍ରେନ୍ ଭିତରେ ଲୋକମାନେ ବିଡ଼ି, ସିଗ୍ରେଟ୍ ଟାଣୁ ଥିବାର ଦେଖିବାକୁ ମିଳିଛି । ଧୂମ୍ରପାନକାରୀଙ୍କର ଆଇନ୍ ପ୍ରତି ଭ୍ରୁକ୍ଷେପନାହିଁ । ଅପରପକ୍ଷରେ ବେଆଇନ୍ଭାବେ ବିଡ଼ି, ସିଗ୍ରେଟ୍ ଟାଣୁଥିବା ବ୍ୟକ୍ତିଙ୍କ ଉପରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ନାହିଁ । ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରାଯାଇ ପାରିବନାହିଁ ବୋଲି ସରକାର କେବଳ ଆଇନ୍କରି ତାକୁ ଫାଇଲତଳେ ରଖିଦେଇଛନ୍ତି । ତେଣୁ ଧୂମ୍ର ପାନକାରୀଙ୍କର ଆଇନପ୍ରତି ହେୟ ମନୋଭାବ ଦେଖାଦେଇଛି । ଯାହାଦ୍ୱାରା ସାଧାରଣ ଜନତା ବିପଦକୁ ବରଣ କରୁଛନ୍ତି ।

Leave a Reply

Your email address will not be published.