ଭିଜିଲାନ୍ସ ଜାଲରେ ପୂର୍ବତନ ସରପଂଚ ଓ ପଂଚାୟତ ଅଧିକାରୀ

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଂଚ ଓ ପଂଚାୟତ ଅଧିକାରୀ

କଳାହାଣ୍ଡି, (ଓଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କାଲୋପଲା ଗ୍ରାମପଂଚାୟତ ର ପୂର୍ବତନ ସରପଂଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଛନ୍ତି । ଗତ ୨୦୧୧-୧୨ ମସିହାରେ ତକ୍ରାଳୀନ କାଳୋପଲା ସରପଂଚ ବିଦ୍ୟାଧର ସାହୁ ଏବଂ ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀ ମନ୍ଦରଧର ବିଶି ଗ୍ରାମପଂଚାୟତ ମଧ୍ୟରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣରେ ଆକଳନ ବ୍ୟୟ ବରାଦ ଅର୍ଥରୁ ବ୍ୟାପକ ହେରାଫେରୀ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗ କେଶ ନଂ ୪୨/୨୦୧୪ ଅନୁସାରେ କେଶ ରୁଜ୍ଜୁ କରି ତଦନ୍ତ କରିବା ପରେ କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ବିଚାର ପାଇଁ ଦାଖଲ କରିଥିଲେ । ସେହି କେଶରେ ସ୍ୱତନ୍ତ୍ର ଅଦାଲତ ବିଚାର କରି ଦୋଷୀ ସାବ୍ୟସ୍ତ ଉଭୟ ଙ୍କୁ ୫ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ୩୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବା ପାଇଁ ଆଦେଶ ଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଉକ୍ତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ବାବଦରେ ଆକଳନ କରାଯାଇଥିବା ଅର୍ଥରୁ ଉଭୟେ ଷଡଯନ୍ତ୍ର କରି ୩୪ଲକ୍ଷ ୧୪ ହଜାର ୩୪୭ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ଓ ତଦନ୍ତ ପରେ ଘଟଣାର ସତ୍ୟା ସତ୍ୟ ଆଧାରରେ ମାନ୍ୟବର ଅଦାଲତରେ କେଶ ରୁଜୁ କରାଯାଇଥିଲା । ସେହିପରି ଉଭୟଙ୍କ ନାମରେ ଭିଜିଲାନ୍ସ କେଶ ନଂ.୪୫/୨୦୧୪,୫୪/୨୦୧୪ ଓ ୫୫/୨୦୧୪ ଅନୁସାରେ ଆହୁରି ଅନେକ ଆର୍ଥôକ ହେରାଫେରୀ ସଂପର୍କରେ ତଦନ୍ତ ଚାଲିଥିବା ଜଣାପଡିଛି ।

Leave a Reply

Your email address will not be published.