ମଦ ଦୋକାନୀଙ୍କୁ ଆୱାର୍ଡ଼, କାଳିଆର ସାଇଡ୍ ଇଫେକ୍ଟ କି?

ମଦ ଦୋକାନୀଙ୍କୁ ଆୱାର୍ଡ଼, କାଳିଆର ସାଇଡ୍ ଇଫେକ୍ଟ କି?

ବାଲେଶ୍ୱର, (ଆଇଏନ୍ଏସ୍) : ନବୀନ ସରକାରଙ୍କର ଶାସନ ପଦ୍ଧତି ବୋଧହୁଏ ଭାରତର ଅନ୍ୟ ଯେ କୋ÷ଣସି ରାଜ୍ୟ ଠାରୁ ଭିନ୍ନ ଭଳି ମନେହୁଏ । ଏହି ସରକାରଙ୍କର ‘କାଳିଆ’ ଯୋଜନା ଏବଂ ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ମଦ ବିକ୍ରି କରିପାରୁଥିବା ମଦ ଦୋକାନୀକୁ ଆୱାର୍ଡ଼ ଦେବା ପ୍ରସ୍ତାବ ଏହାର ଗୋଟିଏ ଗୋଟିଏ ନିଦର୍ଶନ ।
ସାଧାରଣ ନିର୍ବାଚନ ପୂର୍ବରୁ ୩ଗୋଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କୃଷିଋଣ ଛାଡ଼ ଘୋଷଣା କରି କଂଗ୍ରେସ ଶାସନଡୋରୀ ହାତକୁ ନେବାପରେ ଉଭୟ ଆମର ମୁଖ୍ୟମନ୍ତ୍ର ଓ ପ୍ରଧାନମନ୍ତ୍ରୀ ଅନୁଭବ କଲେ କୃଷକ ମାନଙ୍କ ଭୋଟ ନିର୍ଣ୍ଣର୍ାୟକ ଭୂମିକା ନେଉଛି । ତେଣୁ ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ କୃଷକମାନଙ୍କ ପାଇଁ ଘୋଷଣା କଲେ ‘କାଳିଆ’ ଯୋଜନା । ରାଜକୋଷରେ ଅର୍ଥ ନଥିଲେ ମଧ୍ୟ ଆପାତକାଳୀନ ପାଣ୍ଠିରୁ ୧୨୪୪କୋଟି ଟଙ୍କା ଉଠାଇ କାଳିଆ ଯୋଜନାରେ ବାଂଟି ଦେଲେ । ଯେଉଁମାନେ କାଳିଆ ଟଙ୍କା ୫୦୦୦/- ପାଇଲେ ଆଗକୁ ପାଇବା ଆଶାରେ ଏବଂ ଯେଉଁ ମାନେ ପାଇଲେ ନାହିଁ ନିର୍ବାଚନ ପରେ ପାଇବା ଆଶାରେ ବିଜେଡିକୁ ଭୋଟ ଦେଇ ପୁଣି ଶାସନ ଡୋରୀ ଧରାଇ ଦେଲେ ବାବୁ ନବୀନଙ୍କ ହାତରେ । ଏହି ‘କାଳିଆ’ ଏବେ ନବୀନଙ୍କ ତଂଟିରେ ବନୀଶକଂଟା ହୋଇ ଲାଗିଥିବା ପ୍ରମାଣିତ ହୋଇଛି ଲୋକସଭାରେ ବିଜେଡିର ଦୁଇ ସାଂସଦ ଭତୃହରି ମହତାବ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ, ପିଏମକିସାନ ଯୋଜନା ସହିତ କାଳିଆ ଯୋଜନାକୁ ଯୋଡ଼ିବାର ପ୍ରସ୍ତାବ । ସେମାନଙ୍କ ପ୍ରସ୍ତାବ ଅନୁସାରେ ଉଭୟ ଯୋଜନାକୁ ମିଶାଇ ମୋଟ ଅର୍ଥର ୭୦% କେନ୍ଦ୍ର ଓ ୩୦% ରାଜ୍ୟ ସରକାର ଦେଇ କୃଷକମାନଙ୍କୁ ଦିଆଯାଉ । ଯେହେତୁ ଦୁଇଟି ଯାକ ଯୋଜନା (କାଳିଆ ଓ ପିଏମ୍କିଶାନ) କୃଷକମାନଙ୍କ ପାଇଁ ତେଣୁ ଦୁଇଟିଯାକ ଯୋଜନାକୁ ମିଶାଇ କେନ୍ଦ୍ର ଓ ରାଜ୍ୟ ସହଭାଗିରେ ଅର୍ଥ ପ୍ରଦାନ କରିବାରେ କୋ÷ଣସି ଅସୁବିଧା ନାହିଁ । ନବୀନଙ୍କ ଅପରିଣାମ ଦର୍ଶିତା ଓ କ୍ଷମତାର ମୋହକୁ ଏହା ପ୍ରମାଣିତ କରିବା ସହିତ ରାଜ୍ୟ କିପରି ଆର୍ଥିକ ସଙ୍କଟରେ ଗତି କରୁଛି ଏହା ମଧ୍ୟ ତାହାର ଜ୍ୱଳନ୍ତ ନିଦର୍ଶନ ।
