ଭାରତରେ ବଢୁଛି ଭିକାରୀଙ୍କ ସଂଖ୍ୟା!

ଭାରତରେ ବଢୁଛି ଭିକାରୀଙ୍କ ସଂଖ୍ୟା!

ସୁବାସ ଷଡଙ୍ଗୀ
ଭାରତ ହେଉଛି ବିକାଶଶୀଳ ଦେଶ । ଏହାର ୪୦ ଭାଗ ଲୋକ ଏବେବି ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି । ଏମାନଙ୍କ ଭିତରୁ ଭିକାରୀଙ୍କ ସଂଖ୍ୟା କେତେ ଜାଣନ୍ତି?
ପରିସଂଖ୍ୟାନରୁ ଜଣା ପଡିଛି, ଏବେ ଭାରତରେ ଭିକାରିଙ୍କ ସଂଖ୍ୟା ହେଉଛି, ମୋଟ ୪ ଲକ୍ଷ ୧୩ ହଜାର ୬୭୦ । ଏମାନଙ୍କ ଭିତରୁ ପୁରୁଷ ହେଉଛନ୍ତି ୨ ଲକ୍ଷ ୨୧ ହଜାର ୬୭୩ ଆଉ ମହିଳାଙ୍କ ସଂଖ୍ୟା ହେଉଛି, ୧ ଲକ୍ଷ ୯୧ ହଜାର ୯୯୭ । ଭିକାରିଙ୍କ ଲିଷ୍ଟରେ ସବୁଠାରୁ ଆଗରେ ରହିଛି, ପଶ୍ଚିମବଙ୍ଗ । ଦ୍ୱତୀୟ ସ୍ଥାନରେ ରହିଛି ଉତର ପ୍ରଦେଶ । ତୃତୀୟରେ ବିହାର । କେବଳ ପଶଚିମବଙ୍ଗରେ ଭିକାରିଙ୍କ ସଂଖ୍ୟା ହେଉଚି, ୮୧ ହଜାର । ଉତରପ୍ରଦେଶରେ ଭିକାରିଙ୍କ ସଂଖ୍ୟା ହେଉଛି, ୬୫ ହଜାର ୮୩୮ । ଏଥିରୁ ମହିଳାଙ୍କ ସଂଖ୍ୟା ହେଉଛି, ୨୩ ହଜାର ୯୭୬ । ସବୁଠାରୁ କମ ଭିକାରି କେଉଁଠି ଅଛନ୍ତି ଜାଣନ୍ତି, ଲାକ୍ଷାଦ୍ୱୀପରେ । ସେଠାରେ ମାତ୍ର ଦୁଇଜଣ ଭିକାରି ଅଛନ୍ତି ।
ସଂସଦରେ ପେଶ କରାଯାଇଥିବା ପରିସଂଖ୍ୟାନ ଅନୁସାରେ ଦାଦର ଓ ନଗର ହାଭେଳିରେ ୧୯, ଡାମନ ଡିଉ ରେ୨୨ ଏବଂ ଆଣ୍ଡାମାନ ଓ ନିକୋବରରେ କେବଳ ୫୬ ଜଣ ଭିକାରି ଅଛନ୍ତି । ଏଠାରେ ଭିକାରି ସେଇମାନଙ୍କୁ କୁହାଯାଉଛି, ଯେଉଁମାନଙ୍କର ରହିବା ପାଇଁ ଘର ନାହିଁ । ବେସାହାରା ହୋଇ ସେମାନେ ବୁଲୁଛନ୍ତି ।
ଇଏ ତ ଗଲା ପରିସଂଖ୍ୟାନର କଥା । ଭିକାରି କହିଲେ ଆମେ ବୁଝୁ ଯେଉଁମାନେ ଲାଚାର, ଅଶିକ୍ଷିତ ଏବଂ କୌଣସି ପ୍ରକାରର କାମ କରିବା ପାଇଁ ଅକ୍ଷମ । ଏଣୁ ସେମାନେ ମାଗିଯାଚି ନିଜର ଗୁଜୁରାଣ ମେଂଟାଉଛନ୍ତି । ମାତ୍ର ଏପରି ଧାରଣା ଆମର ପୁରାପୁରି ଭୁଲ । ବହୁ ଶିକ୍ଷିତ ଭିକାରି ଅଛନ୍ତି । ଏମାନେ ଉଚ ଶିକ୍ଷିତ । ସେମାନଙ୍କ ପାଖରେ ଡିଗ୍ରି ରହିଛି । ପରିସଂଖ୍ୟାନ କହେ ଆମ ଦେଶରେ ଶିକ୍ଷିତ ଭିକାରିଙ୍କ ସଂଖ୍ୟା ହେଉଛି ୭୮ ହଜାର । ଅର୍ଥାତ ଭିକାରିଙ୍କ ସଂଖ୍ୟାର ୨୧ ଭାଗ ହେଉଚନ୍ତି ଶିକ୍ଷିତ । ପ୍ରାୟ ୩୦ ହଜାର ଭିକାରି ଉଚଶିକ୍ଷିତ । ସେମାନଙ୍କ ପାଖରେ କୌଣସି ନା କୌଣସି ଡିଗ୍ରି ରହିଛି ।
