ଜୟ ନବୀନ ଧ୍ୱନୀରେ ଶେଷହେଲା ଜନ ସଂପର୍କ ପଦଯାତ୍ରା
ଭୁବନେଶ୍ୱର,(ଆଇଏନ୍ଏସ୍): ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ସାଲିଆସାହି ସ୍ଥିତ ବାଜପେୟୀ ପଡିଆଠାରେ ଉଦଯାପିତ ହୋଇଯାଇଛି । ଶେଷ ପଦଯାତ୍ରାରେ ସାମିଲ ହୋଇ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଓଡିଶାବାସୀ ମୋତେ ଯେଉଁ ଭଲପାଇବା ଦେଇଛନ୍ତି, ମୁଁ ତାଙ୍କ ପାଖରେ ଚିର ରୁଣୀ । ବିଜୁ ଜନତା ଦଳ ବାପୁଜୀ ଓ ବିଜୁ ବାବୁଙ୍କ ଅଦର୍ଶରେ ବିଶ୍ୱାସ କରେ । ବିଜୁ ବାବୁ ଥିଲେ ଗରିବଙ୍କ ଶ୍ରେଷ୍ଠବନ୍ଧୁ । ଗରିବ ଲୋକଙ୍କ ସୁଖ ଦୁଃଖରେ ସାମିଲ । ତାଙ୍କ ନାମରେ ଗଠିତ ବିଜୁ ଜନତା ଦଳ ଆଜି ଓଡିଶାର ଘରେ ଘରେ ପହଂଚି ପାରିଛି । ଜନ ସଂପର୍କ ପଦଯାତ୍ରା ମାଧ୍ୟମରେ ଆମର ସମସ୍ତ କର୍ମୀମାନେ ଲୋକଙ୍କ ପାଖରେ ପହଂଚି ସୁବିଧା ଅସୁବିଧା ବୁଝିଛନ୍ତି । ନିକଟରେ ଆରମ୍ଭ ହୋଇଥିବା ଓଡିଶା ମୋ ପରିବାର କାର୍ଯ୍ୟକ୍ରମରେ ସମସ୍ତେ ସକ୍ରୀୟ ଭାବରେ ସାମିଲ ହୋଇ, ରକ୍ତଦାନ, ବୃକ୍ଷରୋପଣ, ଭିନ୍ନକ୍ଷମ ଏବଂ ଅନାଥ ପିଲାମାନଙ୍କ ଯତ୍ନ ଓ ପ୍ରବାସୀ ଓଡିଆ ମାନଙ୍କୁ ସାହାଯ୍ୟ ସହଯୋଗ କରନ୍ତୁ । ବିଜୁ ଜନତା ଦଳ ଗୋଟିଏ ପରିବାର । ଏଠାରେ ସମସ୍ତେ ଭାଇ ଭଉଣୀ ଭଳି ନିଜ କର୍ତବ୍ୟ ପାଳନ କରନ୍ତୁ ।
ଉତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଦଯାତ୍ରାରେ ୧୦ ହଜାରରୁ ଉଦ୍ଧ୍ୱର୍ କର୍ମୀ ସାମିଲ ହୋଇଥିଲେ । ଅସମ୍ଭାଳ ଭିଡ ଓ ଜୟ ନବୀନ ଧ୍ୱନୀରେ ପଡିଆ କମ୍ପିଥିଲା । ୨୫ଟି ୱାଡର ପୁର୍ବତନ କର୍ପୋରେଟର ଓ ପାଂଚ ପଂଚାୟତର ପ୍ରତିନିଧି ମାନେ ଶଂଖ ଧ୍ୱନୀ, ଘୋଡାନାଚ, ଦୁଲୁଦୁଲି ବାଦ୍ୟ, ଆଦିବାସୀ ନୃତ୍ୟ, ଓ ଜୟ ନବୀନ ଗୀତର ତାଳେତାଳେ କର୍ମୀମାନେ ରାଲି କରି ପଡିଆ ମଧ୍ୟରେ ପ୍ରବେଶ କରିଥିଲେ । ଅତ୍ୟଧିକ ଲୋକ ସମାଗମ ହେତୁ କିଛି ସମୟ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ଯାହାକୁ ଡିସିପି ନିଜେ, ବିଧାୟକ, ସୁରକ୍ଷାକର୍ମୀ ଓ ବିଜୁ ଯୁବ ବାହିନୀ ସହାୟତାରେ ନିୟନ୍ତ୍ରଣ କରିଥିଲେ । ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ରଙ୍କ ପରିଚାଳନା ଓ ସମରେନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସୁଦାମ ମାରଣ୍ଡି, ଅଶୋକ ଚନ୍ଦ୍ର ପଣ୍ଡା, ଅରୂପ ପଟ୍ଟନାୟକ, ସଂଜୟ ଦାଶବର୍ମା, ପ୍ରଦିପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ଅନନ୍ତ ନାରାୟଣ ଜେନା, ପ୍ରତାପ ବଳବନ୍ତ ରାୟ, ବିଜୟ ନାୟକ, ଅମରେଶ ଜେନା, ରବି ସାମଲ, ଅମରେଶ ପତ୍ରୀ, ଚିନ୍ମୟ ସାହୁ, ଜୁନୁ ବିହାରୀ ଦାଶ, ସଂଗ୍ରାମ କେଶରୀ ପାଇକରାୟ, ଦୁର୍ଗା ସାମନ୍ତରାୟ, ବିରଂଚି ନାରାୟଣ ମହାସୁପକାର, ରାଣା ପ୍ରତାପ ପାତ୍ର, ଅମରଜିତ୍ ସେନାପତି, ଭାରତୀ ସିଂ କଳ୍ପତରୁ ଓଝା, କୁନାଲ ରାଉତ, ପ୍ରଫୁଲ ଦଳେଇ ପ୍ରମୁଖ ଉଦ୍ବୋଧନ ଦେଇ କହିଥିଲେ । ନବୀନ ବାବୁ ହେଉଛନ୍ତି କୋହୀନୂୂର ହୀରା, ତାଙ୍କ ସ୍ୱଚ୍ଛ ଶାସନ ଓ ଲୋକାଭୀମୁଖୀ ଯୋଜନା ପାଇଁ ସେ ପ୍ରତ୍ୟେକ ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ସମସ୍ତେ ନବୀନଙ୍କ ଗୁଣଗାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର, ପ୍ରେମାନନ୍ଦ ଜେନା, ଝୁନି ବାଳାଦେଇ, ବାସନ୍ତି ସିଂ, ସଂଜୟ ସେଠୀ, ମମତା ରାଉତ, ମୋନାଲିସା ସାହୁ, ପ୍ରିତିନନ୍ଦା ରାଉତରାୟ, ସମୀର ପ୍ରଧାନ, ଦେବୀ ପ୍ରସାଦ ମଲ୍ଲିକ ଓ ମିହିର ରାଉତ, ମନୋଜ ସାହୁଙ୍କ ସହିତ ବିଭିନ୍ନ ମହିଳା ସଂଗଠନ, ବିଜୁ ଯୁବ ବାହିନୀ ସମସ୍ତ ପୂର୍ବତନ କର୍ପୋରେଟର, ପାଂଚପଂଚାୟତର ସରପଂଚ, ସମିତି ସଭ୍ୟ ଏବଂ ସମସ୍ତ ସକ୍ରୀୟ କର୍ମୀମାନେ ଯୋଗ ଦେଇଥିଲେ ।
priligy pill Pavlovsky M, Samuelov L, Sprecher E, Matz H
All were charged with aggravated battery, but Reddin was hit with an additional charge of robbery priligy precio What happens during the procedure
SEO продвижение сайтов в Москве – https://stalingradpictures.ru
Обучение и образование за границей – https://friendlyeducation.ru
finasteride hair regrowth Ward might be minimizing accomplishments, however, as his overall win rate for horses of all ages is near the top for all trainers, a more than respectable 22