ଅପରପକ୍ଷରେ ଧାର୍ଯ୍ୟ ଳକ୍ଷ୍ୟ ଠାରୁ ଅଧିକ ମଦ ବିକ୍ରୀ କରିପାରୁଥିବା ମଦଦୋକାନୀକୁ ପୁରସ୍କାର ଦେବାକୁ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଓଡ଼ିଶାରେ ପାଣି ବଦଳରେ ମଦର ବନ୍ୟା ପାଇଁ ନବୀନ ସରକାରଙ୍କର ଏହି ଯୋଜନା ମହାତ୍ମା ଗାନ୍ଧୀଙ୍କର ‘ମଦମୁକ୍ତ ଭାରତ’ ଲକ୍ଷର ବିରୋଧାଚରଣ କରୁନାହିଁକି? ଅପରପକ୍ଷରେ ଏପ୍ରିଲ ୨୯ତାରିଖରେ (ସାଧାରଣ ନିର୍ବାଚନ ସମୟରେ) ଭଦ୍ରକ ଜିଲ୍ଲାର ତିହିଡ଼ି ଅଂଚଳରେ ମଦ ୧୧ଜଣଙ୍କର ଜୀବନ ନେଇଛି । କେବଳ ତିହିଡ଼ି ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ମଦପିଇ ବହୁ ଲୋକ ମୃତୁ୍ୟମୁଖରେ ପଡ଼ୁଛନ୍ତି । ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜନସାଧାରଣ, ବିଶେଷକରି ମହିଳାମାନେ ମଦ ବିକ୍ରି ନିଷେଧ କରିବା ପାଇଁ ଆନେ୍ଦାଳନ ସହିତ ମଦ ଦୋକାନ ଆଗରେ ପିକେଟିଂ କରିବା, ମଦ ଦୋକାନ ଭାଙ୍ଗିବା, ପୋଡ଼ିବା ଭଳି ଘଟଣା ମଧ୍ୟ ଘଟୁଛି । ଏଥିସହିତ ବିହାର ଭଳି କେତେକ ରାଜ୍ୟରେ ମଦ ନିଷେଧ କରାଯାଇଥିବା ବେଳେ ଓଡ଼ିଶାରେ ମଦର ପ୍ରସାର ପାଇଁ ନବୀନଙ୍କଏଭଳି ପ୍ରସ୍ତାବ ଯେତିକି ଆଶ୍ଚର୍ଯ୍ୟ ଜନକ, ସେତିକି ଚିନ୍ତାଜନକ ମଧ୍ୟ । ମଦରୁ ରାଜ୍ୟ ସରକାର ସାଢ଼େ ଚାରି ହଜାର କୋଟି ରାଜସ୍ୱ ପାଉଥିବା ବେଳେ ମଦର ପ୍ରସାର କରି ଅଧିକ ରାଜସ୍ୱ ଲକ୍ଷରେ ସରକାର ଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ଭୋଟ ରାଜନୀତି ପାଇଁ ନବୀନବାବୁ ଯେଭଳି ବେଲଗାମ ଭାବେ ଯୋଜନାପରେ ଯୋଜନା କରି (କାଳିଆ, କଳାକାର ଭତା, ବାର୍ଦ୍ଧକ୍ୟ ଭତା ବୃଦ୍ଧି, କିଶୋରୀ ଛାତ୍ରୀଙ୍କୁ ନାପକିନ୍ ସହିତ କାଳିଆ ଛାତ୍ରବୃତି, ଜୋତା, ଛତା, ସାଇକେଲ, ଲାପ୍ଟପ୍ଇତ୍ରାଦି) ସରକାରୀ ତହବିଲକୁ ସଫା କରିଦେଇଛନ୍ତି ଏହା ତାହାର ସାଇଡ୍ ଇଫେକ୍ଟ ନୁହେଁ ତ? ଆପାତକାଳୀନ ପାଣ୍ଠିକୁ ଭରଣା କରିବା ସହିତ କାଳିଆ ଯୋଜନାରେ ଚାଷୀଙ୍କୁ ଅର୍ଥ ପ୍ରଦାନ କରିବା ଏବଂ ଘୋଷଣା କରିଥିବା ଯୋଜନା ସବୁକୁ କାର୍ଯ୍ୟକାରୀ କରିବା ବର୍ତମାନ ନବୀନଙ୍କପାଇଁ କାଠିକର ପାଠ ହୋଇଛି । ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ ନକଲେ ୫ବର୍ଷପରେ ଲୋକମାନେ ଗାଦିରୁ ଓହ୍ଲାଇ ଦେବାର ଭୟ ମଧ୍ୟ ରହିଛି । ତେଣୁ ଚୋରା ମଦ ବିକ୍ରିକୁ ବ୍ରେକ୍ ଦେବାର ଆଳ ଦେଖାଇ ନିର୍ବାଚନ ପୂର୍ବରୁ ଘୋଷଣା କରିଥିବା ଯୋଜନା ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଥିବା ଅର୍ଥକୁ ମଦରୁ ଭରଣା କରିବା ଲକ୍ଷରେ ନବୀନ ରହିଥିବା କହିଲେ ଭୁଲହେବ କାହିଁକି?

Leave a Reply

Your email address will not be published.