ବିିଲୁପ୍ତ ଅପେକ୍ଷାରେ ଖିଆଲିି ମନର ଐତିହ

ବିିଲୁପ୍ତ ଅପେକ୍ଷାରେ ଖିଆଲିି ମନର ଐତିହ

ବାଲେଶ୍ୱର,(ଓ.ଏନ୍.ଏସ୍): ମଣିଷ ମନ କେତେବେଳେ କଣ ଚାହେଁ ତାହା କେବଳ ତାକୁ ହିିଁ ଜଣା । ମଣିଷ ତାର ଖିଆଲି ମନକୁ ତୃପ୍ତ କରିବା ପାଇଁ ବହୁ ସମୟରେ ଅନେକ କିଛି କରିବସେ । ବିଶେଷକରି ରାଜତନ୍ତ୍ର ସମୟରେ ରାଜାମାନେ ସେମାନଙ୍କ ଖିଆଲି ମନ ମୁତାବକ ଯାହା କରନ୍ତି ପରବର୍ତିିର୍ ସମୟରେ ତାହା କେତେକ କ୍ଷେତ୍ରରେ ବିଶ୍ୱ ଐତିହ ହୋଇଯାଇଥାଏ । ଯଥା- ଲାଙ୍ଗୁଡ଼ା ନରସିଂହଦେବଙ୍କ ଦ୍ୱାରା ନିର୍ମିତ ‘କୋଣାର୍କ’ ସୂର୍ଯ୍ୟ ମନ୍ଦିର । ଏହା ଆଜି ବିଶ୍ୱର ଏକ ଅଦ୍ୱିିତୀୟ କଳାକୃତି ।
ଠିକ୍ ସେହିପରି ଆଉ ଜଣେ ରାଜାହେଲେ ତତକାଳୀନ ନୀଳଗିରି ଗଡ଼ଜାତ (ବର୍ତମାନ ବାଲେଶ୍ୱର ଜିଲ୍ଲାର ନୀଳଗିରି, ଯାହା ସବ୍ଡିଭିଜନର ମାନ୍ୟତା ପପାଇଛି) ର ଶେଷ ରାଜା ୰କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ । ସବୁରାଜାଙ୍କ ଭଳି ତାଙ୍କର ଖିଆଲିମନର ଶିକାର କରିବାର ଅଭିଳାଶକୁ ତୃପ୍ତ କରିବା ପାଇଁ ସେ ନିିର୍ମାଣ କରିଥିଲେ ଶିକାର ଭାଡ଼ି । ଦେବଗିରି ପାହାଡ଼ର ପାଦଦେଶର ଜଙ୍ଗଲ ଭିତରେ ଖୁମ୍କୁଟ୍ ଠାରେ ୧୯୩୧ ମସିହାରେ ଶିକାର କରିିବା ଉଦେ୍ଦଶ୍ୟରେ ଏକ ପକ୍କା ନିର୍ମିତ ଘର ତିଆରି କରିଥିଲେ, ଯାହାକୁ ଶିକାର ଭାଡ଼ି ବୋଲି କୁହାଯାଉଛି । ଯେହେତୁ ଏହା ପାହାଡ଼ର ପାଦଦେଶରେ ରହିଛି, ତେଣୁ ନିଜକୁ ସୁରକ୍ଷିତ ରଖି ସେଠାକୁ ଆସୁଥିବା ପଶୁ ପକ୍ଷୀଙ୍କୁ ଶିକାର କରିବା ପାଇଁ ରାଜା ଏହାକୁ ତିଆରି କରିଥିଲେ । ତେଣୁ ଏହି ଭାଡ଼ିର ଚାରିପାଖରେ ପାଣି ରହିପାରିବା ଭଳି ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଶିକାର କରିବାର ନିଶାରେ ରାଜା ତିଆରିକରିିଥିବା ଏହି ଭାଡ଼ି ସେତେବେଳେ ରାଜା ୰କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କର ଖିଆଲିମନର ପରିଚୟ ଦେଉଛି ସତ କିନ୍ତୁ ପରବର୍ତି ସମୟରେ ତାହା ସେହି ଅଂଚଳର ଲୋକମାନଙ୍କୁ ଚାଷରେ ସହାୟତା କରିଥିଲା । ପାହାଡ଼ପାଣିକୁ ଅଟକାଇ ଯେଉଁ ଜଳ ଭଣ୍ଡାର ତିଆରି କରାଯାଇତିଲା ତାହା ଜଳସେଚନ ପାଇଁ ସହାୟତା କରୁଥିଲେ ମଧ୍ୟ ବର୍ତମାନର ସରକାର ସେଥିପ୍ରତି ଦୃଷ୍ଟି ନଦେବାରୁ ତାହାର ସଠିକ୍ ଉପଯୋଗ ହୋଇପାରୁ ନାହିଁ । ଅନ୍ୟପକ୍ଷରେ ରକ୍ଷଣାବେକ୍ଷଣ ଅଭାବରୁ ଏହି ଶିକାର ଭାଡ଼ି ନଷ୍ଟ ହେବାରେ ଲାଗିଛି । ହୁଏତ ଆଉ କିଛି ଦିନ ପରେ ଏହା କାଳର କରାଳ ଗର୍ଭରେ ଲୀନ ହୋଇଯିବ । ଏହି ଐତିହକୁ ରକ୍ଷଣାବେକ୍ଷଣ କରିବାର ଦାୟୀତ୍ୱ ୧୯୮୪ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନୀଳଗିରି କ୍ଷୁଦ୍ର ଜଳସେଚନ ବିଭାଗ ହାତକୁ ନେଇଥିବା ବେଳେ ବିଭାଗୟ ଅଧିକାରୀଙ୍କ ଦାୟୀତ୍ୱହୀନତା ପାଇଁ ଏହାର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇ ଚାଲିଛି ତତ୍କାଳୀନ ନୀଳଗିରି ରାଜା ୰କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କର ଖିଆଲିମନର ଏହି ଐତିହ, ଯାହାର ରରକ୍ଷଣା ବେକ୍ଷଣ କରିପାରିଲେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ହୋଇ ପାରନ୍ତା । କିନ୍ତୁ ସରକାରଙ୍କ ଉଦାସିନତା ପାଇଁ ଏହି ଖିଆଲି ମନର ଐତିହ ବିଲୁପ୍ତ ହେବାକୁ ବସିଛି ।

Leave a Reply

Your email address will not be published.