ଭାରତ ଓ ମାଳଦୀପ ମଧ୍ୟରେ ଜଳ ପଥରେ ପ୍ରତ୍ୟକ୍ଷ ପଣ୍ୟ ସେବା ଆରମ୍ଭ

ସାମୁହିକ ଦ୍ୱିପାକ୍ଷିକ ସମ୍ପର୍କର ଆଉ ଏକ ମାଇଲଖୁଂଟ : କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟା

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ଭାରତ ଓ ମାଳଦୀପ ମଧ୍ୟରେ ସାମୁଦ୍ରିକ ପଥରେ ପ୍ରତ୍ୟକ୍ଷ ପଣ୍ୟସେବା ଆଜିଠାରୁ ଆରମ୍ଭ ହୋଇଛି । ଏହି ଅବସରେ ଭାରତ ସରକାରଙ୍କ ରାଜ୍ୟ (ସ୍ୱାଧିନ) ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟା ଏବଂ ମାଳଦୀପ ବେସାମରିକ ବିମାନ ଚଳାଚଳ ଓ ପରିବହନ ମନ୍ତ୍ରୀ ଐଶାଥ୍ ନହୁଲା ଫଇ ସେବା ମାଧ୍ୟମରେ ମିଳିତ ଭାବେ ଏହି ସେବାର ସୁଭାରମ୍ଭ କରିଛନ୍ତି । ସୁଭାରମ୍ଭର ପ୍ରଥମ ସାମୁଦି୍ରକ ପରିବହନ ୨୦୦ ଟିଇୟୁ କ୍ଷମତା ବିଶିଷ୍ଟ ଏକ ଜାହାଜ ୩ହଜାର ମେଟିକ୍ ଟନ୍ ସ୍କ୍ରାପ ପଣ୍ୟ କୋଚିନର ଟୁଟିିକୋରିନ୍ ରୁ କୋଚି ବନ୍ଦର ଅଭିମୁଖେ ଯାତ୍ରା କରିଛି । ଯେଉଁଠାରୁ ଦକ୍ଷିଣ ମାଳଦୀପର କୁହ୍ନୁଧୂଫୁଣି ଏବଂ ଏହା ପରେ ମେଲ ବନ୍ଦରରେ ଏହି ଜାହାଜ ପହଂଚିବ । ମାସକୁ ଦୁଇଥର ଏପରି ପଣ୍ୟସେବା ଚାଲିବ ଏବଂ ଏହା ସିପିଙ୍ଗ୍ କର୍ପୋରେସନ ଦ୍ୱାରା ପରିଚାଳିତ ହେବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟା କହିଛନ୍ତି ଯେ ଏହି ସେବା ଦ୍ୱିପାକ୍ଷିକ ବାଣିଜ୍ୟକ ସମ୍ପର୍କରେ ଆଉ ଏକ ମାଇଲଷ୍ଟୋନ୍ ସ୍ଥାପନ କରିପାରିଛି । ପ୍ରତ୍ୟକ୍ଷ ପଣ୍ୟ ସେବା ବ୍ୟତୀତ ଦୁଇଦେଶ ମଧ୍ୟରେ ଦୃଢ ବନ୍ଧୁତ୍ୱ ସମେତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟା । ତେବେ ଗତ ବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦୀପ ଗସ୍ତରେ ଏହି ଦ୍ୱିପାକ୍ଷିକ ସମ୍ପର୍କ ଦୃଢିଭୁତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟା କହିଥିବା ପାରାଦ୍ୱୀପ ବନ୍ଦର ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ।

Leave a Reply

Your email address will not be published.