ମାଳ ମାଳ ହମ୍ପସ : କାମ ସରୁସରୁ ରାସ୍ତା ଫାଟି ଆଁ କଲାଣି
ବାଲେଶ୍ୱର, (ଆଇ.ଏନ୍.ଏସ୍) : ସୋର ଆର.ଡି ବିିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରାମାଂଚଳରେ କରୁଥିବା କାର୍ଯ୍ୟ ନିମ୍ନମାନର ହେବା ସହିତ ବହୁତ ସ୍ଥାନରେ ବେଆଇନ୍ କାର୍ଯ୍ୟ କରୁଥିବାର ନମୂନା ଆମର ହସ୍ତଗତ ହୋଇଛି । ସୋରର ମୋବାରକପୁର ଛକ ଠାରୁ ଘାସୁଆ ପର୍ଯର୍୍ୟନ୍ତ ଯାଇଥିବା ମାତ୍ର ୯କି.ମି ରାସ୍ତାରେ ବେଆଇନ୍ ଭାବେ ୩୨ଗୋଟି ହମ୍ପସ ତିଆରୀ କରାଯିବା ସହିତ କାମ ସରୁସରୁ ରାସ୍ତା ଫାଟି ଦୁଇଫାଳ ହୋଇଗଲାଣି । ଏଥିରୁ ସୋର ଆର.ଡି ବିଭାଗର କାର୍ଯ୍ୟ କେତେ ଉତମ ତାହା ସ୍ପଷ୍ଟ ପ୍ରମାଣିତ ହେଉଛି ।
ସୋର ଚଡ଼କମରା ପୂର୍ତ ବିଭାଗ ରାସ୍ତାର ମୋବାରକପୁର ଛକ ଠାରୁ ଘାସୁଆକୁ କେଦାରପୁର ଦେଇ ଯାଇଥିବା ରାସ୍ତାର ଦୈର୍ଘ୍ୟ ମାତ୍ର ୯କି.ମି ୩୦୦ମିଟର । ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ନିର୍ମିିତ ହୋଇଥିବା ଏହି ରାସ୍ତାରେ ଏବେ ପିଚୁକାମ ହୋଇଥିବା ବେଳେ ସୋର ପୋ÷ରପାଳିକା ଅନ୍ତର୍ଗତ ଗୁହାରିଆ ସାହିର ହେମପ୍ରଭା ଉଚ୍ଚ ବିଦ୍ୟାଳୟ ଠାରୁ ଘାସୁଆ ସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ତିଆରୀ ହୋଇଛି ୩୨ ଗୋଟି ହମ୍ପସ । ଅର୍ଥାତ୍ ମାତ୍ର ୯କି.ମି ୩୨ ହମ୍ପସ୍ । ଅର୍ଥାତ୍ ପ୍ରତି କି.ମିରେ ୩ ଗୋଟିରୁ ଅଧିକ (୩.୫୫ ଗୋଟି) ହମ୍ପସ ତିଆରୀ କରାଯାଇଛି । ସର୍ବାଧିକ ହମ୍ପସ୍ କେଦାରପୁର ଗ୍ରାମବ ଭିତରେ ରହିିଛି । ଏପରିକି କେତେକ ଲୋକଙ୍କ ଘରର ଗେଟ୍ ଆଗରେ ହମ୍ପସ ତିଆରି ହୋଇଥିବା ଦେଖିବାକୁ ମିଳିଛି, ଯାହା ସରକାରଙ୍କ ନିୟମ/ ଗାଇଡଲାଇନର ବାହାରେ । ସ୍କୁଲ, ଡାକ୍ତରଖାନା କିମ୍ବା ନିହାତି ଆବଶ୍ୟକ ଥିବା ସ୍ଥାନରେ ହମ୍ପସ ତିଆରୀ କରାଯିବା ସହିତ ହମ୍ପସ ଥିବା ସ୍ଥାନର ପୂର୍ବରୁ ସୂଚନା ଫଳକ ସହିତ ହମ୍ପସ ସ୍ଥାନରେ ରାସ୍ତା ଉପରେ ଧଳା ରଙ୍ଗର ଗାର ଦେବାର ନିୟମ ରହିଥିବା ବେଳେ ଏସବୁ ଏହି ରାସ୍ତାରେ ତିଆରୀ ହୋଇଥିବା ହମ୍ପସ ସ୍ଥାନରେ ଦିଆଯାଇନାହିଁ । ଫଳରେ ଗାଡ଼ି ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ।
ଏପରି ବେଆଇନ୍ କାର୍ଯ୍ୟକରି ଉଭୟ ଠିକାଦାର ଓ ସହକାରୀ ଯନ୍ତ୍ରୀ ନିଜ ଉପରୁ ଦୋଷ ଛଡ଼ାଇବାକୁ ଯାଇ ସବୁ ଅଠା ବୋଳିଛନ୍ତି ଲୋକଙ୍କ ମୁଣ୍ଡ ଉପରେ । ଲୋକମାନଙ୍କ ଦାବି ଅନୁସାରେ ଏହି ହମ୍ପସ ସବୁ କରାଯାଇଛି ବୋଲି ଉଭୟ କହିଛନ୍ତି । ଅପରପକ୍ଷରେ ଏହି ରାସ୍ତାର ନୂଆହାଟ ପରେପରେ ହାଜିପୁର ଛକ ନିକଟରେ ରାସ୍ତା ଫାଟି ଦୁଇଫାଳ ହୋଇଯାଇଛି । କେଉଁ ମୁହୁର୍ତରେ ରାସ୍ତା ଦୁଇପାଖର ନୟନଯୋରୀକୁ ଗଡ଼ି ଯିବ ତାହା ମଧ୍ୟ କହିହେବ ନାହିଁ । ଏଭଳି ଭାବରେ ଉତମ କାର୍ଯ୍ୟ ବୋଧହୁଏ ଓଡ଼ିଶାର କୋ÷ଣସି ଠାରେ ଓ କୋ÷ଣସି ଅଧିକାରୀ କରିନଥିବେ । ଏଣୁ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ ଏହି ଅଫିସରଙ୍କୁ ତାଙ୍କର ଉତମ କାର୍ଯ୍ୟପାଇଁ ଯଥାଶିଘ୍ର ସମ୍ବଦ୍ଧିତ କରିବାର ଆବଶ୍ୟକତା ରହିଛି । ମୁଖ୍ରମନ୍ତ୍ରୀ ମହୋଦୟ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ ।