ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ

ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ: ସର୍ବସାଧାରଣ ସ୍ଥାନରେ ହୋଡିଂ!

ବାଲେଶ୍ୱର, (ଓ.ଏନ୍.ଏସ୍): ସର୍ବସାଧାରଣ ସ୍ଥାନ, ସରକାରୀ କୋଠା,ବାଡ଼ି ପ୍ରଭୃତି ସ୍ଥାନରେ କୌଣସି ରାଜନୈତିକ ଦଳ ହୋଡିଂ, ବେନର, ପୋଷ୍ଟର ପ୍ରଭୃତି ଲଗାଇ ପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିଦେ୍ର୍ଦଶ ଦେଇଥିବା ବେଳେ ଖୋଦ୍ ଶାସକ ଦଳ ଏହାର ଖୋଲାଖୋଲି ଅବମାନନା କରିଥିବା ଦେଖିବାକୁ ମିଳିଛି । ସୋର ପ୍ରାଣୀ ଚିକିତ୍ସାଳୟ ପାଚେରୀକୁ ଲାଗି ରାସ୍ତାକଡ଼ରେ (ସର୍ବସାଧାରଣ ସ୍ଥାନରେ) ବିଜେଡିର ନିର୍ବାଚନୀ ହୋଡିଂ ଲାଗିଛି । ଏସର୍ମ୍ପରେ ସୂଚନା ଏବଂ ଏହି ହୋଡିଂର ଫଟୋ ଜିଲ୍ଲା ନିର୍ବାଚନ ଅଧିକାରୀ, ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟକୁ ତା୦୭.୦୪.୨୦୧୯ରିଖ ପୂର୍ବାହ୍ନ ୯ଟା ୮ମିନିଟ୍ ସମୟରେ ପଠାଯାଇଥିବା ବେଳେ ଜିଲ୍ଲାପାଳ ମହୋଦୟ ଏହାକୁ ସେହିଦିନ ୯ଟା ୫୦ ମିନିଟ୍ ସମୟରେ ଦେଖିଥିଲେ । ଏହା ଉପରେ ଜିଲ୍ଲ୍ାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା’ ଶାସକ ଦଳର ଭୁଲକୁ ଘଂଟ ଘୋଡ଼ାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.