ଏତେ ସଂଖ୍ୟକ ଭିକାରିଙ୍କ ଯୋଗୁ ଆମକୁ ବିଶ୍ୱର ଅନ୍ୟଦେଶମାନଙ୍କ ତୁଳନାରେ ଲଜ୍ଜିତ ହେବାକୁ ପଡୁଛି । କୁହାଯାଏ ସହରକୁ ଆସି ଭିକମାଗିବାକୁ ଅନେକ ପସନ୍ଦ କରୁଛନ୍ତି । ଏପରି ଧାରଣା ମଧ୍ୟ ଭୁଲ । କାରଣ ସହରରେ କେବଳ ଏକ ଲକ୍ଷ ୩୫ ହଜାର ଭିକାରି ଥିବା ବେଳେ ଗାଁ ଗହଳରେ ଭିକାରି ଅଛନ୍ତି, ୨ ଲକ୍ଷ ୩୭ ହଜାର । ଅନେକ ଯୁକ୍ତି ବାଢୁଛନ୍ତି, ଆମର ବିଶାଳ ଜନସଂଖ୍ୟା ତୁଳନାରେ ଭିକାରିଙକ ସଂଖ୍ୟା ବହୁତ କମ । ପୁରୁଷ ଓ ମହିଳାଙ୍କକଥା ଛାଡନ୍ତୁ ।ଛୋଟ ପିଲା ମଧ୍ୟ କିଛି କମ ନାହାନ୍ତି । ଏମାନଙ୍କ ସଂଖ୍ୟାହେଉଛି ୪୦ ହଜାରରୁ ଅଧିକ ।
ଅନେକ ଅଭିଯୋଗ କରନ୍ତି, ଏମାନଙ୍କ ଭିତରୁ ଅନେକ ଭିକାରି ଦିନରେ ଭିକ ମାଗନ୍ତି, ଆଉ ରାତି ହେଲେ ସେଇ ପଇସାରେ ମଉଜ ମଜଳିସ କରନ୍ତି । ଏମାନଙ୍କୁ କୁହାଯାଏ କାମ ଚୋର ।
ସରକାରଙ୍କ ପକ୍ଷରୁ କୁହାଯାଉଚି, ଏମାନଙ୍କୁ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଚି । ଏନସିବିସି ମାଧ୍ୟମରେ ଏମାନଙ୍କ ପାଇଁ କାମ ବରାଦ କରାଯାଉଛି । କିନ୍ତୁ ପରିଣାମ କିଛି ନାହିଁ । ବରଂ ଭିକାରିଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି ।
ଭିକ୍ଷାବୃତିକୁ ଆମେ ଅନୈତିକ କାମ ବୋଲି କହୁଛୁ । କିନ୍ତୁ ଏହାର ନିରାକରଣ ପାଇଁ ସେଭଳି କୌଣସି ବଳିଷ୍ଠ ଯୋଜନା କାର୍ଯ୍ୟକାରି ହୋଇ ପାରି ନାହିଁ । କୁହାଯାଏ, ଯେଉଁ ଭିକାରିଙ୍କ ପରିସଂଖ୍ୟାନ ଦିଆ ଯାଇଚି, ତାହା କୁଆଡେ କେବଳ ପିଲାମାନଙ୍କର । ବଡମାନଙ୍କର ସଂଖ୍ୟା ବହୁତ କମ । ମାତ୍ର ୪୨ ହଜାର ପାଖାପାଖି । ଏହି ପିଲାମାନଙ୍କର ବୟସ ୧୪ ବର୍ଷରୁ କମ । ତା ଛଡା ବଡମାନଙ୍କ ହିସାବ ମାର୍ଜିନାଲ ଶ୍ରମିକ ଭାବେ ନିଆଯାଇଛି । ମାର୍ଜିନାଲ ଶ୍ରମିକ ଜଣକୁ କୁହାଯାଏ ଯିଏ ବର୍ଷକୁ ମାତ୍ର ଉଅମାସ କାମ କରିବାକୁ ସକ୍ଷମ ହୋଇଥାଏ ।
ତେବେ ପରିସଂଖ୍ୟାନ ଯାହା କହୁନା କାହିଁକି ଆମ ଦେଶରେ ପ୍ରକୃତରେ ଭିକାରିଙ୍କ ସଂଖ୍ୟା ବଢି ଚାଲିଛି, ଏକଥାକୁ ଅସ୍ୱୀକାର କରାଯାଇ ନପାରେ ।

Leave a Reply

Your email address will not be published.