ବାଜପେୟୀଙ୍କ ୯୪ ତମ ଜୟନ୍ତୀ ଏବଂ ପାରାଦୀପ ମହୋଛବ ୨୦୧୮

ବାଜପେୟୀଙ୍କ ୯୪ ତମ ଜୟନ୍ତୀ ଏବଂ ପାରାଦୀପ ମହୋଛବ ୨୦୧୮

ପାରାଦୀପ, (ଓଏନ୍ଏସ୍): ପାରାଦୀପ ଜୟଦେବ ସଦନ ଠାରେ ଯୋଗଜନ୍ମା ମହାନ ଜନ ନାୟକ , ଭାରତ ରନô ରଜନୀତିର ପିତାମହ ଭୀଷ୍ମ ତଥା ପଦ୍ମ ବିଭୂଷଣ ପ୍ରାପ୍ତ ମନିଷି ସ୍ୱର୍ଗତ ଅଟଳ ବିହାରି ବାଜପେୟୀଙ୍କ ୯୪ ତମ ଜୟନ୍ତୀ ଉସôବ ଗତ ୨୫ ଡିସେମ୍ବରରୁ ଆରମ୍ଭ ହୋଇ ଯାଇଛି । ଏହି ଉସôବ ବା ପାରାଦୀପ ମହୋଛବ ୭ ଦିନ ବ୍ୟାପି ମନୋରଞ୍ଜନ ଧର୍ମୀ ହେବା ସହ ମହାମାନ ଙ୍କ ସ୍ମୃତି ଚାରଣ ସଭା ସଂପାଦନ କରାଯାଇ ଡିସେମ୍ବର ୩୧ ରେ ସମାପନ ହେବ । ଉଦ୍ଘାଟନୀ ଉଛବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ । ମୁଖ୍ୟ ବକ୍ତା ଭାବେ ଓଡିଶା ହାଇକୋର୍ଟ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପିତାମ୍ବର ଆଚାର୍ଯ୍ୟ , ସମ୍ମାନିତ ଅତିଥି ଭାବେ ପାରାଦୀପ ମହୋସôବର ସଂଯୋଜକ ତଥା ସ୍ୱଦେଶୀ ଜାଗରଣ ମଂଚର ସଦସ୍ୟ ଇଂ.ମାନସରଞ୍ଜନ ସ୍ୱାଇଁ ଏବଂ ପାରାଦୀପ ନିର୍ବାଚନ ମଣ୍ଡଳୀର ମଙ୍ଗଧରିଥିବା ବିଜେପି ଜିଲ୍ଲା ସଭାପତି ତଥା ସମାଜ ସେବୀ ସମ୍ପଦ ସ୍ୱାଇଁ ନିଜର ସାର ମର୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ବାଜପେୟୀ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜିତ କୁମାର ଦାସ । ବାଜପେୟୀ ଟ୍ରଷ୍ଟ୍ର ମୁଖ୍ୟ ଉପଦେଷ୍ଠା ଶ୍ରୀଯୁକ୍ତ ନିର୍ମଳ ସ୍ୱାଇଁ, ଏବଂ ଜିଲ୍ଲାର ଆଗଧାଡିର ବିଜେପି କର୍ମୀ ତଥା ଶତାଧୀକ ଦର୍ଶକ ଉପସ୍ଥିତ ଥିଲେ । ପତ୍ୟେହ ସଂଧ୍ୟାରେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବା ସହିତ ଦ୍ୱିତୀୟ ସଂଧ୍ୟାରେ ଷ୍ଟାର ମେଲୋଡି ତରଫରୁ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା । ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ରୋହିତ ପାତ୍ର , ଓଡିଶା କିଶୋର କୁମାର ଭାବେ ଘରେ ଘରେ ପରିଚିତ ଓ.କେ. ଲକି , ସୁଶ୍ରୀ ସଂଗୀତା ଏବଂ ସଂଗୀତ ନିଦେ୍ର୍ଦଶକ ଗୁଲୁ ଭାଇଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ତତ୍ ସହିତ ମେଲୋଡି ପରିବାରର ଭିଜୁଆଲ ଡିରେକ୍ଟର ତଥା ଅନେକ ଆଧୁନିକ ଆଲବମ୍ରେ ନାୟକ ଭାବେ ଜଣାସୁଣା ମାଷ୍ଟର କିସୁ ଏବଂ ସାଥିଙ୍କ ଦ୍ୱାରା ପରିବେଷିତ ନୃତ୍ୟରେ ଦର୍ଶକ ଭରପୁର ମଜ୍ଜା ଉଠାଇଥିଲେ । ଶୀତୁଆ କୋହଲା ପବନ ବହୁଥିଲେବି ଗ୍ରହକମାନେ ବ୍ୟବସାୟ ଷ୍ଟଲ୍ ନିକଟରେ ଭିଡ ଜମାଇଥିଲେ ବୁଧବାର ଥିବାରୁ ନନ୍ ଭେଜ ଖାଦ୍ୟ ଷ୍ଟଲ ପାଖରେ ଭିଡ ଜମିଥିଲା । ଏହି କାର୍ଯ୍ୟକ୍ରମକୁ ଆଗାମି ବର୍ଷ ଅଧିକ ଅକର୍ଷଣିୟ କରାଯିବ ବୋଲି କହିଛନ୍ତି ବାଜପେୟୀ ଟ୍ରଷ୍ଟର ଅଧ୍ୟକ୍ଷ ଏବଂ କର୍ମକର୍ତାମାନେ । ଶେଷ ରାତ୍ର ଉଦ୍ୟାପନି ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ନିମାପଡା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବାଇଧର ମଲ୍ଲିକ , ମୁଖ୍ୟ ବକ୍ତା ଭାବେ ରାଜ୍ୟ ବିଜେପି ସମ୍ପାଦକ ଡା.ଜତିନ ମହାନ୍ତି , ସମ୍ମାନିତ ଅତିଥି ଭାବେ ଆଇଓସିଏଲ ର କାର୍ଯନିର୍ବାହୀ ନିଦେ୍ର୍ଦଶକ ଶ୍ରୀଯୁକ୍ତ ଟି.ଡି.ଭି.ଏସ୍. ଗୋପାଲକ୍ରୀଷ୍ଣ , ଇଫକୋ ଡି.ଜି.ଏମ୍.ଶ୍ରୀଯୁକ୍ତ ଏସ.ଆର.ମୟୁର ଯୋଗଦେବାର କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି ବୋଲି ଟ୍ରଷ୍ଟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published.